‘ପାକିସ୍ତାନ ଇସାରାରେ କଶ୍ମୀରରେ ହିନ୍ଦୁ-ଶିଖ୍‌ଙ୍କୁ ହତ୍ୟା’

October 13, 2021, ଦେଶ, , Anupambharat News Bureau


‘ପାକିସ୍ତାନ ଇସାରାରେ କଶ୍ମୀରରେ ହିନ୍ଦୁ-ଶିଖ୍‌ଙ୍କୁ ହତ୍ୟା’
Anupambharat News Bureau
October 13, 2021


ନୂଆଦିଲ୍ଲୀ : କାଶ୍ମୀର ଉପତ୍ୟକାରେ ହିନ୍ଦୁ ଓ ଶିଖଙ୍କୁ ଟାର୍ଗେଟ କରି ହତ୍ୟା କରିବା ପଛରେ ପାକିସ୍ତାନ ଏବଂ ଏହାର ସମର୍ଥିତ ସଂଗଠନର ଭୂମିକା ସାମ୍ନାକୁ ଆସିଛି । ଭାରତୀୟ ସେନା ଏକ ବିବୃତ୍ତି ଜାରି କରି ସଂଖ୍ୟାଲଘୁ ସମ୍ପ୍ରଦାୟର ହତ୍ୟାକାଣ୍ଡ ପାଇଁ ପାକିସ୍ତାନକୁ ଦାୟୀ କରିଛି । ଗତ କିଛି ଦିନ ହେବ କାଶ୍ମୀରରେ ନିରୀହ ସାଧାରଣ ନାଗରିକଙ୍କୁ ହତ୍ୟା କରୁଛନ୍ତି ଆତଙ୍କୀ । ମଙ୍ଗଳବାର ଦିନ ଦିଲ୍ଲୀରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ଗିରଫ ହେବା ପରେ ସୁରକ୍ଷା ବାହିନୀ ମଧ୍ୟ ସତର୍କ ହୋଇଯାଇଛନ୍ତି ।
ସେନାକୁ ମିଳିଥିବା ସୂଚନା ଅନୁସାରେ ଅକେଫାବର ୫ରେ ପାକିସ୍ତାନର ଆତଙ୍କବାଦୀ ନିୟନ୍ତ୍ରକ ଲାଲା ଉମରଙ୍କ ନିର୍ଦ୍ଦେଶରେ ଚାରିଜଣ ଆତଙ୍କବାଦୀ ସାଧାରଣ ଲୋକଙ୍କୁ ହତ୍ୟା କରିଥିଲେ । ଫଳରେ ବର୍ତ୍ତମାନ ସ୍ଥାନୀୟ ଲୋକେ ଭୟରେ ଦିନ ବିତାଉଛନ୍ତି । ସୂଚନା ଅନୁସାରେ ଅକେଫାବର ୫ରେ ଆତଙ୍କବାଦୀମାନେ ଶ୍ରୀନଗରରେ ଜଣେ କାଶ୍ମୀର ପଣ୍ଡିତ, ଜଣେ ପ୍ରବାସୀ ଶ୍ରମିକ ଓ ସ୍ଥାନୀୟ ଯୁବକଙ୍କୁ ଗୁଳି କରି ହତ୍ୟା କରିଥିଲେ ।
ସେହିପରି ସ୍କୁଲରେ ଜଣେ ମହିଳା ପ୍ରିନ୍ସିପାଲ ଏବଂ ଜଣେ ଶିକ୍ଷକଙ୍କ ପରିଚୟ ମାଗିବା ପରେ ତାଙ୍କୁ ହତ୍ୟା କରାଯାଇଥିଲା । ଇଣ୍ଟିଲିଜେନ୍ସ ତଥ୍ୟ ଅନୁସାରେ ଚାରି ଆତଙ୍କବାଦୀ ତାରିକ ଅହମ୍ମଦ ଡାର, ମହମ୍ମଦ ଶାଫି ଡାର, ମୁଦାସିର ଅହମ୍ମଦ ଲୋନ ଏବଂ ବିଲାଲ ଅହମ୍ମଦ ପାକ ହ୍ୟାଣ୍ଡଲରଙ୍କ ନିର୍ଦ୍ଦେଶରେ ସାଧାରଣ ଲୋକଙ୍କୁ ହତ୍ୟା କରିଛନ୍ତି ।
ତେବେ ଆତଙ୍କବାଦୀଙ୍କ ଖେଳ ଖତମ୍‌ କରିବା ପାଇଁ ଭାରତୀୟ ସୁରକ୍ଷା ବାହିନୀ ଏବଂ ଜାମ୍ମୁ କାଶ୍ମୀର ପୋଲିସ ଜୋରଦାର ଅପରେସନ ଚଳାଇଛି । ମଙ୍ଗଳବାର ଦିନ ଶୋପିଆନରେ ସୁରକ୍ଷା କର୍ମୀଙ୍କ ଗୁଳି ୫ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ପୁଞ୍ଚରେ ଆତଙ୍କବାଦୀଙ୍କୁ ଧରିବା ପାଇଁ ସେନାର ସର୍ଚ୍ଚ ଅପରେସନ ଚାଲିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଢିଲା  ବସ୍‌ ଭଡ଼ା

ବଢିଲା ବସ୍‌ ଭଡ଼ା

Read More...

ମନମୋହନ ଅସୁସ୍ଥ

ମନମୋହନ ଅସୁସ୍ଥ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page