ଆଇସିସି ଏସିୟୁ ଅଧିକାରୀଙ୍କ ସ୍ପଷ୍ଟୋକ୍ତି, ବର୍ତ୍ତମାନର କୌଣସି ଖେଳାଳି ଫିକ୍ସିଂ ସନ୍ଦେହ ଘେରରେ ନାହାନ୍ତି

May 24, 2019, କ୍ରୀଡ଼ା, , Anupambharat News Bureau


ଆଇସିସି ଏସିୟୁ ଅଧିକାରୀଙ୍କ ସ୍ପଷ୍ଟୋକ୍ତି, ବର୍ତ୍ତମାନର କୌଣସି ଖେଳାଳି ଫିକ୍ସିଂ ସନ୍ଦେହ ଘେରରେ ନାହାନ୍ତି
Anupambharat News Bureau
May 24, 2019

ଲଣ୍ଡନ,୨୪ ।୫: ଆଗାମୀ ବିଶ୍ୱକପ୍‌ରେ ଖେଳିବାକୁ ଥିବା କୌଣସି ଅନ୍ତର୍ଜାତୀୟ ଖେଳାଳି ଫିକ୍ସିଂ ସନ୍ଦେହ ଘେରରେ ନାହାନ୍ତି ବୋଲି ଆଇସିସି ଦୁର୍ନୀତି ନିବାରଣ ବିଭାଗ (ଏସିୟୁ)ର ଜଣେ ଉଚ୍ଚପଦସ୍ଥ ଅଧିକାରୀ ଆଲେକ୍ସ ମାର୍ଶାଲ୍‌ ସ୍ପଷ୍ଟ କରିଛନ୍ତି । ବିଶ୍ୱକପ୍‌ ଇତିହାସରେ ଏଥର ଟୁର୍ଣ୍ଣାମେଣ୍ଟ ସବୁଠୁ ନିରାପଦ ଓ ଦୁର୍ନୀତିମୁକ୍ତ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ବିଶ୍ୱକପ୍‌ରେ ଫିକ୍ସିଂ ଭଳି ଦୁର୍ନୀତିକୁ ରୋକିବା ଓ ସନ୍ଦେହଜନକ କାରବାର ଉପରେ ନଜର ରଖିବାକୁ ଆଇସିସି ଏଥର କଡ଼ା ପଦକ୍ଷେପ ଗ୍ରହଣ କରିଛି । ଏଥର ସବୁ ୧୦ ଟିମ୍‌ଙ୍କ ଦାୟିତ୍ୱରେ ଜଣେ ଲେଖାଏଁ ଦୁର୍ନୀତି ନିବାରଣ ଅଧିକାରୀ ରହିବେ । ଉକ୍ତ ଦୁର୍ନୀତି ନିବାରଣ ଅଧିକାରୀ ସମ୍ପୃକ୍ତ ଟିମ୍‌ ସହ ବିଶ୍ୱକପ୍‌ ଶେଷ ପର୍ଯ୍ୟନ୍ତ ରହିବେ ଓ ଟିମ ସହ ଯାତ୍ରା କରିବେ ।
ଗତ ୧୮ ମାସରେ ଫିକ୍ସିଂ ଅଭିଯୋଗରେ ଆମେ ୧୪ରୁ ୧୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛୁ । କିନ୍ତୁ ସେମାନଙ୍କ ମଧ୍ୟରୁ ବର୍ତ୍ତମାନର କେହି ଅନ୍ତର୍ଜାତୀୟ ଖେଳାଳି ନାହାନ୍ତି । ଯେଉଁ ଲୋକଙ୍କ ବିରୋଧରେ ଫିକ୍ସିଂ ଅଭିଯୋଗ ରୁଜୁ କରାଯାଇଛି ସେମାନେ ପ୍ରଶାସକ, ବୋର୍ଡ ସଦସ୍ୟ, କୋଚ୍‌, ପୂର୍ବତନ ଖେଳାଳି ବୋଲି ମାର୍ଶାଲ କହିଛନ୍ତି । ଏହାଛଡ଼ା ଆମ ପରିସର ବାହାରର ୩୦ ଜଣ ଦୁର୍ନୀତିଗ୍ରସ୍ତ ଲୋକଙ୍କ ସିଣ୍ଡିକେଟ୍‌କୁ ଆମେ ଧ୍ୱସ୍ତ କରିଛୁ । ଖେଳାଳିଙ୍କ ସହ ଯୋଗାଯୋଗ ସ୍ଥାପନ କରିବା ସେମାନଙ୍କ ପକ୍ଷେ ଏବେ କଷ୍ଟକର ହେବ ବୋଲି ମାର୍ଶାଲ କହିଛନ୍ତି ।
ବିଶ୍ୱକପ୍‌ରେ ବି କୌଣସି ବୁକି ଖେଳାଳିଙ୍କ ସହ ସମ୍ପର୍କ ସ୍ଥାପନ କରିବା ସମ୍ଭବ ହେବ ନାହିଁ । ଏଥିପାଇଁ ଆଇସିସି ପକ୍ଷରୁ ସବୁ ପ୍ରକାର ବନ୍ଦୋବସ୍ତ କରାଯାଇଛି । ସମ୍ଭାବ୍ୟ ଦୁର୍ନୀତି ଅଫର ନେଇ ଖେଳାଳିଙ୍କୁ ବି ସଚେତନ କରାଯାଇଛି । ଆଇସିସିର ଦୁର୍ନୀତି ନିବାରଣ ବିଭାଗ ମଧ୍ୟ ବୁକି ଓ ଖେଳାଳିଙ୍କ ଗତିବିଧି ଉପରେ କଡ଼ା ନଜର ରଖିବ ବୋଲି ମାର୍ଶାଲ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନୁ୍ୟଜିଲାଣ୍ଡ ବିପକ୍ଷରେ ଭାରତର ଅଭ୍ୟାସ ମ୍ୟାଚ୍‌ ଆଜି

ନୁ୍ୟଜିଲାଣ୍ଡ ବିପକ୍ଷରେ ଭାରତର ଅଭ୍ୟାସ ମ୍ୟାଚ୍‌ ଆଜି

Read More...

ବିଜୁ ଲିଗାସି କାମ କରୁଛି, ତେଣୁ ହାରିଗଲି :ଦାମ

ବିଜୁ ଲିଗାସି କାମ କରୁଛି, ତେଣୁ ହାରିଗଲି :ଦାମ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page