ବିଶିଷ୍ଟ କବି ଦିଲ୍ଲୀପ ଦାସଙ୍କ ଦେହାନ୍ତ

October 12, 2021, ଓଡ଼ିଶା, , Anupambharat News Bureau


ବିଶିଷ୍ଟ କବି ଦିଲ୍ଲୀପ ଦାସଙ୍କ ଦେହାନ୍ତ
Anupambharat News Bureau
October 12, 2021


ଆସିକା/ବ୍ରହ୍ମପୁର, ୧୨ା୧୦(ଅନୁପମ ମିଡ଼ିଆ): ଓଡ଼ିଆ ସାହିତ୍ୟର ବିଶିଷ୍ଟ କବି ଦିଲ୍ଲୀପ ଦାସ(୭୯ )ଙ୍କ ମଙ୍ଗଳବାର ଭୋର ୩ଟାରେ ମୁମ୍ବାଇ ସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ଓଡ଼ିଆ କାବ୍ୟଧାରାର ସ୍ୱତନ୍ତ୍ର ଶୈଳୀ ନିମନ୍ତେ କବି ଦିଲ୍ଲୀପ ଦାସଙ୍କ ସ୍ଥାନ ସ୍ୱତନ୍ତ୍ର ଥିଲା । ୧୯୪୨ ମସିହା ଜୁନ୍‌ ୧୫ରେ କବି ଦିଲ୍ଲୀପ ଦାସ ଗଞ୍ଜାମ ଜିଲ୍ଲାର ଆସିକାଠାରେ ଜନ୍ମଗ୍ରହଣ କରିଥିଲେ । ବିଶ୍ୱଭାରତୀ ଶାନ୍ତି ନିକେତନରେ ସେ ପାଠପଢ଼ା ସାରି ଅଧ୍ୟାପନାକୁ କର୍ମଭାବରେ ଗ୍ରହଣ କରି ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଭାବରେ ଅବସର ନେଇଥିଲେ । ତାଙ୍କର କବିତା ପୁସ୍ତକ “ସୁଦୂରରୁ ଅନେକ ଦୂର” ନିମନ୍ତେ ସେ ସାହିତ୍ୟ ଏକାଡ଼େମୀ ପୁରସ୍କାର ପାଇଥିବା ବେଳେ ବିଲୁପ୍ତ ସାମ୍ରାଜ୍ୟ, ପକ୍ଷୀଟି ବସିଛି ଡ଼ାଳରେ, ଛାଇତା ପୋଖରୀ ଜଳରେ, ବୁଡ଼ିଯାଉଥିବା ଦେଶ, ନୀଳ ମାଧବ, ଦିବ୍ୟା ପ୍ରଭୃତି କବି ଦୀଲ୍ଲିପ ଦାସଙ୍କ ଏକ ଏକ ସଫଳ କାବ୍ୟ ସାକ୍ଷ୍ୱର । କିଛିଦିନ ହେଲା ସେ ଅସୁସ୍ଥ ଥିବା ବେଳେ ଲିଭର ଜନିତ ସମସ୍ୟାରେ ତାଙ୍କର ମୃତୁ୍ୟ ହୋଇଥିଲା । ମୃତୁ୍ୟ ସମୟରେ ତାଙ୍କର ପୁଅ ସ୍ୱାଗତ ଦାସ, ବୋହୂ ମନୀଷା ପଟ୍ଟନାୟକ, ସାନପୁଅ ଶାଶ୍ୱତ ଦାସ, ଝିଅ ମିନାକ୍ଷୀ ଦାସ, ଜ୍ୟୋଇଁ ଦେବୀ ପ୍ରସନ୍ନ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ତାଙ୍କର ପାର୍ଥିବ ଶରୀରକୁ ଓଡ଼ିଶା ଅଣାଯାଇ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ପ୍ରକାଶ ଥାଉକି କବି ଦିଲ୍ଲୀପ ଦାସଙ୍କ ପତ୍ନୀଙ୍କ ଗତବର୍ଷ ଦେହାନ୍ତ ହୋଇଥିଲା । ଦିଲ୍ଲୀପ ଦାସଙ୍କ ବିୟୋଗରେ ସାହିତି୍ୟକ ଓ କବି ମହଲରେ ଶୋକର ଛାୟା ଖେଳି ଯାଇଛି । ଦିଲ୍ଲୀପ ମୃତୁ୍ୟ ଖବର ପହଞ୍ଚିବା ପରେ ତାଙ୍କ ଜନ୍ମସ୍ଥଳୀ ଆସିକା ଅଞ୍ଚଳରେ ମଧ୍ୟ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାକିସ୍ତାନୀ ଆତଙ୍କବାଦୀ ଦିଲ୍ଲୀରୁ ଧରାପଡ଼ିଲା

ପାକିସ୍ତାନୀ ଆତଙ୍କବାଦୀ ଦିଲ୍ଲୀରୁ ଧରାପଡ଼ିଲା

Read More...

ଓଡ଼ିଶାରୁ ଫେରୁଛି ମୌସୁମୀ

ଓଡ଼ିଶାରୁ ଫେରୁଛି ମୌସୁମୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page