ଏଟିଏମ୍‌ରେ ଟଙ୍କା ଭର୍ତ୍ତି ଗାଡ଼ି ଅପହରଣ ଘଟଣା : ଗାଡ଼ିଆ ଲୁଟିଲେ, ମାଛ ଖାଇପାରିଲେନି

October 11, 2021, ଓଡ଼ିଶା, , Anupambharat News Bureau


ଏଟିଏମ୍‌ରେ ଟଙ୍କା ଭର୍ତ୍ତି ଗାଡ଼ି ଅପହରଣ ଘଟଣା : ଗାଡ଼ିଆ ଲୁଟିଲେ, ମାଛ ଖାଇପାରିଲେନି
Anupambharat News Bureau
October 11, 2021


ଆଠଗଡ,୧୧ ।୧୦(ଅନୁପମ ମିଡ଼ିଆ): ଗାଡ଼ିଆ ଲୁଟିଲେ କିନ୍ତୁ ମାଛ ଖାଇ ପାରିଲେ ନାହିଁ । ଏଭଳି ଏକ ନିଛକ ଘଟଣା ସୋମବାର ଆଠଗଡର ନରିସିଂହପୁରରେ ଦେଖିବାକୁ ମିଳିଛି । ପାଞ୍ଚ ଦୁର୍ବୃତ୍ତ ଏଟିଏମ୍‌ରେ ଟଙ୍କା ଭର୍ତ୍ତି ଗାଡ଼ିକୁ ଅପହରଣ କରି ଏଥିରେ ଥିବା ଦେଢ଼ କୋଟି ଧରି ଛୁ ପୂର୍ବରୁ ପୋଲିସ ଖପଚାରେ ପଡ଼ିଛନ୍ତି । ଫଳରେ ରାଜ୍ୟ ପୋଲିସ ଏକ ବଡ଼ ଅପବାଦ ମୁଣ୍ଡାଇବାରୁ ବର୍ତ୍ତି ଯାଇଛି ।
ଖବର ନେବାରେ ଜଣାଯାଏ ସିଏମସି କମ୍ପାନିର ଗାଡ଼ି ଷ୍ଟେଟବ୍ୟାଙ୍କରୁ ଟଙ୍କା ନେଇ ଏହାର ବିଭିନ୍ନ ଏଟିଏମ୍‌ରେ ଭର୍ତ୍ତି କରିବା ପାଇଁ ଆଜି ବାହାରିଥିଲା । ତେବେ ସମୟ ପ୍ରାୟ ଅପରାହ୍ନ ପ୍ରାୟ ୧ଟା ୧୫ ମିନିଟ୍‌ ସମୟରେ ୬୫ନଂ ଜାତୀୟ ରାଜପଥର ଆଠଗଡରୁ ଖୁଣ୍ଟକଟା ରାସ୍ତାର ମହିଧପୁର ନିକଟରେ ଥିବା ହୋଟେଲ ତୃପ୍ତି ଯାହାକି ପରିତ୍ୟକ୍ତ ଅବସ୍ଥାରେ ପଡିଛି ତାରି ବାରଣ୍ଡାରେ ଗାଡ଼ି ଡ୍ରାଇଭର ପତିତ ନାୟକ ଓ ଗନନ୍ୟାନ ସର୍ବେଶ୍ୱର ସାହୁ ଖାଉଥିଲେ । ସେହି ସମୟରେ ସେଠାରେ ଏକ କାର ଅଟକିଥିଲା । ସେଥିରୁ ୫ ଜଣ ଦୁର୍ବୃତ୍ତ ଖଣ୍ଡା ଏବଂ ରିଭଲବଲ ଧରି ଓହ୍ଳାଇ ଅତକ୍ରିତ ଭାବେ ପତିତ ନାୟକ ଓ ସର୍ବେଶ୍ୱରଙ୍କୁ ଖଣ୍ଡାର ହାଣି ଟାଙ୍କା ଥିବା ଗାଡିଟିକୁ ନେଇ ପଳାଇ ଯାଇଥିଲେ । ଏହାସହିତ ଶଙ୍କରପୁର ଢେଙ୍କାନଳ ରାସ୍ତା କଡରେ ଥିବା ପେଟ୍ରୋଲପମ୍ପ ନିକଟରେ ଉକ୍ତ ଗାଡିକୁ ଛାଡି ଟଙ୍କା ନେଇ ପଳାଇ ଯାଇଥିଲେ । ଖବର ପାଇ ଆଠଗଡ ପୋଲିସ ଏବଂ ଢେଙ୍କାନାଳ ପୋଲିସ ପକ୍ଷରୁ ଛାନଭିନ କରିବାରେ ୫୫ନଂ ଜାତୀୟ ରାଜପଥରେ ଦୁର୍ବୃତ୍ତମାନେ ଯାଉଥିବାର ଖବରପାଇ ସେମାନଙ୍କୁ ଭୋଜଦେଇପୁର ନିକଟରୁ ଗିରଫ କରିବା ସହିତ ଦେଢକୋଟି ଟଙ୍କାକୁ ଉ୍‌ଦ୍ଦାର କରିଛନ୍ତିି । ଅନ୍ୟ ଦୁଇଜଣ ଧରିବା ପାଇଁ ତଦନ୍ତ ଜାରି ରହିଛି । ଘଟଣା ଘଟିବାର ୪୫ ମିନିଟ ମଧ୍ୟରେ ପୋଲିସ ଦୁର୍ବୃତ୍ତଙ୍କୁ ଧରିବା ସହିତ ଟଙ୍କା ଗୁଡିକୁ ଜବତ କରିଥିବାରୁ ଏଥିରେ ନିୟୋଜିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ବିଭାଗ ମହାନିର୍ଦ୍ଦେଶ ଅଭୟ ଧନ୍ୟବାଦ ଓ ସାଧୁବାଦ ଜଣାଇବା ସହିତ ଏହା ବିଭାଗ ପାଇଁ ଏଜ ବଡ ସଫଳତା ବୋଲି ଦର୍ଶାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି : ଖାଦ୍ୟ ଓ ସଂଗ୍ରହଣ ନୀତିରେ ମୋହର,  ଛ’ ବୃହତ୍ତ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁୁରୀ

ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି : ଖାଦ୍ୟ ଓ ସଂଗ୍ରହଣ ନୀତିରେ ମୋହର, ଛ’ ବୃହତ୍ତ ଜଳ ଯୋଗାଣ ପ୍ରକଳ୍ପକୁ ମଞ୍ଜୁୁରୀ

Read More...

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page