ବ୍ୟାଙ୍କ ଘରୋଇକରଣର ପ୍ରଥମ ପଦକ୍ଷେପ ନେଲେ ସରକାର

October 06, 2021, ଶିଳ୍ପ ବାଣିଜ୍ୟ, , Anupambharat News Bureau


ବ୍ୟାଙ୍କ ଘରୋଇକରଣର ପ୍ରଥମ ପଦକ୍ଷେପ ନେଲେ ସରକାର
Anupambharat News Bureau
October 06, 2021


ନୂଆଦିଲ୍ଲୀ:ଦେଶରେ ବ୍ୟାଙ୍କର ଘରୋଇକରଣର ପ୍ରଥମ ପଦକ୍ଷେପ ସରକାର ଆରମ୍ଭ କରିଛନ୍ତି । ଅନ୍ୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ଠାରୁ ବ୍ୟାଙ୍କ ଘରୋଇକରଣକୁ ସରକାର ଭିନ୍ନ ପ୍ରକାରେ କରିବାକୁ ଚାହଁଛନ୍ତି । ବ୍ୟାଙ୍କ ଘରୋଇକରଣ ପାଇଁ ସରକାର ରିଜର୍ଭ ବ୍ୟାଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି । କେଉଁ ସଂସ୍ଥା ବ୍ୟାଙ୍କ କ୍ରୟ କରିବାକୁ ଚାହୁଁଛି ସେସମ୍ପର୍କରେ ନୂତନ ନିରାପତ୍ତା କ୍ଲଏରେନ୍ସ ପ୍ରେମୱାର୍କ ପ୍ରସ୍ତìତ କରିବାକୁ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କ ସହ ଆଲୋଚନା କରିବେ । ବ୍ୟାଙ୍କ ଘରୋଇକରଣର ଏହା ପ୍ରଥମ ପଦକ୍ଷେପ ବୋଲି କୁହାଯାଉଛି ।
ପ୍ର୍‌ଥମ ବ୍ୟାଙ୍କ ଭାବେ ସରକାର ଆଇଡିବିଆଇ ବ୍ୟାଙ୍କର ଘରୋଇକରଣ କରିବାକୁ ଯାଉଥିବା ବେଳେ ଦୁଇ ରାଷ୍ଟ୍ରାୟତ୍ତ ଉଦ୍ୟେଗର ମଧ୍ୟ ଘରୋଇ କରଣ କରିବାକୁ ଯାଉଛନ୍ତି । ପୁଞ୍ଜିଲଗାଣ ଓ ଘରୋଇ ଆସେଟ ପରିଚାଳନା (ଡିଆଇପିଏଏମ) ଯୋଜନାବଦ୍ଧ ରାବେ କରିବାକୁ ଚାହଁଛନ୍ତି । ରାଷ୍ଟ୍ରାୟତ୍ତ କମ୍ପାନୀ ଅପେକ୍ଷା ବ୍ୟାଙ୍କ ଭିନ୍ନ ଅନୁଷ୍ଠାନ ହୋଇଥିବାରୁ ସେ ଢ଼ାଞ୍ଚା ବ୍ୟବ ହାର କରାଯାଇପାରିବ ନାହିଁ । ଏସମ୍ପର୍କରେ ଅଧିକ କଟକଣା ଓ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକତା ରହିଛି । ଆଇଡିବିଆଇ ବ୍ୟାଙ୍କ ସହ ଅନ୍ୟ ଦୁଇ ରାଷ୍ଟ୍ରାୟତ୍ତ କମ୍ପାନୀ ରିଜର୍ଭ ବ୍ୟାଙ୍କର ନୀତିନିୟମ ମାନିବାକୁ ପଡିବ । ଡିଆଇପିଏଏମପକ୍ଷରୁ ଏସମ୍ପର୍କରେ କାର୍ଯ୍ୟ ଆରମ୍ଭ ହୋଇଛି । ଯୋଗ୍ୟ ପକ୍ଷ ମିଳିଲେ ଯାଇ ବ୍ୟାଙ୍କର ଘରୋଇକରଣ ହେବ ବୋଲି କୁହାଯାଇଛି । ଏସମ୍ପର୍କରେ ରିଜର୍ଭ ବ୍ୟାଙ୍କ ଯାଞ୍ଚ କରି ପଦକ୍ଷେପ ଗ୍ରଂହଣ କରିବ । ଏଭଳି କରିବାର ଅନ୍ୟ ଏକ ଉଦେଶ୍ୟ ହେଉଛି ଯଦି କେହି ରିଜର୍ଭ ବ୍ୟାଙ୍କର ନୀତିନିୟମ ପାଳନ କରିବାରେ ବିଫଳ ହୁଏ ତେବେ ଏସମ୍ପର୍କରେ କାର୍ଯ୍ୟ ବିଳମ୍ବ ନହୁଏ । ସରକାର ଆଇଡିବିଆଇ ବ୍ୟାଙ୍କର ୪୫.୪୮ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଚାହଁଛନ୍ତି ।
ଭାରତୀୟ ଜୀବନ ବୀମା ନିଗମ ପାଖରେ ଏହି ବ୍ୟାଙ୍କର ୪୯.୨୪ ପ୍ରତିଶତ ଅଂଶଧନ ରହିଥିବା ସତ୍ତେ୍ୱ ନୂତନ କ୍ରେତାଙ୍କୁ ପରିଚାଳନା ଭାର ଅର୍ପଣ କରିବ । ଆଇଡିବିଆଇ ବ୍ୟାଙ୍କର ବିକ୍ରି ନିମନ୍ତେ ସରକାର କେପିଏମଜି ଇଣ୍ଡିଆକୁ ଉପଦେଷ୍ଟା ଭାବେ ମନୋନିତ କରିଛନ୍ତି । କ୍ରେତା କିଣିବାକୁ ଯୋଗ୍ୟ କି ନୁହେଁ ତାହର ଉପଦେଷ୍ଟା ବିଚାର କରିବ । ଏହି ବ୍ୟାଙ୍କ ବିକ୍ରି ହେଲେ ସରକାର ବଜେଟରେ ଦେଇଥିବା ପ୍ରତିଶ୍ରୁତି ପ୍ରକାରେ ଆଉ ଦୁଇ ବ୍ୟାଙ୍କର ଅଂଶଧନ ବିକ୍ରି ପାଇଁ ମଧ୍ୟ ପଦକ୍ଷେପ ନେବେ । ସେହି ଦୁଇ ବ୍ୟାଙ୍କ ହେଲା ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ଓ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରତ୍ୟେକ ଜୀବନ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ

ପ୍ରତ୍ୟେକ ଜୀବନ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ

Read More...

 ରେଳ କର୍ମଚାରୀଙ୍କୁ ବୋନସ,ଟେକ୍ସଟାଇଲ କ୍ଷେତ୍ରକୁ ପ୍ରୋତ୍ସାହନ

ରେଳ କର୍ମଚାରୀଙ୍କୁ ବୋନସ,ଟେକ୍ସଟାଇଲ କ୍ଷେତ୍ରକୁ ପ୍ରୋତ୍ସାହନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page