ସିଏଚଏସଇ କାର୍ଯ୍ୟାଳୟ ଆଗରେ ହାତ କାଟିଲେ ଛାତ୍ରୀ

September 20, 2021, ଓଡ଼ିଶା, , Anupambharat News Bureau


ସିଏଚଏସଇ କାର୍ଯ୍ୟାଳୟ ଆଗରେ ହାତ କାଟିଲେ ଛାତ୍ରୀ
Anupambharat News Bureau
September 20, 2021


ଭୁୁବନେଶ୍ୱର, ୨୦ା­୯(ଅନୁପମ ମିଡ଼ିଆ): ମୂଲ୍ୟାୟନରେ ପାତର ଅନ୍ତର ଅଭିଯୋଗ କରି ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ଆଗରେ ହାତ କାଟି ଦେଇଛନ୍ତି ଜଣେ ଯୁକ୍ତ ୨ ଏକ୍ସ ରେଗୁଲାର ଡ୍ରପ୍‌ ଆଉଟ ଛାତ୍ରୀ । ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିିଟାଲରେ ଭର୍ତ୍ତି କରାଯାଇଛି । ଛାତ୍ରୀ ଜଣଙ୍କ ଗଞ୍ଜାମ ଜିଲ୍ଲାର ନନ୍ଦିନୀ ବେହେରା । ମିଳିଥିବା ସୂଚନା ଅନୁସାରେ, ସରକାରଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ଅକେଫାବର ୧ ତାରିଖରୁ ୧୧ ତାରିଖ ମଧ୍ୟରେ ଯୁକ୍ତ ଦୁଇ ଅଫ୍‌ ଲାଇନ ପରୀକ୍ଷା ହେବ । ତେବେ ଏତେ କମ୍‌ ସମୟ ଭିତରେ ପ୍ରସ୍ତୁତ ହେବା ସମ୍ଭବପର ନୁହେଁ । ତେଣୁ ଦଶମ ନମ୍ବର ଆଧାରରେ ଯୁକ୍ତ ଦୁଇ ମୂଲ୍ୟାୟନ କରିବାକୁ ଦାବି କରିଥିଲେ । ଏହି ପ୍ରସଙ୍ଗରେ ସୋମବାର ପୂର୍ବାହ୍ନରେ ଏକାଧିକ ଡ଼୍ରପ ଆଉଟ୍‌ ଯୁକ୍ତ ଦୁଇ ଏକ୍ସ ରେଗୁଲାରର ଛାତ୍ରଛାତ୍ରୀ ସିଏଚଏସଇ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଛାତ୍ରଛାତ୍ରୀମାନେ ଦୀର୍ଘ ସମୟ ଧରି ଧାରଣା ଦେବା ପରେ କାଉସିଲ କର୍ତ୍ତୃପକ୍ଷଙ୍କୁ ଭେଟିବାକୁ ଦାବି କରିଥିଲେ । ମାତ୍ର କେହି ନଆସିବାରୁ ପୋଲିସ ଉପସ୍ଥିତିରେ ସମ୍ପୃକ୍ତ ଛାତ୍ରୀ ନିଜ ହାତ କାଟି ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୬ରୁ ପ୍ରବଳ ବର୍ଷା ସମ୍ଭାବନା

୨୬ରୁ ପ୍ରବଳ ବର୍ଷା ସମ୍ଭାବନା

Read More...

ଗଞ୍ଜାମ ଜିଲ୍ଳାରେ ଦୁଇ ଦିନରେ ଦୁଇଟି ମର୍ଡ଼ର :ମଦ ବ୍ୟବସାୟୀଙ୍କୁ ପଥରରେ ଛେଚି ହତ୍ୟା

ଗଞ୍ଜାମ ଜିଲ୍ଳାରେ ଦୁଇ ଦିନରେ ଦୁଇଟି ମର୍ଡ଼ର :ମଦ ବ୍ୟବସାୟୀଙ୍କୁ ପଥରରେ ଛେଚି ହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page