ଡଙ୍ଗା ଓଲଟି ୧୧ ମୃତ

September 14, 2021, ଦେଶ, , Anupambharat News Bureau


ଡଙ୍ଗା ଓଲଟି ୧୧ ମୃତ
Anupambharat News Bureau
September 14, 2021


ନୂଆଦିଲ୍ଲୀ,୧୪ା୯: ମହାରାଷ୍ଟ୍ରରେ ଆଜି ଏକ ଦୁଖଃଦ ଡଙ୍ଗା ଓଲଟି ଘଟଣାରେ ୧୧ ଜଣ ଯାତ୍ରୀଙ୍କ ପ୍ରାଣ ହରାଇଥିବା ବେଳେ ଆଠ ଜଣ ନିଖୋଜ ହୋଇଥିବା ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟ କରିଛି । ରାଜ୍ୟର ଅମରାବତୀସ୍ଥିତ ୱାର୍ଦ୍ଧା ନଦୀରେ ମଙ୍ଗଳବାର ଏକ ଡଙ୍ଗା ଓଲଟି ୧୧ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ୮ଜଣ ନିଖୋଜ ରହିଥିବା ସୂଚନା ମିଳିଛି । ସୂଚନା ପାଇ ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସବୁଠୁ ଦୁଖର ବିଷୟ ହେଲା ସମସ୍ତ ୧୧ ଜଣ ମୃତକ ଗୋଟିଏ ପରିବାରର ବୋଲି ଜଣାପଡିଛି । ଗୋରେଗାଓଁରୁ ଏମାନେ ସମସ୍ତେ ଅନ୍ତିମ ସଂସ୍କାର କାମ ପାଇଁ ଆସିଥିଲେ । ଅନ୍ତିମ ସଂସ୍କାର ଶେଷ କରିବା ପରେ ଆଜି ସକାଳେ ଏହି ପରିବାର ନରଖେଡ ତାଲୁକାର ଜୁଞ୍ଜ ଅଞ୍ଚଳ ବୁଲିବାକୁ ଯାଇଥିଲେ । ଶିବ ମନ୍ଦିର ଦର୍ଶନ କରିବା ପାଇଁ ସେମାନେ ଏକ ଡଙ୍ଗା ସାହାଯ୍ୟରେ ୱାର୍ଦ୍ଦା ନଦୀରେ ଯାତ୍ରା କରିଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାରି ଜିଲ୍ଲାରେ ବନ୍ୟା ଆଶଙ୍କା :  ଓଡ୍ରାଫ୍‌, ଏନଡିଆରଏଫ ମୁତୟନ

ଚାରି ଜିଲ୍ଲାରେ ବନ୍ୟା ଆଶଙ୍କା : ଓଡ୍ରାଫ୍‌, ଏନଡିଆରଏଫ ମୁତୟନ

Read More...

ଦୁର୍ଦ୍ଦାନ୍ତ ମାଓ ନେତା ଶଙ୍କର ଗିରଫ

ଦୁର୍ଦ୍ଦାନ୍ତ ମାଓ ନେତା ଶଙ୍କର ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page