କୌଣସି ନଦୀରେ ବନ୍ୟା ଆଶଙ୍କା ନାହିଁ

September 14, 2021, ଓଡ଼ିଶା, , Anupambharat News Bureau


କୌଣସି ନଦୀରେ ବନ୍ୟା ଆଶଙ୍କା ନାହିଁ
Anupambharat News Bureau
September 14, 2021


ଭୁୁବନେଶ୍ୱର,୧୪ା୯(ଅନୁପମ ମିଡ଼ିଆ): ବର୍ତ୍ତମାନ ରାଜ୍ୟର କୌଣସି ନଦୀରେ ବନ୍ୟା ଆଶଙ୍କା ନାହିଁ । ଉପର ମହାନଦୀର ଚମ୍ପା ଓ ଘୋରାରୀ ଦୁଇଟି ସ୍ଥାନକୁ ଛାଡ଼ିଦେଲେ ଅନ୍ୟ କୌଣସି ନଦୀରେ ଅଧିକ ବର୍ଷା ହୋଇନାହିଁ । ଉପର ବ୍ରାହ୍ମଣୀରେ ବର୍ଷା ଅଧିକ ହୋଇନାହିଁ । ତଳ ବ୍ରହ୍ମଣୀରେ ୧୦୦ ମିଲିମିଟରରୁ ୨୯୩ ମିଲିମିଟର ବର୍ଷା ହୋଇଛି । ବୈତରଣୀରେ ପ୍ରବଳ ବର୍ଷା ହୋଇଛି । ବଂଶଧାରାରେ ବର୍ଷା ନାହିଁ ବୋଲି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ କୁମାର ସାମଲ କହିଛନ୍ତି ।
ସେ କହିଛନ୍ତି ଯେ, ମହାନଦୀର ନରାଜରେ ୨୬.୪ ମିଟର ବିପଦ ସଙ୍କେତ ଥିବା ବେଳେ ଜଳସ୍ତର ୨୩.୩ ମିଟର ରହିଛି । ପାନପୋଷ ୫ ମିଟର ତଳେ ରହିଛି ଜଳସ୍ତର । ଜେନାପୁରରେ ବିପଦ ସଙ୍କେତ ତଳେ ରହିଛି । ବୈତରଣୀ ଆଖୁଆପଦାଠାରେ ବିପଦ ସଙ୍କେତ ଉପରେ ରହିଛି । ଅଧିକ ବର୍ଷା ଉପର ମୁଣ୍ଡରେ ନଥିବାରୁ କମିଛି । ଜଳକାରେ ବିପଦ ସଙ୍କେତର ୧ ମିଟର ଉପରେ ରହିଛି ଜଳସ୍ତର । ଅଫିସର ସଜାଗ ଅଛନ୍ତି । ମହାନଦୀରେ ଦିନ ୧୨ ସୁଦ୍ଧା ବରମୂଳ ଠାରେ ୪ ଲକ୍ଷ ୩୬ କୁ୍ୟସେକ, ମୁଣ୍ଡଳୀରେ ୩ ଲକ୍ଷ ୨୨ ହଜାର କୁ୍ୟସେକ ଜଳ ପ୍ରବାହିତ ହେଉଛି । ଖଇରାମାଳରେ ୨ ଲକ୍ଷ ୪୬ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ମୋଟ ୪୪ଟି ମାଧ୍ୟମ ଜଳଭଣ୍ଡାରରୁ ୧୧ଟିରେ ଜଳଧାରଣ କ୍ଷମତାର ୫୦-୭୫ ପ୍ରତିଶତ ଭିତରେ ଜଳ ରହିଛି । ୧୧ ଟିରେ ୧୦୦ ପ୍ରତିଶତ ଅଛି ରହିଛି ସେ ସବୁଥିରେ ଗେଟ ଖୋଲା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗହମ ବୋଝେଇ ଟ୍ରେନ ନାଳକୁ ଖସିଲା

ଗହମ ବୋଝେଇ ଟ୍ରେନ ନାଳକୁ ଖସିଲା

Read More...

ଦୁଇ ଦିନ ବର୍ଷା ସମ୍ଭାବନା

ଦୁଇ ଦିନ ବର୍ଷା ସମ୍ଭାବନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page