ଉଠିଲା ଆବାସ ଦୁର୍ନୀତି ପ୍ରସଙ୍ଗ: ଗୃହରେ କହିବାକୁ ଦିଆଯାଉନି: ମୋହନ

September 04, 2021, ଓଡ଼ିଶା, , Anupambharat News Bureau


ଉଠିଲା ଆବାସ ଦୁର୍ନୀତି ପ୍ରସଙ୍ଗ: ଗୃହରେ କହିବାକୁ ଦିଆଯାଉନି: ମୋହନ
Anupambharat News Bureau
September 04, 2021


ଭୁୁବନେଶ୍ୱର,୪ା୯(ଅନୁପମ ମିଡ଼ିଆ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆ ନଯାଇ ଦଳୀୟ ଆଧାରରେ ଘର ଦିଆ ଯାଉଛି । ଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦିଆ ଯାଉଛି । ଏ ସମ୍ପର୍କରେ ଏକ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଛି । କେନ୍ଦ୍ର ସରକାରଙ୍କ ଯାଞ୍ଚ ପରେ ଦୋଷୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି ଲେଖାଗଲେ ସୁଦ୍ଧା ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଉ ନାହିଁ । ଏହା କହିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ । ତେବେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କୁ ଅଧିକ କହିବାକୁ ସୁଯୋଗ ନ ଦେବାରୁ ବିଜେପି ବିଧାୟକ ମାନେ ହଟ୍ଟଗୋଳ କରିଥିଲେ । ପରେ ସେମାନେ ଏହି ମାମଲାରେ କକ୍ଷତ୍ୟାଗ କରି ଗାନ୍ଧୀଜୀଙ୍କ ପ୍ରତିମର୍ତ୍ତି ଆଗରେ ଧାରଣା ଦେବାର ଦେଖା ଯାଇଥିଲା । ତେବେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ତିନୋଟି ବିଲ୍‌ ପାରିତ ହୋଇଛି । ଏହି ବିଲ୍‌ ଗୁଡିକ ହେଲା ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ବିଲ୍‌ ୨୦୨୧ , ଓଡିଶା ବିନିୟୋଗ ଅଧିନିୟମ (ନିରସନ) ବିଲ୍‌ ୨୦୨୧ ଓ ଓଡିଶା ସହର ଯୋଜନା ଓ ଅଭିବୃଦ୍ଧି ନ୍ୟାସ (ସଂଶୋଧନ) ବିଲ୍‌ ୨୦୨୧ । ବିଲ୍‌ ପାରିତ ପରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଆସନ୍ତା ସୋମବାର ପୂର୍ବାହ୍ନ ସାଢ଼େ ୧୦ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।
ଶୂନ୍ୟକାଳରେ ଆବାସ ଯୋଜନାରେ ଦୁର୍ନୀତି ପ୍ରସଙ୍ଗ ଉଠାଇଥିଲେ ମୋହନ ମାଝୀ । ସେ କହିଥିଲେ ଯେ, ବିରୋଧୀ ଦଳର ନେତା ତଥା ଉପନେତାଙ୍କ ତରଫରୁ ସେ ଏହି ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉଠାଉଛନ୍ତି । ତେଣୁ ତାଙ୍କୁ କିଛି ସମୟ ଅଧିକ ଦେବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ । ମାଝୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୨୦୨୨ ସୁଦ୍ଧା ସମସ୍ତଙ୍କ ପାଇଁ ଘର ଯୋଜନାରେ କାମ କରୁଛନ୍ତି । ହେଲେ ଓଡିଶାରେ ଗରୀବ ଲୋକ ମାନେ ଯାହାଙ୍କ ପାଉଁ ଏହି ଯୋଜନା ଉଦ୍ଦିଷ୍ଟ ତାଙ୍କ ବଦଳରେ ଶାସକ ଦଳର ଧନୀ ଲୋକଙ୍କୁ ଘର ଦିଆ ଯାଉଛି । ଏଥିରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ହୋଇଛି । ତେଣୁ କେନ୍ଦ୍ର ସରକାରଙ୍କୁ ଏ ସମ୍ପର୍କରେ ଅଭିଯୋଗ କରାଯିବା ପରେ କେନ୍ଦ୍ର ସରକାରଙ୍କ ଟିମ ଯାଞ୍ଚ ପାଇଁ ଆସିଥିଲା ଓ ଅନେକ ସ୍ଥାନରେ ଦୁର୍ନୀତି ହୋଇଥିବା ପ୍ରମାଣ ପାଇଥିଲା । ଏହା ପରେ ଏ ବାବଦରେ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପତ୍ର ମଧ୍ୟ ଲେଖିଥିଲା । ହେଲେ ରାଜ୍ୟ ସରକାର କୌଣସି
ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ।
ଅନ୍ୟ ପଟେ ବାଚସ୍ପତି ପାତ୍ର କହିଥିଲେ ଯେ ଅନ୍ୟ ମାନଙ୍କର ମଧ୍ୟ ଶୂନ୍ୟକାଳରେ କହିବାର ଅଛି । ଏଥିରେ ମୋହନ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ମୁଖ୍ୟ ବିରୋଧୀ ଦଳକୁ କହିବାର ସୁଯୋଗ ଦିଆ ଯାଉ ନାହିଁ । ଏହା ଅତ୍ୟନ୍ତ ଦୁଖଦ । ଏହା କହିବା ପରେ ବିଜେପି ବିଧାୟକ ମାନେ ଗୃହର ମଧ୍ୟ ଭାଗକୁ ଆସି ନାରାବାଜୀ କରିଥିଲେ । ଏହା ପରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଓ ବିଜେଡି ବିଧାୟକ ଅମର ପ୍ରସାଦ ସତପଥୀ ମଧ୍ୟ ହଟ୍ଟଗୋଳ ମଧ୍ୟରେ କହିଥିଲେ ।
ଗୃହର ସୁପରିଚାଳନା କରିବା ପାଇଁ ବାଚସ୍ପତି ପାତ୍ର ଗୃହକୁ ସ୍ଥଗିତ କରିବା ସହ ତାଙ୍କ ପ୍ରକୋଷ୍ଠରେ ସର୍ବଦଳୀୟ ବୈଠକ ଡାକିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବିଜୟ ସମାରୋହ ଗୁଳିମାଡ଼ରେ ୧୭ ମୃତ

ବିଜୟ ସମାରୋହ ଗୁଳିମାଡ଼ରେ ୧୭ ମୃତ

Read More...

ଟୋକିଓ ପାରାଲିମ୍ପିକ୍ସ :ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ପୁଅ ପ୍ରମୋଦ

ଟୋକିଓ ପାରାଲିମ୍ପିକ୍ସ :ସ୍ୱର୍ଣ୍ଣ ଜିତିଲେ ଓଡ଼ିଆ ପୁଅ ପ୍ରମୋଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page