କଙ୍ଗାରୁ କୋର୍ଟରେ ମହିଳାଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ

May 24, 2019, ଓଡ଼ିଶା, , Anupambharat News Bureau


 କଙ୍ଗାରୁ କୋର୍ଟରେ ମହିଳାଙ୍କୁ ନିସ୍ତୁକ ପିଟିଲେ ଗ୍ରାମବାସୀ
Anupambharat News Bureau
May 24, 2019

ମାଲକାନଗିରି, ୨୪ା୫ (ଅନୁପମ ମିଡିଆ): : ମାଲକାନଗିରି ଜିଲ୍ଲାରେ ପୁଣି କଙ୍ଗାରୁ କୋର୍ଟରେ ଜଣେ ମହିଳାଙ୍କୁ ମାରପିଟ୍‌ ନେଇ ଅଭିଯୋଗ ହୋଇଛିଛ ଦୁଇ ଦିନ ଧରି ମହିଳାଙ୍କୁ ଗ୍ରାମବାସୀ ପିଟିଥିବା ବେଳେ ତାଙ୍କ ମା’ଙ୍କୁ ବି ଆକ୍ରମଣ କରାଯାଇଥିବା ସଂପୃକ୍ତ ମହିଳା ଜଣକ କହିଛନ୍ତି । ବହୁ କଷ୍ଟରେ ଗାଁରୁ ଖସି ଆସିବା ପରେ ଆଜି ଏନେଇ ମାଲକାନଗିରି ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ସ୍ୱାମୀଙ୍କ ପ୍ରରୋଚନାରେ ଗ୍ରାମବାସୀ ଏଭଳି କାଣ୍ଡ କରିଥିବା ସେ ପୁଲିସକୁ କହିଛନ୍ତି । ଏହାପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ମହିଳାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି ହୋଇଛି ।ସୂଚନା ଅନୁଯାୟୀ, କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଏମଭି-୫୦ଗାଁର ଜଣେ ମହଳା କିଛି ଦିନ ହେଲା ସ୍ୱାମୀଙ୍କୁ ଛାଡ଼ି ନିଜ ଭଉଣୀ ନିକଟରେ ରହୁଥିଲେ ।ଏହା ସ୍ୱାମୀଙ୍କ ପାଇଁ ଅସହ୍ୟ ହେବାରୁ ସେ ଗାଁର ମୁଖିଆ ମାନଙ୍କୁ ଏନେଇ ଜଣାଇଥିଲେ । ଏପରିକି ପତ୍ନୀଙ୍କର ଅନେତିକ ସଂପର୍କ ରହିଥିବା ନେଇ ସେ ଗ୍ରାମବାସୀଙ୍କୁ କହିଥିଲେ । ଏହାପରେ ଗତ ସୋମବାର ଦିନ ଗାଁରେ ବେଠକ ବସିଥିଲା । ସେଠାରେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଆପୋସ ବୁଝାମଣା ମାଧ୍ୟମରେ ଯାହା ବି ବିବାଦ ରହିଛି ତାହାର ସମାଧାନ କରିବାକୁ ନିଷ୍ପତ୍ତି ନିଆଯିବ ବୋଲି କୁହାଗଲା । ତେବେ ମହିଳା ଜଣକ ପ୍ରଥମେ ଏଭଳି ବେଠକକୁ ଯିବାକୁ ପ୍ରସ୍ତୁତ ନଥିଲେ । ତେଣୁ ଗ୍ରାମବାସୀ ଅତି ଚତୁରତାର ସହ ବୁଝାସୁଝା କରି ତାଙ୍କୁ ବେଠକକୁ ଡାକି ନେଇଥିଲେ । ଗାଁ ବେଠକରେ ପୂର୍ବରୁ ଅପେକ୍ଷା କରି ରହିଥିବା ଗ୍ରାମବାସୀ ଏହାପରେ କୋର୍ଟ ଭଳି ଉଭୟ ପକ୍ଷର ବୟାନ ନେଇଥିଲେ । ରାତି ୮ରୁ ପ୍ରାୟ ଗୋଟାଏ ପର୍ଯ୍ୟନ୍ତ ଆଲୋଚନା ଚାଲିଥିଲା । ହେଲେ ଏହି ବେଠକରେ ଯାହା ବି ନିଷ୍ପତ୍ତି ନିଆଗଲା ପୂରା ଏକତରଫା ବୋଲି ମହିଳା ଜଣକ କହିଛନ୍ତିଛ କାରଣ ତାଙ୍କ ସ୍ୱାମୀ କିଛି କାମ କରୁ ନଥିବା ବେଳେ ସେ ଯାହା ରୋଜଗାର କରୁଥିଲେ ତାହା ଉପରେ ର୍ନିଭର କରୁଥିଲେ । ଟଙ୍କା ନଦେଲେ ତାଙ୍କୁ ମାରପିଟ କରୁଥିବାରୁ ସେ ଆଉ ସ୍ୱାମୀଙ୍କ ପାଖରେ ରହିବେ ନାହିଁ ବୋଲି କହିଥିଲେ । ଅନ୍ୟପଟେ ସ୍ୱାମୀ ସଂଗିନ ଅଭିଯୋଗ କରିଥିଲେ ଯେ ମହିଳା ଜଣକ ଅନେତିକ ସଂପର୍କ ରଖିଥିବାରୁ ଏଭଳି କହୁଛନ୍ତି । ତାଙ୍କ ପାଖରେ ରହିବା ପାଇଁ ଚାହୁଁ ନାହାନ୍ତି । ଏମିତି ଆରୋପ ପ୍ରତ୍ୟାରୋପ ମଧ୍ୟରେ ହଠାତ୍‌ ଗ୍ରାମର କିଛି ମହିଳା ଆତର୍କିତ ଭାବେ ସଂପୃକ୍ତ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ । ଗ୍ରାମର ଅନ୍ୟ କେତେ ଜଣ ବି ଏହି ଆକ୍ରମଣରେ ସାମିଲ ହୋଇଥିଲେ । ଶହ ଶହ ଗ୍ରାମବାସୀଙ୍କ ମଧ୍ୟରେ ଜଣେ ମହିଳାଙ୍କ ଉପରେ ଏମିତି ଅତ୍ୟାଚାର ଚାଲିଥିଲେ ମଧ୍ୟ କେହି ମୁହଁ ଫିଟାଇ ନଥିଲେ । ନିରବଦ୍ରଷ୍ଟା ସାଜି ପରୋକ୍ଷରେ ଏଭଳି ଆକ୍ରମଣକୁ ସମ୍ମତି ଜଣାଇଥିଲେ । ପ୍ରବଳ ମାଡ଼ ଖାଇବା ପରେ ସର୍ବସମ୍ମୁଖରେ ମହିଳା ଜଣକ ନିଜ ସ୍ୱାମୀଙ୍କ ସହ ରହିବାକୁ ରାଜି ହେବାରୁ ଛାଡ଼ି ଦିଆଯାଇଥିଲା । କି;ୁ ଏତିକିରେ କମି ନଥିଲା ଗ୍ରାମବାସୀଙ୍କ ଆକ୍ରୋଶ । ପୁଣି ଗତକାଲି ସକାଳେ ଘରେ ପହଞ୍ଚି ତାଙ୍କୁ ମାରପିଟ୍‌ କରିବା ସହ ତାଙ୍କ ମା’ଙ୍କୁ ବି ପିଟିଥିଲେ । ବାରମ୍ବାର ଆକ୍ରମଣ ହେଉଥିବାରୁ ବାଧ୍ୟ ହୋଇ ମହିଳା ଜଣକ ଗତକାଲି ରାତିରେ ଗାଁରୁ ଲୁଚିଛପି ଚାଲି ଆସିଥିଲେ । ସୁରକ୍ଷା ପାଇଁ ମାଲକାନଗିରି ପହଞ୍ଚି ଥାନାରେ ଅଭିଯୋଗ ଜଣାଇଛନ୍ତି । ପୁଲିସ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି । ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛି । ମାଲକାନଗିରି ଜିଲ୍ଲାରେ କଙ୍ଗାରୁ କୋର୍ଟ ଆଦେ ନୂଆ ଘଟଣା ନୁହେଁ । ପୂର୍ବରୁ ଏମିତି ଅନେକ ଥର ଗାଁରେ ବୈଠକ ବସି ଆଇନକୁ ହାତକୁ ନିଆଯିବାର ନଜିର ରହିଛି । ଯାହାକି ଜିଲ୍ଲାର ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି । ଯଦି ମହିଳାଙ୍କର କିଛି ଭୁଲ ରହିଛି ତାହାହେଲେ ଆଇନ ଅନୁଯାୟୀ ଏହାର ସମାଧାନ କରାଯିବା କଥା । କି;ୁ ଗ୍ରାମବାସୀ ଏଭଳି ବେଆଇନ କାମ କରିବା ଆଦେ ଗ୍ରହଣୀୟ ନୁହଁ ବୋଲି ମତ ପ୍ରକାଶ ପାଇଛି । ପୁଲିସ ଏହି ଘଟଣାକୁ ଗୁରୁିତ୍ୱ ଦେଇ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୋଖରୀରେ ବୁଡ଼ି  ଛାତ୍ରୀର ମୃତୁ୍ୟ

ପୋଖରୀରେ ବୁଡ଼ି ଛାତ୍ରୀର ମୃତୁ୍ୟ

Read More...

ମୋଦି ବିଜୟୀ ପରେ ସେନ୍‌ସେକ୍ସ ୬୨୩ ପଏଣ୍ଟ ବୃଦ୍ଧି

ମୋଦି ବିଜୟୀ ପରେ ସେନ୍‌ସେକ୍ସ ୬୨୩ ପଏଣ୍ଟ ବୃଦ୍ଧି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page