ଠିକ୍‌ ସମୟରେ ହେବ ପଞ୍ଚାୟତ ନିର୍ବାଚନ

August 10, 2021, ଓଡ଼ିଶା, , Anupambharat News Bureau


ଠିକ୍‌ ସମୟରେ ହେବ ପଞ୍ଚାୟତ ନିର୍ବାଚନ
Anupambharat News Bureau
August 10, 2021


ଭୁବନେଶ୍ୱର,୧୦ା୮(ଅନୁପମ ମିଡ଼ିଆ): ବହୁ ପ୍ରତିକ୍ଷୀତ ଏବଂ ଦୀର୍ଘ ସମୟ ଅତିକ୍ରାନ୍ତ ପଞ୍ଚାୟତ ନିର୍ବାଚନ ଠିକ ସମୟରେ ହେବ ବୋଲି କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ବିଭାଗ ଏନେଇ ଖୁବଶୀଘ୍ର ରାଜ୍ୟ ନିର୍ବାଚନ କମିଶନରଙ୍କ ନିକଟରେ ବିଶଦ ରିପୋର୍ଟ ଦାଖଲ କରାଯିବ ବୋଲି ଜେନା କହିଛନ୍ତି । ନିର୍ଦ୍ଧାରିତ ସମୟରେ ହେବ ପଞ୍ଚାୟତ ନିର୍ବାଚନ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ସରକାର । ଖୁବ୍‌ ଶୀଘ୍ର ରାଜ୍ୟ ନିର୍ବାଚନ କମିଶନରଙ୍କୁ ଏ ନେଇ ଅବଗତ କରାଯିବ ବୋଲି ଜେନା ମଙ୍ଗଳବାର ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚିତ କରିଛନ୍ତି । ଏପରିକି ପୌର ନିର୍ବାଚନ ସମ୍ପର୍କରେ ମଧ୍ୟ ସେ କହିଥିଲେ ଯେ, ସରକାର ଏନେଇ ପ୍ରସ୍ତୁତି ହେଉଛନ୍ତି । ପୌର ନିର୍ବାଚନ ନେଇ ରହିଥିବା ସମସ୍ତ ଅସୁବିଧା ଦୂର ହେବ ଏବଂ ଏହି ନିର୍ବାଚନ ମଧ୍ୟ ଖୁବ ଶୀଘ୍ର ହେବା ଆଶା ରହିଛି ବୋଲି ମନ୍ତ୍ରୀ ଜେନା କହିଛନ୍ତି । ଆସନ୍ତା ୨୦୨୨ ଫେବୃୟାରୀରେ ପଞ୍ଚାୟତ ନିର୍ବାଚନ ହେବାକୁ ରହିଛି । ତେବେ ଆସନ ସଂରକ୍ଷଣ ଏବଂ ନିର୍ବାଚନୀ ମଣ୍ଡଳୀ ପୁନର୍ଗଠନ ଇତ୍ୟାଦି ନେଇ ସରକାର ସେଭଳି ତତ୍ପରତା ପ୍ରକାଶ କରିନଥିବାରୁ ଏଥିରେ ବିଳମ୍ବ ଘଟିବା ଆଶଙ୍କା ରହିଛି । ସୀମା ନିର୍ଦ୍ଧାରଣ ଓ ସଂରକ୍ଷଣ ଚୂଡାନ୍ତ ହୋଇପାରିନଥିବାରୁ ୨୦୧୮ରେ ହେବାକୁ ଥିବା ପୌର ନିର୍ବାଚନ ଏପର୍ଯ୍ୟନ୍ତ ହୋଇପାରିନାହିଁ । ପ୍ରକାଶଥାଉକି ସୁପ୍ରିମକୋର୍ଟ ରାୟ ପ୍ରକାରେ ସ୍ଥାନୀୟ ନିର୍ବାଚନରେ ୫୦ ପ୍ରତିଶତରୁ ଅଧିକ ଆସନରେ ସଂରକ୍ଷଣ ବ୍ୟବସ୍ଥା କରାଯାଇ ପାରିବ ନାହିଁ । ତେବେ ସରକାର ଏଥିରେ ସଂଶୋଧନ ଆଣିବା ଲକ୍ଷ୍ୟରେ ରହିଥିବାରୁ ପୌର ନିର୍ବାଚନ ବିଳମ୍ବ ହେଉଥିବା କୁହାଯାଇଛି । ତେବେ ପଞ୍ଚାୟତ ନିର୍ବାଚନ ନେଇ ବିଭାଗୀୟ ମନ୍ତ୍ରୀ ସୂଚନା ଦେବା ପରେ ରାଜ୍ୟରେ ରାଜନୀତି ଗତିବିଧି ଜୋର ହେବାରେ ଲାଗିଛି । ବିଜେଡି ଜିଲ୍ଲା ମହିଳା ପର୍ଯ୍ୟବେକ୍ଷକଙ୍କୁ ମନ୍ତ୍ର ଦେଇଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେପଟେ ନୂଆଦିଲ୍ଲୀରେ କେନ୍ଦ୍ରୀୟ ନେତାଙ୍କୁ ଭେଟି ଆଲୋଚନା କରିଛି ରାଜ୍ୟ ବିଜେପି ।କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ସାଂସଦ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ସୁରେଶ ପୁଜାରୀ, ବସନ୍ତ ପଣ୍ଡା, ସଙ୍ଗୀତା ସିଂହଦେଓ, ଅପରାଜିତା ଷଡଙ୍ଗୀ, ନିତେଶ ଗଙ୍ଗଦେବ ପ୍ରମୁଖ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମାଣ୍ଡଭିୟଙ୍କୁ ସାକ୍ଷାତ କରି ଆୟୁଷ୍ମାନ ଭାରତ ଯୋଜନାରେ ଓଡିଶାକୁ ସାମିଲ କରିବାକୁ ଚାପ ପକାଇଇବାକୁ ଅନୁରୋଧ କରିଛନ୍ତି । ଏପରିକି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କେବଳ ରାଜ୍ୟ ଭିତରେ ବାସ କରୁଥିବା ଓଡିଆମାନେ ଉପକୃତ ହେଉଥିବାବେଳେ, ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେଲେ ପ୍ରବାସୀ ଶ୍ରମିକ ଓ ପ୍ରବାସୀ ଓଡିଆ ସର୍ବାଧିକ ଉପକୃତ ହୋଇପାରିବେ ବୋଲି ବିଜେପି ସାଂସଦମାନେ ଦର୍ଶାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହିମାଚଳରେ ଭୂÕଳନ  : ୧୧ ମୃତ, ୪୦ ନିଖୋଜ

ହିମାଚଳରେ ଭୂÕଳନ : ୧୧ ମୃତ, ୪୦ ନିଖୋଜ

Read More...

ତିନି ଦିନ ଯାଏଁ  କାଳବୈଶାଖୀ ସମ୍ଭାବନା

ତିନି ଦିନ ଯାଏଁ କାଳବୈଶାଖୀ ସମ୍ଭାବନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page