ସାନ ଭଉଣୀକୁ ମାରି ବଡ଼ ଭଉଣୀର ଆତ୍ମହତ୍ୟା

August 08, 2021, ଓଡ଼ିଶା, , Anupambharat News Bureau


ସାନ ଭଉଣୀକୁ ମାରି  ବଡ଼ ଭଉଣୀର ଆତ୍ମହତ୍ୟା
Anupambharat News Bureau
August 08, 2021


କେନ୍ଦୁଝର,୮ା୮(ଅନୁପମ ମିଡ଼ିଆ): କେନ୍ଦୁଝର ଜିଲ୍ଲାର ନୟାକୋଟ ଥାନା ଅନ୍ତର୍ଗତ ଫୁଲଝର ଗ୍ରାମରେ ରବିବାର ସନ୍ଧ୍ୟାରେ ଗୋଟିଏ ପରିବାରର ଦୁଇ ଭଉଣୀଙ୍କ ମୃତୁ୍ୟ ହୋଇଛି । ବଡ଼ ଭଉଣୀ,ସାନ ଭଉଣୀକୁ ହାଣି ନିଜେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛି । ଘଟଣାରୁ ପ୍ରକାଶ ଯେ, ଏହି ଗ୍ରାମର ଭିକାରୀ ଦେହୁରୀ ତାଙ୍କ ସ୍ତ୍ରୀ ଜେମା ଦେହୁରୀଙ୍କ ସହ ବିଲକୁ କାମ କରିବାକୁ ଯାଇ ସନ୍ଧ୍ୟାରେ ଘରକୁ ଫେରିବା ପରେ ଗୋଟିଏ ଘର ଭିତରୁ କବାଟ ବନ୍ଦ ରହିଥିବା ଦେଖିବାକୁ ପାଇଥିଲେ । କବାଟ ଭାଙ୍ଗି ଦେଖିବା ପରେ ସାନ ଝିଅ ଋକୁଣି ଦେହୁରୀ(୧୪)ର ମୁଣ୍ଡ ଗଣ୍ଡି ଅଲଗା ହୋଇଥିବା ବେଳେ ବଡଝିଅ କ୍ଷୀରମଣୀ ଦେହୁରୀ (୧୭)ଫ୍ୟାନରେ ଝୁଲି ପଡିଥିବା ଦେଖିବାକୁ ପାଇଥିଲେ । ତେବେ ପରିପାଶ୍ୱିକ ସ୍ଥିତିରୁ ସାନ ଭଉଣୀକୁ ହତ୍ୟା କରି ବଡ ଭଉଣୀ ଆତ୍ମହତ୍ୟା କରିଥିବା ଜଣାଯାଇଛି । ଘର ମଧ୍ୟରୁ
ଏକ ରକ୍ତ ଭିଜା କୁରାଢ଼ି ମିଳିଥିବାରୁ ଏଥିରେ କ୍ଷୀରମଣି ସାନ ଭଉଣୀ ଋକୁଣିକୁ ହତ୍ୟା କରିଥିବା କୁହାଯାଉଛି । ଏନେଇ ସୂଚନା ପାଇବା ପରେ ପୋଲିସ ପହଞ୍ଚି ଘଟଣାର ଅନୁସନ୍ଧାନ ଚଳାଇଛି । ସୂଚନାନୁଯାୟୀ କୁଆଡ଼େ ଗତ ଏକ ବର୍ଷ ହେଲା କ୍ଷୀରମଣୀ ମାନସିକ ସନ୍ତୁଳ ହରାଇ ବସିଥିଲା । ଫଳରେ ସେ ଏଭଳି ଘଟଣା ଘଟାଇଥିବା ଅନୁମାନ କରାଯାଉଛି । ତେବେ ଦୁଇ ଭଉଣୀଙ୍କ ଏଭଳି ଅକାଳ ବିୟୋଗ ଅଞ୍ଚଳରେ ଆଜି ଚର୍ଚ୍ଚାର ବିଷୟ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିର୍ମାଣ ହେବ ୮୯ ଇନଡୋର ଷ୍ଟାଡ଼ିୟମ

ନିର୍ମାଣ ହେବ ୮୯ ଇନଡୋର ଷ୍ଟାଡ଼ିୟମ

Read More...

୧୩ ଲକ୍ଷରୁ ଊର୍ଦ୍ଧ୍ୱ ନକଲି ନୋଟ ଜବତ, ଛ’ ଗିରଫ

୧୩ ଲକ୍ଷରୁ ଊର୍ଦ୍ଧ୍ୱ ନକଲି ନୋଟ ଜବତ, ଛ’ ଗିରଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page