୧୬ରୁ ଜଗା ଦର୍ଶନ

August 05, 2021, ଓଡ଼ିଶା, , Anupambharat News Bureau


୧୬ରୁ ଜଗା ଦର୍ଶନ
Anupambharat News Bureau
August 05, 2021


ପୁରୀ,୪ା୮(ଅନୁପମ ମିଡ଼ିଆ): ଆସନ୍ତା ୧୬ରୁ ଭକ୍ତମାନେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିପାରିବେ । ପ୍ରଥମ ପାଞ୍ଚଦିନ ଅର୍ଥାତ ୧୬ ରୁ ୨୦ ତାରିଖ ପର୍ଯ୍ୟନ୍ତ କେବଳ ପୁରୀ ସହରବାସୀଙ୍କୁ ଦର୍ଶନ ସୁଯୋଗ ମିଳିବ । ୨୧ ତାରିଖ ଶନିବାର ଓ ୨୨ ତାରିଖ ରବିବାର ସାପ୍ତାହିକ ସଟଡ଼ାଉନ୍‌ କଟକଣା ଯୋଗୁ ଶ୍ରୀମନ୍ଦିର ବନ୍ଦ ରହିବ । ୨୩ ଠାରୁ ସମସ୍ତ ଦର୍ଶନାର୍ଥୀଙ୍କୁ ଦର୍ଶନ ସୁଯୋଗ ମିଳିବ । ସକାଳ ୭ଟା ଠାରୁ ରାତି ୮ଟା ପର୍ଯ୍ୟନ୍ତ ଦର୍ଶନାର୍ଥୀମାନେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିପାରିବେ । ତେବେ ଶ୍ରୀମନ୍ଦିରରେ ପ୍ରବେଶ ଲାଗି ଦୁଇଡ଼ୋଜ ଟିକା ନେଇଥିବା ପ୍ରମାଣପତ୍ର କିମ୍ବା ୯୬ ଘଣ୍ଟାପୂର୍ବରୁ ଆରଟିପିସିଆର ଟେଷ୍ଟ ରିପୋର୍ଟ ବାଧ୍ୟତା ମୂଳକ ବୋଲି ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ କ୍ରିଷନ୍‌ କୁମାର କହିଛନ୍ତି । ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଖୋଲିବା ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଆଜି ସନ୍ଧ୍ୟାରେ ନୀଳାଦ୍ରୀ ଭକ୍ତନିବାସଠାରେ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଡ଼କଫର କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍‌ପି କନୱାର ବିଶାଳ ସିଂ, ଛତିଶା ନିଯୋଗର ସଦସ୍ୟବୃନ୍ଦ ଓ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ବୈଠକ ପରେ ମୁଖ୍ୟପ୍ରଶାସକ ଗଣମାଧ୍ୟକୁ ସୂଚନାଦେଇ ଉପରୋକ୍ତ ସୂଚନା ଦେଇଥିଲେ । ମୁଖ୍ୟପ୍ରଶାସକ କହିଥିଲେ ଯେ, କୋଭିଡ଼ କଟକଣା ମଧ୍ୟରେ ଭକ୍ତମାନଙ୍କ ଲାଗି ଶ୍ରୀମନ୍ଦିର ଖୋଲିବ । ପ୍ରଥମ ପାଞ୍ଚଦିନ ସହରବାସୀ ଓ ପରେ୨୩ ତାରିଖରୁ ସମସ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ । ଶ୍ରୀମନ୍ଦର ଖୋଲିବା ପୂର୍ବରୁ ଶ୍ରୀମନ୍ଦିରର ସମସ୍ତ ସେବକ,କର୍ମଚାରୀ ଓ ଅଧିକାରୀମାନଙ୍କର ଦ୍ୱିତୀୟ ଡ଼ୋଜ ଟିକାକରଣ ଶେଷ କରାଯିବ ।
ଏଥି ଲାଗି ଡ଼ୋର ଟୁ ଡ଼ୋର ସର୍ଭେ କରାଯିବ । ଦର୍ଶନ ଲାଗି ଭକ୍ତମାନ ପାଇଁ ଧାଡ଼ିର ବ୍ୟବସ୍ଥା କରାଯିବ । କୋଭିଡ଼ କଟକଣା ମଧ୍ୟରେ ହାତକୁ ସାନିଟାଇଜ୍‌କରି, ମାସ୍କପରିଧାନ ପୂର୍ବକ ଧାଡ଼ିରେ ଯାଇ ଦର୍ଶନାର୍ଥୀମାନେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିପାରିବେ । ବୟସ୍କ ଓ ଭିନ୍ନକ୍ଷମ ମାନଙ୍କ ଲାଗି ସ୍ୱତନ୍ତ୍ର ଧାଡ଼ିର ବ୍ୟବସ୍ଥା କରାଯିବ । ଭକ୍ତମାନେ ଆବଶ୍ୟକତା ଅନୁଯାୟୀ ମହାପ୍ରସାଦ ନେଇପାରିବେ କି;ୁ ଶ୍ରୀମନ୍ଦିର ମଧ୍ୟରେ ମହାପ୍ରସାଦସେବନ ଲାଗି ସୁଯୋଗ ଦିଆଯିବ ନାହିଁ । ସଟଡ଼ାଉନ୍‌ ଦିନମାନଙ୍କରେ ଶ୍ରୀମନ୍ଦିର ଓ ଏହାର ଚତୁଃପାଶ୍ୱର୍କୁ ସାନିଟାଇଜ୍‌ କରାଯିବ । ଜନ୍ମାଷ୍ଟମୀ ଭଳି ପର୍ବପର୍ବାଣୀ ଦିନମାନଙ୍କମାନଙ୍କରେ ଶ୍ରୀମନ୍ଦିର ଦର୍ଶନାର୍ଥୀମାନଙ୍କ ଲାଗି ବନ୍ଦ ରହିବ । ଶ୍ରୀମନ୍ଦିର ମଧ୍ୟରେ ଦର୍ଶନାର୍ଥୀମାନଙ୍କ ଲାଗି ପୂର୍ବ ଭଳି ଅନ୍ୟ ସମସ୍ତ କଟକଣା ବଳ ବତ୍ତର ରହିବ ବୋଲି ମୁଖ୍ୟପ୍ରଶାସକ ଗଣ ମାଧ୍ୟମକୁ କହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାରିବାରିକ ଅଶାନ୍ତିରୁ ବିଭତ୍ସକାଣ୍ଡ :  ସ୍ତ୍ରୀକୁ ଜୀଅନ୍ତା ଜାଳିଲା

ପାରିବାରିକ ଅଶାନ୍ତିରୁ ବିଭତ୍ସକାଣ୍ଡ : ସ୍ତ୍ରୀକୁ ଜୀଅନ୍ତା ଜାଳିଲା

Read More...

ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷାରେ ବିଭ୍ରାଟ

ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷାରେ ବିଭ୍ରାଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page