‘ରୁସା’ରୁ ଓଡିଶାକୁ ମିଳିଛି ୩୯୫.୪୨କୋଟି

August 03, 2021, ଓଡ଼ିଶା, , Anupambharat News Bureau


‘ରୁସା’ରୁ ଓଡିଶାକୁ ମିଳିଛି ୩୯୫.୪୨କୋଟି
Anupambharat News Bureau
August 03, 2021


ନୂଆଦିଲ୍ଲୀ, ୩ା୮: ­ ରାଜ୍ୟରେ ଉଚ୍ଚ ଶିକ୍ଷା କ୍ଷେତ୍ରରେ ଗବେଷଣା ଏବଂ ନବସୃଜନକୁ ପ୍ରୋତ୍ସାହନ ଦେବା ସହ ତ୍ୱରାନ୍ୱିତ ପାଇଁ କେନ୍ଦ୍ର ସରକାର ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲାର ୧୬୧ଟି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡ଼ିକୁ କେନ୍ଦ୍ରୀୟ ଯୋଜନା ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା) ଅଭିଯାନରେ ୩୯୫.୪୨ କୋଟି ଟଙ୍କା ଦେଇଛନ୍ତି । ସଂସଦରେ ଏ ସମ୍ପର୍କୀତ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରୁଷା ଅଭିଯାନ ଅନ୍ତର୍ଗତ ଓଡ଼ିଶାରେ ମହାବିଦ୍ୟାଳୟ ଗୁଡ଼ିକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା ତଥା ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଭିତ୍ତିଭୂମିର ବିକାଶ, ଡିଗ୍ରୀ କଲେଜକୁ ଆଦର୍ଶ ଡ଼ିଗ୍ରୀ କଲେଜ ଭାବରେ ବିକଶିତ, ନୂତନ ମଡ଼େଲ ଡିଗ୍ରୀ କଲେଜ୍‌ ସ୍ଥାପନା ଏବଂ ରାଜ୍ୟ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ବଢ଼ାଇବା ପାଇଁ କେନ୍ଦ୍ରୀୟ ଅଂଶର ୩୯୫.୪୨ କୋଟି ଓଡ଼ିଶାକୁ ଦିଆଯାଇଛି । ଓଡ଼ିଶାର ୩୦ଟି ଜିଲ୍ଲାରେ ୧୬୧ଟି ଶିକ୍ଷାନୁଷ୍ଠାନକୁ ଏହି ଅର୍ଥ ପ୍ରଦାନ କରାଯାଇଛି । ରୁସା ଅଧୀନରେ ଅନୁଗୁଳର ପାଞ୍ଚ ଶିକ୍ଷାନୁଷ୍ଠାନ, ବଲାଙ୍ଗୀରରେ ଚାରି, ବାଲେଶ୍ୱରରେ ୧୪, ବରଗଡ଼ରେ ପାଞ୍ଚ, ବୌଦ୍ଧରେ ଦୁଇ , ଭଦ୍ରକରେ ଚାରି, କଟକରେ ୧୧, ଦେବଗଡ଼ରେ ଦୁଇ, ଢ଼େଙ୍କାନାଳ ଛ’, ଗଜପତି ଚାରି, ଗଞ୍ଜାମ ୧୦, ଜଗତସିଂହପୁର ଚାରି, ଯାଜପୁରରେ ସାତ, ଜୟପୁରରେ ଗୋଟିଏ, ଝାରସୁଗୁଡ଼ାରେ ଚାରି , କଳାହାଣ୍ଡିରେ ପାଞ୍ଚ, କନ୍ଧମାଳରେ ଚାରି , କେନ୍ଦ୍ରାପଡ଼ାରେ ପାଞ୍ଚ, କେନ୍ଦୁଝରରେପାଞ୍ଚ , ଖୋର୍ଦ୍ଧାରେ ୧୬, କୋରାପୁଟରେ ଚାରି , ମାଲକାନଗିରିରେ ଦୁଇ , ମୟୂରଭଞ୍ଜରେ ଆଠ, ନବରଙ୍ଗପୁରରେ ଗୋଟିଏ, ନୟାଗଡ଼ରେ ଚାରି , ନୂଆପଡ଼ାରେ ତିନି, ପୁରୀରେ ପାଞ୍ଚ, ରାୟଗଡ଼ାରେ ତିନି, ସମ୍ବଲପୁରରେ ଛ’, ସୋନପୁରରେ ଦୁଇ , ସୁନ୍ଦରଗଡ଼ ଜିଲ୍ଲାରେ ଥିବା ପାଞ୍ଚ ଶିକ୍ଷାନୁଷ୍ଠନକୁ ରୁସା ଯୋଜନାରେ କେନ୍ଦ୍ରୀୟ ଅନୁଦାନ ଦିଆଯାଇଛି ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମଧ୍ୟପ୍ରଦେଶରେ ବର୍ଷା ବିତ୍ପାତ :  ଦୁଇଟି ସେତୁ ଭୁଶୁଡିଲା,  ବହୁ ଟ୍ରେନ୍‌ ଅଟକି ରହିଛି

ମଧ୍ୟପ୍ରଦେଶରେ ବର୍ଷା ବିତ୍ପାତ : ଦୁଇଟି ସେତୁ ଭୁଶୁଡିଲା, ବହୁ ଟ୍ରେନ୍‌ ଅଟକି ରହିଛି

Read More...

ସିବିଏସ୍‌ଇ ଦଶମ ରେଜଲଫ: ପାସ୍‌ ହାର ୯୯%:  ଆଠ ରାଜ୍ୟରେ ଫଳାଫଳ ଶତପ୍ରତିଶତ

ସିବିଏସ୍‌ଇ ଦଶମ ରେଜଲଫ: ପାସ୍‌ ହାର ୯୯%: ଆଠ ରାଜ୍ୟରେ ଫଳାଫଳ ଶତପ୍ରତିଶତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page