ଭାରତୀୟ ହକିର ପୁନରୁ‹ାନରେ ଓଡ଼ିଶାର ହାତ

August 02, 2021, ଓଡ଼ିଶା, , Anupambharat News Bureau


ଭାରତୀୟ ହକିର ପୁନରୁ‹ାନରେ ଓଡ଼ିଶାର ହାତ
Anupambharat News Bureau
August 02, 2021


ଭୁବନେଶ୍ୱର, ୨ା୮ (ସ୍ୱତନ୍ତ୍ର ପ୍ରତିନିଧି): ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକିର ଅବିଶ୍ୱସନୀୟ ପ୍ରଦର୍ଶନ । ଉଭୟ ପୁରୁଷ ଓ ମହିଳା ହକି ଟିମ୍‌ ସେମିଫାଇନାଲ୍‌ରେ ପ୍ରବେଶ କରି ଦେଶବାସୀଙ୍କ ମୁହଁରେ ହସ ଫୁଟାଇଛନ୍ତି । ଅପ୍ରତ୍ୟାଶିତ ଭାବେ ୧୯୮୦ ମସ୍କୋ ଅଲିମ୍ପିକ୍ସ ପରେ ପ୍ରଥମ ଥର ପାଇଁ ଭାରତୀୟ ପୁରୁଷ ଦଳ ଟାଇଟଲ୍‌ ଦୌଡ଼ରେ ଥିବାବେଳେ ମହିଳା ଦଳ ସେମିରେ ପ୍ରଥମ ଥର ପ୍ରବେଶ କରି ଇତିହାସ ରଚିଛନ୍ତି । ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ଏଥର ଯୋଗ୍ୟତା ଅର୍ଜନରେ ବିଫଳ ହୋଇ ଅନୁପସ୍ଥିତ ଥିବାବେଳେ ଭାରତୀୟ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ସମର୍ଥକଙ୍କ ଖୁସିକୁ ଦ୍ୱିଗୁଣିତ କରିଛି । ନୀଳ ଜର୍ସିର ଦମ୍‌ଦାର ପ୍ରଦର୍ଶନର ଶ୍ରେୟ ହକି ଇଣ୍ଡିଆକୁ ଯିବା ସହିତ ଓଡ଼ିଶା ବି ପ୍ରଶଂସା ସାଉଁଟିଛି । ଟୋକିଓରେ ଖେଳୁଥିବା ପୁରୁଷ ଟିମ୍‌ରେ ବୀରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ ଓ ମହିଳା ଟିମ୍‌ରେ ଦିପ୍‌ଗ୍ରେସ୍‌ ଏMାଙ୍କ ଭଳି ଅଭିଜ୍ଞ ଓଡ଼ିଆ ଖେଳାଳି ରହିଛନ୍ତି । ଗତ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ଉଭୟ ପୁରୁଷ ଓ ମହିଳା ଦଳର ପ୍ରାୟୋଜକ ରହିଛି ଓଡ଼ିଶା ।
କିଛି ବର୍ଷ ହେଲା ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତାରେ ଭାରତୀୟ ହକି ଦଳର ଦୟନୀୟ ପ୍ରଦର୍ଶନ ଦେଶର ହକି ପ୍ରେମୀଙ୍କୁ ନିରାଶ କରିଥିଲା । ଭାରତୀୟ ହକିର ସଂକଟ ମଧ୍ୟରେ ଗତି କରୁଥିବାବେଳେ ଓଡ଼ିଶା ସରକାର ଭାରତୀୟ ହକିର ପୁନୁର‹ାନ ଦିଗରେ ସହଯୋଗ କରିବା ପାଇଁ ଆଗେଇ ଆସିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଗ୍ରହ ଓ ତାଙ୍କ ବ୍ୟକ୍ତିଗତ ସଚିବ ଆଇଏଏସ୍‌ ଅଧିକାରୀ ଭିକେ ପାଣ୍ଡିଆନ୍‌ଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଯୋଜନା ଅନୁଯାୟୀ ଓଡ଼ିଶା ଜାତୀୟ ଦଳର ପ୍ରାୟାଜକ ହେଲା । ତାହାର ସୁଫଳ ଏବେ ସିଧାସଳଖ ଟୋକିଓରୁ ସମଗ୍ର ଭାରତର ହକିପ୍ରେମୀ ଦେଖୁଛନ୍ତି । ଏହାପୂର୍ବରୁ, ଭୁବନେଶ୍ୱରରେ ବିଶ୍ୱ ହକି ଚାମ୍ପିୟନସିପ୍‌ ଭଳି ଅନ୍ତର୍ଜାତୀୟ ହକି ପ୍ରତିଯୋଗିତାର ସଫଳ ଆୟୋଜନ କରି ଓଡ଼ିଶା ସରକାର ପ୍ରଶଂସା ସାଉଁଟି ଥିଲେ । ରାଜ୍ୟରେ ହକିର ବିକାଶ ଦିଗରେ ଉଲ୍ଲେଖନୀୟ ଅବଦାନ ପାଇଁ ପାଣ୍ଡିଆନ୍‌ଙ୍କୁ ଏଫ୍‌ଆଇଏଚ୍‌ ପ୍ରେସିଡେଣ୍ଟ୍‌ ପୁରସ୍କାରରେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ସମ୍ବର୍ଦ୍ଧିତ କରିଥିଲା । ଓଡ଼ିଶାରେ ହକିର ବିକାଶ ପାଇଁ ରାଜ୍ୟ ସରକାର ମଧ୍ୟ ଆନ୍ତରିକ ପ୍ରୟାସ ଜାରି ରଖିଛନ୍ତି । ହକିର ଏନ୍ତୁଡ଼ିଶାଳ କୁହା ଯାଉଥିବା ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ଅତ୍ୟାଧୁନିକ ଆଷ୍ଟ୍ରୋଟର୍ଫଯୁକ୍ତ ସ୍ୱତନ୍ତ୍ର ହକି ଷ୍ଟାଡ଼ିୟମ୍‌ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ବିପୁଳ ପାଣwି ମଞ୍ଜୁର କରିଛନ୍ତି । ହକି ପାଇଁ ଅର୍ଜ୍ଜୁନ ପୁରସ୍କାର ପାଇଥିବା ଅଲିମ୍ପିଆନ୍‌ ତଥା ଭାରତୀୟ ଦଳର ପୂର୍ବତନ ଅଧିନାୟକ ପଦ୍ମଶ୍ରୀ ଦିଲୀପ ତିର୍କୀଙ୍କୁ ସମ୍ମାନ ଦେଇ ସଂସଦକୁ ପଠାଇଛନ୍ତି । ଅନେକ ହକି ଖେଳାଳିଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି । ରାଜ୍ୟରେ ନିୟମିତ ହକି ପ୍ରତିଯୋଗିତା ଆୟୋଜିତ ହେଉଛି । ହକିର ବିକାଶ ପାଇଁ ତପିର ଥିବା ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ବ୍ୟକ୍ତିଗତ ସଚିବ ପାଣ୍ଡିଆନ୍‌ ମଧ୍ୟ ଉତ୍ସାହ ଯୋଗାଇ ଚାଲିଛନ୍ତି । ହକିପ୍ରେମୀମାନେ ଜାଣନ୍ତି ଭାରତ-ବ୍ରିଟେନ୍‌ କ ୍ୱାର୍ଟର୍‌ଫାଇନାଲ୍‌ ମୁକାବିଲାକୁ ନବୀନ କେତେ ଆଗ୍ରହରେ ଦେଖିଥିଲେ ଓ ବିଜୟୀ ଭାରତୀୟ ଦଳକୁ ତୁରନ୍ତ ଶୁଭେଚ୍ଛା ଜଣାଇଥିଲେ । ଏଥିରୁ ହକିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ମଧ୍ୟ ପ୍ରତିଫଳିତ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Read More...

ଡେଲ୍‌ଟା ପାଇଁ କୋଭାକ୍ସିନ ଫଳପ୍ରଦ : ମହାରାଷ୍ଟ୍ରରେ ଜିକା ଭାଇରସ ଚିହ୍ନଟ

ଡେଲ୍‌ଟା ପାଇଁ କୋଭାକ୍ସିନ ଫଳପ୍ରଦ : ମହାରାଷ୍ଟ୍ରରେ ଜିକା ଭାଇରସ ଚିହ୍ନଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page