ଏନ୍‌କାଉଣ୍ଟରରେ ହାଇଦରର ମୃତୁ୍ୟ ଘଟଣା : କେନ୍ଦ୍ରାପଡ଼ା ପୌରାଞ୍ଚଳରେ ୧୪୪

July 25, 2021, ଓଡ଼ିଶା, , Anupambharat News Bureau


 ଏନ୍‌କାଉଣ୍ଟରରେ ହାଇଦରର ମୃତୁ୍ୟ ଘଟଣା : କେନ୍ଦ୍ରାପଡ଼ା ପୌରାଞ୍ଚଳରେ ୧୪୪
Anupambharat News Bureau
July 25, 2021


ବାଲେଶ୍ୱର, ୨୫ା୭(ଅନୁପମ ମିଡ଼ିଆ): ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦରର ମୃତୁ୍ୟ ପରେ ଆଜି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ତାର ଶବ ବ୍ୟବଚ୍ଛେଦ କରାଯାଇଛି । ମାଜିଷ୍ଟ୍ରେଟ ଓ ପୋଲିସର ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି । ପ୍ରଥମେ ପତ୍ନୀ ଓ ଦୁଇ ବୋହୂଙ୍କୁ ମୃତଦେହ ଦେଖାଯିବା ପରେ ବ୍ୟବଚ୍ଛେଦ ପାଇଁ ନିଆଯାଇଥିଲା । ପୋଷ୍ଟମର୍ଟମ ବେଳେ ହାଇଦର ପକେଟରୁ ଏକ ଫୋନ୍‌ ଡାଏରୀ ଜବତ ହୋଇଛି । ଶବ ବ୍ୟବଚ୍ଛେଦ କରୁଥିବା ଡାକ୍ତର, ମୃତଦେହରୁ ୩ଟି ଗୁଳି ପାଇଛନ୍ତି, ଗୋଟିଏ ପୁରୁଣା ଗୁଳି ମଧ୍ୟ ମିଳିଛି । ପୁରୁଣା ଗୁଳିକୁ ଛାଡିଦେଲେ, ସିମୁଳିଆ ଏନକାଉଣ୍ଟରରେ ହାଇଦରର ପଞ୍ଜରା ତଳେ ୨ଟି ଏବଂ ଜଂଘ ଭିତରେ ଗୋଟିଏ ଗୁଳି ବାଜିଥିବା ଜଣାପଡିଛି । ଦୀର୍ଘ ସମୟ ଧରି ଚାଲିଥିଲା ଗ୍ୟାଙ୍ଗଷ୍ଟର ହାଇଦରର ଶବ ବ୍ୟବଚ୍ଛେଦ ପ୍ରକ୍ରିୟା । ୩ଜଣିଆ ଡାକ୍ତରୀ ଟିମ୍‌, ମାଜିଷ୍ଟ୍ରେଟ, ୨ଟି କ୍ୟାମେରା ଓ ପୁଲିସର ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇଛି । ଶବ ନେବା ପାଇଁ ସକାଳୁ ହାଇଦରର ପତ୍ନୀ, ଝିଅ, ବୋହୂ ଓ ତା’ର ସମ୍ପର୍କୀୟ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ପହଁଚିଥିଲେ । ପୋଷ୍ଟମର୍ଟମ ପୂର୍ବରୁ ଶବ ଗୃହରେ ମୃତଦେହକୁ ଦେଖିଥିଲେ ହାଇଦରର ପତ୍ନୀ । ତାଙ୍କ ସ୍ୱାଙ୍କୁ ଯୋଜନାବଦ୍ଧ ଭାବେ ପୋଲିସ ହତ୍ୟା କରିଥିବା ଅଭିଯୋଗକୁ ପୁଣିଥରେ ସେ ଦୋହରାଇଛନ୍ତି । ଗତକାଲି ପୋଲିସ ହେପାଜତରୁ ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଏନକାଉଣ୍ଟରରେ ହାଇଦର ଶରୀରରେ ତିନି ରାଉଣ୍ଡ ଗୁଳି ବାଜିଥିବା ସୂଚନା ମିଳିଛି । ଅନ୍ୟପକ୍ଷେ ପୋଲିସ ଏନକାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦରର ମୃତୁ୍ୟ ପରେ ସମ୍ଭାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡ଼ା ପୌରାଞ୍ଚଳ ସମେତ କେନ୍ଦ୍ରାପଡ଼ା ସହରକୁ ଲାଗି ରହିଥିବା ୪ଟି ପଞ୍ଚାୟତରେ ୨୪ ତାରିଖ ରାତି ୧୧ ଟା ଠାରୁ ଆସନ୍ତା ୩୦ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରୀ କରାଯାଇଛି । ଏହି ୪ଟି ପଞ୍ଚାୟତ ହେଲା କପାଳେଶ୍ୱର, ଗୁଲ୍‌ ନଗର, ବାରିମୂଳ ଏବଂ ଜମଧର । ଏହି ଅବଧି ମଧ୍ୟରେ କେବଳ ଗ୍ରୋସରୀ ଦୋକାନ, ପନିପରିବା ଦୋକାନ ଓ ମାଛ ମାଂସ ଅଣ୍ଡା ଦୋକାନ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ । ଔଷଧ ଦୋକାନ ପୂର୍ବପରି ଖୋଲା ରହିବ । ସେହିପରି ବିନା କାରଣରେ କୌଣସି ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକାଠି ହେବା ଉପରେ କଟକଣା ରହିଛି ।
ଏଥିସହ ଆଜି ପୋଲିସ ପକ୍ଷରୁ ହାଇଦରର ଘର ରଣପଡ଼ା ସମେତ ସହରର ବହୁ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଫୋର୍ସ ମୁତୟନ
କରାଯିବା ସହ ଏସବୁ ସ୍ଥାନରେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ୭ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିଛନ୍ତି ଏବଂ ୧୦ ଜଣ ଅଫିସର ସୁରକ୍ଷା ବ୍ୟବସ୍ଥାର ତଦାରଖ କରୁଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ନ ନଜର ରଖିଛି ପୋଲିସ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟ୍ୟାପ ଖୋଲିଲେ ମିଳିବ ବିଶୁଦ୍ଧ ପାଣି ପ୍ରକଳ୍ପ କାର୍ଯ୍ୟକାରୀରେ ପୁରୀ ଦେଶରେ ପ୍ରଥମ

ଟ୍ୟାପ ଖୋଲିଲେ ମିଳିବ ବିଶୁଦ୍ଧ ପାଣି ପ୍ରକଳ୍ପ କାର୍ଯ୍ୟକାରୀରେ ପୁରୀ ଦେଶରେ ପ୍ରଥମ

Read More...

୧୮ ଜିଲ୍ଲାକୁ  ୟେଲୋ ୱାର୍ଣ୍ଣିଂ

୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page