ଅଧରପଣା ନୀତି ସମ୍ପନ୍ନ : ଆଜି ନିଳାଦ୍ରୀ ବିଜେ

July 22, 2021, ଓଡ଼ିଶା, , Anupambharat News Bureau


ଅଧରପଣା ନୀତି ସମ୍ପନ୍ନ :  ଆଜି ନିଳାଦ୍ରୀ ବିଜେ
Anupambharat News Bureau
July 22, 2021


ପୁରୀ,୨୨ା୭(ଅନୁପମ ମିଡ଼ିଆ): ଆଷାଢ଼ ଶୁକ୍ଳ ତ୍ରୈୟଦଶି ତିଥିରେ ରଥ ଉପରେ ଦାରୁ ବିଗ୍ରହଙ୍କର ଅଧରପଣା ନୀତି ସମ୍ପନ୍ନ ହୋଇଛି । ଶ୍ରୀବିଗ୍ରହମାନଙ୍କର ଅଧର ଉଚ୍ଚତାର ତୁମ୍ବାକୃତି ମାଟି ପାତ୍ର ମାନଙ୍କରେ ଅଧର ପଣା ପ୍ରସ୍ତୁତ କରାଯାଇ ଭୋଗ କରାଯାଇଥିଲା । ରଥର ପାର୍ଶ୍ୱ ଦେବା ଦେବୀ ତଥା ଅସୁୁରିରୀମାନଙ୍କ ଉର୍ଦ୍ଦେଶ୍ୟରେ ଭଙ୍ଗା ଯାଇଥିଲା ଅଧର ହାଣ୍ଡି ।
ତେବେ ମହାମରୀ କରୋନା ସଂକ୍ରମିତ ଜନିତ କଟକଣା ଯୋଗୁ ଏହି ଅଧର ପଣା ନୀତି ରଥ ଯାତ୍ରା, ବାହୁଡ଼ା ଯାତ୍ରା ଓ ସୁନା ବେଶ ଭଳି ଭକ୍ତ ଶୂୂନ୍ୟ ଭାବେ ସମ୍ପନ୍ନ ହୋଇଛି । ଆସନ୍ତାକାଲି ଆଷାତ ଶୁକ୍ଳ ଚତୁଃଦର୍ଶୀ ତିଥିରେ ସମ୍ପନ୍ନ ହେବ ଶ୍ରୀଜିଉଙ୍କ ନିଳାଦ୍ରୀ ବିଜେ ନୀତି । ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା ଲାଗି ରତ୍ନ ସିଂହାସନ ଛାଡ଼ିଥିବା ଚତୁଦ୍ଧାମୂର୍ତ୍ତି ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ଆଜି ସକାଳେ ରଥ ଉପରେ ମଙ୍ଗଳ ଆଳତି, ଅବକାଶ, ବେଶ, ବଲ୍ଳଭ,ସକାଳ ଧୂପ, ଯାତ୍ରାଙ୍ଗି ମହାସ୍ନାନ, ସର୍ବାଙ୍ଗ କରାଯାଇ ବେଶ ଶେଷ ହୋଇଥିଲା । ମଧ୍ୟାହ୍ନ ଧୂପ ପରେ ଆରମ୍ଭ ହୋଇଥିଲା ଅଧର ନୀତି । ଅଧର ପଣା ପାଇଁ ଛେନା, ସର, ଛାଚି, କର୍ପୁର, ଜାଇଫଳ ଓ ଗୋଲ ମରିଚ ଗୁଣ୍ଡ ଆଦି ସାମଗ୍ରୀ ଥର ଉପନରେ ସଜାଡ଼ି ରଖାଯାଇଥିଲା । ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଓ ପ୍ରଭୁ ଶ୍ରୀଜଗନ୍ନାଥ ବିଗ୍ରହଙ୍କ ସମ୍ପୁଖରେ ଅଧର ସ୍ପର୍ଶ କରୁଥିବା ଉଚ୍ଚତାର ହାଣ୍ଡିମାନ ରଖାଯାଇଥିଲା । ପତ୍ରୁ ବଢ଼ୁ ରଥ ଉପରେ ମୁରୁଜ ପକାଇ ପୂଜାଠା କରିଥିଲେ । ତା ଉପରେ ତିନୋଟି ଲେଖାଏଁ ଅଧର ହାଣ୍ଡି ରଖାଯାଇଥିଲା । ପାଣିଆ ଆପଟ ମାନେ ପୂର୍ବରୁ ସିଂହଦ୍ୱାର ସଲଗ୍ନ ଛାଉଣୀ ମଠ ସମ୍ମୁଖସ୍ଥ କୂଅରୁ ପାଣି ନେଇ ପିତ୍ତଳ ହାଣ୍ଡମାନଙ୍କରେ ରଖିଥିଲେ । ମହାସୁଆର, ଭିତରଚ୍ଛ, ତଳୁଚ୍ଛ ଓ ପୁଷ୍କାଳକ ଉପସ୍ଥିତ ରହି ତୁମ୍ବ ଗୁଡ଼ିକ ଆଗାରେ ନୂଆ ଗାମୁଛାରେ ଡେରା ବାନ୍ଧିଥିଲେ । ଅଧର ପାଣା ପ୍ରସ୍ତୁତ କରାଯାଇ ତୁମ୍ଭା କୃତି ହାଣ୍ଡି ଗୁଡ଼ିକ ଉପରେ ଖଣ୍ଡିଏ ଲେଖାଏଁ ଧଳା କରିଆ ପକାଯାଇଥିଲ । ମହାସୁଆର ସେବକ ମାନେ ହାଣ୍ଡିରେ ପଣା ରଖଥିଲେ । ସୁଆର ବଡ଼ୁ ଅତି୍ର ବଡ଼ୁ ଓ ଗରାବଡ଼ୁ ପୂଜାଠା କରିବା ପରେ ପୂଜା ପଣ୍ଡା ଏହି ପଣାକୁ ପଞ୍ଚୋପଚାରରେ ଭୋଗ କରିଥିଲେ । ଏହାପରେ ପରମ୍ପରା ଅନୁଯାୟୀ ଅଧରପଣା ହାଣ୍ଡିଗୁଡ଼ିକୁ ଭାଙ୍ଗି ଦିଆ ଯାଇଥିଲା ।
ଉଲ୍ଲେଖ ଯୋଗ୍ୟ ଯେ, ରଥ ଚାରି ପାଶ୍ୱର୍ରେ ରହିଥିବା ଅଶରୀରୀଙ୍କ ମୁକ୍ତି ପାଇଁ ଅଧରହାଣ୍ଡି ଭଙ୍ଗା ଯାଇଥାଏ । ଅଶରୀରୀଙ୍କୁ ସମର୍ପଣର ପ୍ରଥା ନଥିବାରୁ ଏହି ପଣା କେବଳ ଉତ୍ସର୍ଗ କରାଯାଇଥାଏ । ପ୍ରାୟ ୪୦୦ ବର୍ଷ ତଳୁ ରଥ ଉପରେ ଅଧରପଣା ନୀତି ସମ୍ପନ୍ନ ହୋଇ ଆସୁଥିବା ଗବେଷକମାନେ ମତ ଦେଇ ଆସନ୍ତି । ଅଧରପଣା ପରେ ନିଳାଦ୍ରୀ ବିଜେ ଲାଗି ବ୍ୟାକପ ପ୍ରସ୍ତୁତି କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି । ଆସନ୍ତାକାଲି ଅପରାହ୍ନ ୪ଟାରୁ ମହାପ୍ରଭୁଙ୍କ ରତ୍ନ ସିଂହାସନ ଫେରିବା ନୀତି ଆରମ୍ଭ ହେବ । ତେବେ ଆଜି ପର୍ଯ୍ୟନ୍ତ ଘୋଷ ଯାତ୍ରା ସୁରୁଖୁରୁରେ ଶେଷ ହୋଇଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲିବା କାଳ ହେଲା:  ଶ୍ୱାସରୁଦ୍ଧରୁ ତିନି ମୃତ

ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲିବା କାଳ ହେଲା: ଶ୍ୱାସରୁଦ୍ଧରୁ ତିନି ମୃତ

Read More...

ଟାଟାର ଚାହା ପ୍ୟାକେଜିଂ ୟୁନିଟ୍‌ ଉଦ୍‌ଘାଟିତ:   ୯୦୦ରୁ ଊର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ : ମୁଖ୍ୟମନ୍ତ୍ରୀ

ଟାଟାର ଚାହା ପ୍ୟାକେଜିଂ ୟୁନିଟ୍‌ ଉଦ୍‌ଘାଟିତ: ୯୦୦ରୁ ଊର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ : ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page