ବିନା ଭକ୍ତରେ ବାହୁଡ଼ିଲେ ମହାବାହୁ : ସିଂହଦ୍ୱାର ସମ୍ମୁଖରେ ତିନିରଥ

July 20, 2021, ଓଡ଼ିଶା, , Anupambharat News Bureau


ବିନା ଭକ୍ତରେ ବାହୁଡ଼ିଲେ ମହାବାହୁ : ସିଂହଦ୍ୱାର ସମ୍ମୁଖରେ ତିନିରଥ
Anupambharat News Bureau
July 20, 2021


ପୁରୀ,୨୦ା୭(ଅନୁପମ ମିଡ଼ିଆ): ଅଦ୍ଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଷାଢ ଶୁକ୍ଲ ଏକାଦଶୀ ତିଥିରେ ସମ୍ପନ୍ନ ହୋଇଛି ମହାପ୍ରଭୁଙ୍କ ବାହୁଡାଯାତ୍ରା । ନବଦିନ ଯାତ୍ରାରେ ଯାଇ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ଅବସ୍ଥାନ କରୁଥିବା ଚତୁର୍ଦ୍ଧାମୂର୍ତି ଶ୍ରୀମନ୍ଦିରର ରତ୍ନସିଂହାସନ ଅଭିମୁଖେ ବାହୁଡିଛନ୍ତି । କୋଭିଡ୍‌ ଜନିତ କଟକଣା ଯୋଗୁଁ ଗତବର୍ଷର୍ ଭଳି ବିନା ଭକ୍ତରେ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଛି ଶ୍ରୀଜିଉଙ୍କ ବାହୁଡା ଯାତ୍ରା । ସନ୍ଧ୍ୟା ୬ଟା୧୦ ମିନିଟ୍‌ ସୁଦ୍ଧା ରଥାରୂଢ ଶ୍ରୀଜିଉଙ୍କ ତିନି ରଥ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିଚି । ନିର୍ଦ୍ଧିାରିତ ସମୟର ୧୦ ମିନିଟ୍‌ ବିଳମ୍ବରେ ଅର୍ଥାତ୍‌ ଭୋର ୪ଟା୧୦ ମିନିଟ୍‌ରେ ହୋଇଥିଲା ମହାପ୍ରଭୁ ଙ୍କ ମଙ୍ଗଳଆଳତୀ । ପରେ ମଇଲମ, ତଡପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୁଜା,ଦ୍ୱାରପାଳ ପୂଜା ଆଦି ନୀତି ସକାଳ ୫ଟା୪୦ ମିନିଟ୍‌ ସୁଧା ଶେଷ ହୋଇଥିଲା । ସକାଳ ୭ଟା ସୁଧା ଗୋପାଳବଲ୍ଲଭ ଓ ସକାଳଧୂପରେ ଖେଚେଡି ଭୋଗ ସମ୍ପନ୍ନ ହୋଇଥିଲା । ଏହାପରେ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର ୪ଘଣ୍ଟା ପୂର୍ବରୁ ଅର୍ଥାତ୍‌ ୭ଟା୪୫ ମିନିଟ୍‌ ରେ ମଙ୍ଗଳାର୍ପଣ ଓ ୭ଟା୪୦ରେ ଆରମ୍ଭ ହୋଇଥିଲା ବାହୁଡା ପହଣ୍ଡି । ସକାଳ ୧୦ଟା୨୦ ମିନିଟ୍‌ ସୁଦ୍ଧା ବାହୁଡା ପହଣ୍ଡି ଶେଷ ହୋଇଥିଲା । ଘଣ୍ଟ ଘଣ୍ଟା ଧ୍ୱନୀ ମଧ୍ୟରେ ଛତ୍ର ଚାମର ପଟୁଆରରେ ପ୍ରଥମେ ଶ୍ରୀସୁଦର୍ଶନ ଓ ପରେ ପରେ ପ୍ରଭୁ ବଳଭଦ୍ର,ଦେବୀ ସୁଭଦ୍ରା ଓ ଶେଷରେ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇଥିଲା । ଟାହିଆର ଦୋଳନ ମଧ୍ୟରେ ଶ୍ରୀଜଗନ୍ନାଥଙ୍କୁ ପହଣ୍ଡିରେ ଅଣାଯାଇ ରଥାରୂଢ କରାଯିବା ପରେ ଶ୍ରୀଜିଉଙ୍କ ଚଳନ୍ତି ପ୍ରତିମା ମଦନମୋହନ ବିଜେ ହୋଇ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ପରେ ରାମକୃଷ୍ଣ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ବିରାଜମାନ କରିଥିଲେ । ରଥାରୂଢ ହେବା ପରେ ଗଜପତି ମହାରାଜ ଦିବ୍ୟସିଂହଦେବ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ତିନିରଥରେ ଛେରାପହଁରା କରିଥିଲେ । ଏହାପରେ ଚାରମାଳ ଫିଟାଯାଇ ରଥରେ ଘୋଡା ସଂଯୋଗ କରାଯାଇଥିଲା । ୧୨ଟା୨୦ ମିନିଟ୍‌ ସମୟରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଟଣାଯାଇଥିଲା । ମଧ୍ୟାହ୍ନ ୧୨ଟା୫୫ ରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ୧ଟା୨୦ ରେ ଶ୍ରୀଜଗନ୍ନାଥ ଙ୍କ ନନ୍ଦିଘୋଷ ରଥଟଣା ଆରମ୍ଭ ହୋଇଥିଲା । ରଥଯାତ୍ରା ଭଳି ବାହୁଡା ଯାତ୍ରାରେ ମଧ୍ୟ କେବଳ ସେବାୟତ ମାନେ ରଥ ଟାଣିଥିଲେ । ରୌଦ୍ର ତାପ ଯୋଗୁଁ ତତଲା ରାସ୍ତା ରେ ଖାଲି ପାଦରେ ସେବାୟତ ମାନେ ରଥଟାଣି ଥିଲେ । ବଡଦାଣ୍ଡର ରାସ୍ତାକୁ ଶୀତଳ କରିବା ପାଇଁ ଦମକଳ ବାହିନୀ ପକ୍ଷରୁ ବଡଦାଣ୍ଡ ରେ ଜଳସିଞ୍ଚନ କରାଯାଇଥିଲା । ପ୍ରାୟ ଅପରାହ୍ନ ୪ଟା ବେଳେ ବର୍ଷା ଆରମ୍ଭ ହୋଇଯାଇଥିଲା । ପ୍ରବଳ ବର୍ଷା ସତ୍ତେ୍ୱ ସେବାୟତ ମାନେ ରଥଟାଣି ଥିଲେ । ଆରକ୍ଷୀ ଅଧିକ୍ଷିକ କନୱର ବିଶାଲ ସିଂଙ୍କ ତତ୍ୱାବଧାନରେ ତାଳଧ୍ୱଜ ରଥ ଅତିରିକ୍ତ ଜିଲାପାଳ ପ୍ରଦୀପ କୁମାର ସାହୁଙ୍କ ତତ୍ୱାବଧାନରେ ଦେବଦଳନ ଓ ଜିଲ୍ଳାପାଳ ସମର୍ଥ ବର୍ମାଙ୍କ ତତ୍ୱାବଧାନରେ ନନ୍ଦିଘୋଷ ରଥ ଟଣାଯାଇଥିଲା । ପରମ୍ପରା ଅନୁଯାୟୀ ସିଂହଦ୍ୱାର ଅଭିମୁଖେ ଯାତ୍ରା କରୁଥିବା ରଥ ମାଉସୀ ମାଆ ମନ୍ଦିର ସମ୍ମୁଖରେ ଅଟକିଥିଲା । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ଅଟକି ରହିଥିଲା । ମାଉସୀ ମାଆ ମନ୍ଦିର ପକ୍ଷରୁ ଶ୍ରୀଜଗନ୍ନାଥଙ୍କୁ ପୋଡପିଠା ଭୋଗ କରାଯାଇଥିଲା । ଅପରାହ୍ନ ୩ଟା୫୦ ରେ ତାଳଧ୍ୱଜ ରଥ ଓ ୪ଟା୩୦ ସୁଦ୍ଧା ଦେବଦଳନ ରଥ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଥିଲା । ତେବେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ଅଟକି ରହିଥିଲା । ମହାଲକ୍ଷ୍ମୀ ପଟୁଆର ରେ ଶ୍ରୀମନ୍ଦିର ରୁ ଶ୍ରୀନଅର ସମ୍ମୁଖକୁ ବିଜେ କରିଥିଲେ । ଶ୍ରୀନଅର ସମ୍ମୁଖରେ ଗଜପତି ମହାରାଜ ଦିବ୍ୟସିଂହଦେବ ଲକ୍ଷ୍ମୀନାରାୟଣ ଭେଟ କରାଇଥିଲେ । ଲକ୍ଷ୍ମୀନାରାୟଣ ଭେଟ ନୀତି ସମ୍ପନ୍ନ ହେବା ପରେ ନନ୍ଦିଘୋଷ ରଥ ଶ୍ରୀମନ୍ଦିର ଅଭିମୁଖେ ଯାତ୍ରା କରି ସନ୍ଧ୍ୟା ୬ଟା୧୦ ମିନିଟ୍‌ ସୁଦ୍ଧା ପହଞ୍ଚିଯାଇଥିଲା । ରଥଯାତ୍ରା ଲାଗି ପୁରୀ ସହରରେ କର୍ଫୁ୍ୟ ଜାରି କରାଯାଇଥିଲା । ବଡଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥକୁ ବ୍ୟାରିକେଡ କରି ସିଲ୍‌ କରିଦିଆଯାଇଥିଲା । ବ୍ୟାରିକେଡ ସମ୍ମୁଖରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥିଲା । ବଡଦାଣ୍ଡରେ ଥିବା ଘରର ଛାତ ଉପରେ ପୋଲିସ ପହରା ବ୍ୟବସ୍ଥା କରାଯାଇଥିବା ବେଳେ ଡ୍ରୋନ କ୍ୟାମେରା ସହାୟତାରେ ରଥଯାତ୍ରା ଓ ବଡଦାଣ୍ଡ ର ଚିତ୍ର ଉତ୍ତେଳନ କରାଯିବା ସହିତ ରଥଯାତ୍ରାର ସମ୍ପୂର୍ଣ୍ଣ ଭିଡିଓ ଗ୍ରାଫି କରାଯାଇଥିଲା । ଲୋକମାନେ ଘରେ ରହି ଟେଲିଭିଜନ ଜରିଆରେ ମହାପ୍ରଭୁ ଙ୍କ ବାହୁଡା ଯାତ୍ରା ଦେଖିଥିଲେ । ପୋଲିସ ମହାନିର୍ଦେଶକ ଅଭୟ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । ସୁରକ୍ଷା ଦାୟିତ୍ୱରେ ୬୫ ପ୍ଲାଟୁନ୍‌ ଫୋର୍ସ ୨୨୨ ଜଣ ଏସଆଇ ଓ ଏଏସଆଇଙ୍କୁ ନିୟୋଜିତ କରାଯାଇଥିଲା । ତଦାରଖ ଦାୟିତ୍ୱରେ ୬୪ ଜଣ ଇନିସପେକଫର ,୩୧ ଜଣ ଡିଏସପି ଓ ୧୦ ଜଣ ଅତିରିକ୍ତ ଏସପି ନିୟୋଜିତ ହୋଇଥିଲେ । ମହାପ୍ରଭୁଙ୍କ ବାହୁଡଯାତ୍ରା ସୁରୁଖୁରୁ ରେ ସରିଛି । ରଥଟଣା ନୀତି ବହୁ ପୂର୍ବରୁ ଆରମ୍ଭ ହୋଇଥିବାରୁ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଡକଫର କ୍ରିଷନ କୁମାର ସମସ୍ତ ସେବାୟତଙ୍କୁ ଧନ୍ୟବାଦ ଜଣାଛନ୍ତି । ବିଭିନ୍ନ ବିଭାଗର ସହଯୋଗ ଯୋଗୁଁ ମହାପ୍ରଭୁଙ୍କ ବାହୁଡା ଯାତ୍ରା ଯେଭଳି ସମ୍ପନ୍ନ ହୋଇଛି ସୁନାବେଶ ମଧ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ ବୋଲି ମୁଖ୍ୟ ପ୍ରଶାସକ ଆଶାବ୍ୟକ୍ତ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ସୁନାବେଶ

ଆଜି ସୁନାବେଶ

Read More...

୨୪ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

୨୪ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page