ପେଟ୍ରୋଲ ମୂଲ୍ୟ ବୃଦ୍ଧିିି, ଡିଜେଲ ସ୍ଥିର

July 17, 2021, ଶିଳ୍ପ ବାଣିଜ୍ୟ, , Anupambharat News Bureau


ପେଟ୍ରୋଲ ମୂଲ୍ୟ ବୃଦ୍ଧିିି, ଡିଜେଲ ସ୍ଥିର
Anupambharat News Bureau
July 17, 2021


ମୁମ୍ବଇ,୧୭ା୭:ଆନ୍ତର୍ଜାତିକ କାରଣରୁ ପେଟ୍ରୋଲ ଦର ବୃଦ୍ଧି ଅବ୍ୟାହତ ରହିଛି । ଏଭଳି ଦରବୃଦ୍ଧି ଯୋଗୁଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଆୟ ହ୍ରାସ ପାଉଥିବା ଏବଂ ଖାଦ୍ୟ ଦ୍ରବ୍ୟର ମୁîଲ୍ୟ ବୃଦ୍ଧି ବେଳେ ତୈଳ ଦର ବୃଦ୍ଧି ଏବେ ଦେଶରେ ଚିନ୍ତାର କାରଣ ହୋଇଛି । ହେଲେ ଡିଜେଲ ମୂଲ୍ୟ ଅପରିବର୍ତ୍ତିତ ରହିଥିବାରୁ ପରିବହନ କ୍ଷେତ୍ର ଆଶ୍ୱସ୍ତି ପ୍ରକାଶ କରିଛନ୍ତି । ପେଟ୍ରୋଲ ଲିଟର ପିଛା ମୂଲ୍ୟ ୩୦ ପଇସା ବୃଦ୍ଧି ପାଇଛି । ଏହି ବୃଦ୍ଧି ଫଳରେ ଦିଲ୍ଲୀରେ ଲିଟର ପିଛା ମୂଲ୍ୟ ୧୦୧.୮୪ ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ ଲିଟର ପିଛା ୮୯.୮୭ ଟଙ୍କା ରହିଛି । ଦେଶ ବ୍ୟାପି ଆଜି ପେଟ୍ରୋଲ ଲିଟର ପିଛା ମୂଲ୍ୟ ୩୦ରୁ ୪୦ ପଇସା ବୃଦ୍ଧି ପାଇଛି । ଶୁକ୍ରବାର ତେଳ ଦର ସ୍ଥିର ରହିଥିବା ବେଳେ ଗୁରୁବାର ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପାଇଥିଲା । ତୈଳ ଉତ୍ପାଦନକାରୀ ରାଷ୍ଟ ସଂଘ ଓପେକ ଚାହିଦା ତୁଳନାରେ ଉତ୍ପାଦନ ବୃଦ୍ଧି ପାଇଁ ରାଜି ହୋଇଥିବା କୁହାଯାଇଛି । ମୁମ୍ବଇରେ ମେ ୨୯ରେ ପଥମ ଥର ପାଇଁ ପେଟ୍ରେଲ ମୂଲ୍ୟ ଶହେ ଟଙ୍କା ଅତିକ୍ରମ କରିଥିବା ବେଳେ ଏବେ ୧୦୭.୮୫ ଟଙ୍କା ହୋଇଛି । ସହରରେ ଡିଜେଲ ଲିଟର ପିଛା ମୂଲ୍ୟ ୯୭.୪୫ ଟଙ୍କା ହୋଇଛି । ବର୍ତ୍ତମାନ ଦେଶର ଚାରି ମେଟ୍ରୋ ସହରରେ ପେଟ୍ରୋଲ ଦର ଶହେ ଅତିକ୍ରମ କରିଛି । ଆନ୍ତର୍ଜତୀକ ବଜାରରେ ଦର ବୃଦ୍ଧି ଅବ୍ୟାହତ ରହିଲେ ଦେଶରେ ମଧ୍ୟ ତାହା ବୃଦ୍ଧି ପାଇବ ବୋଲି କୁହାଯାଇଛି । ଏହି ବୃଦ୍ଧି ସହ ତୈଳ ଦର ୪୧ ଦିନ ଧରି ବୃଦ୍ଧି ପାଇଥିବା ବେଳେ ମେ ପରଠାରୁ ଦର କମିନାହିଁ । ଏହି ବୃଦ୍ଧି ଯୋଗୁଁ ଦିଲ୍ଲୀରେ ଲିଟର ପିଛା ମୁଲ୍ୟ ୧୧.୪୪ ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ମୁଲ୍ୟ ୯.୧୪ ଟଙ୍କା ବୃଦ୍ଧି ପାଇଛି । ଓଏମସି ପକ୍ଷରୁ ତୈଳର ଖୁଚୁରା ମୂଲ୍ୟ ଆମାଗୀ କିଛି ଦିନ ମଧ୍ୟରେ ହ୍ରାସ କଲେ ଲୋକଙ୍କ କିଛି ରିହାତି ମିଳିପାରେ । ଅଶୋଧିତ ତୈଳ ବ୍ୟାରେଲ ପିଛା ମୂଲ୍ୟ ୭୩ ଡଲାର ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ସର୍ବୋଚ୍ଚସ୍ତରରେ ମୁଦ୍ରା ସଂରକ୍ଷଣ ଭଣ୍ଡାର

ସର୍ବୋଚ୍ଚସ୍ତରରେ ମୁଦ୍ରା ସଂରକ୍ଷଣ ଭଣ୍ଡାର

Read More...

ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା ପାଇଁ ଗାଇଡ୍‌ଲାଇନ୍‌

ମାଟ୍ରିକ୍‌ ଅଫଲାଇନ୍‌ ପରୀକ୍ଷା ପାଇଁ ଗାଇଡ୍‌ଲାଇନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page