ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି:: ୧୫ ପ୍ରସ୍ତାବ ଉପରେ ମୋହର

July 17, 2021, ଓଡ଼ିଶା, , Anupambharat News Bureau


ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି::  ୧୫ ପ୍ରସ୍ତାବ ଉପରେ ମୋହର
Anupambharat News Bureau
July 17, 2021


ଭୁବନେଶ୍ୱର, ୧୭ା୭(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତାରେ ଶନିବାର ସନ୍ଧ୍ୟାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୧୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ଆନ୍ତରାଜ୍ୟ ସଂଯୋଗୀକରଣକୁ ଉନ୍ନତ କରିବା ଉଦ୍ଦେଶ୍ୟରେ ରାଜ୍ୟ କ୍ୟାବିନେଟ୍‌ ୨୩ କିମି ଦୈର୍ଘ୍ୟ ଦୁଇ ଥାକିଆ ଡୁଡ଼ୁକା-ଗୋପାଳପୁର-ତୋପାରିଆ ରାସ୍ତାକୁ ପ୍ରଶସ୍ତ କରାଯିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପରେ ୧୦୨.୬୫ କୋଟି ଟଙ୍କା ବ୍ୟୟ ହେବ ଏବଂ ଏହା ବସୁନ୍ଧରା କୋଇଲା ଖଣିକୁ ଯାନବାହନ ଚାଳାଚଳରେ ସହାୟକ ହେବ । ସେହିପରି ଗ୍ରାମାଞ୍ଚଳର ଲୋକଙ୍କୁ ପାନୀୟ ଜଳ ଯୋଗାଇବାକୁ ଗୁରୁତ୍ୱ ଦେଇ ରାଜ୍ୟ କ୍ୟାବିନେଟ୍‌ କଟକ ଜିଲ୍ଲା ପାଇଁ ବୃହତ୍‌ ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପକୁ ଅନୁମୋଦନ କରିଛି । ଏହା ଦ୍ୱାରା ୨.୫୦ ଲକ୍ଷରୁ ଅଧିକ ଲୋକ ବିଶୁଦ୍ଧ ପାନୀୟ ଜଳ ପାଇବେ ଏବଂ ଏଥି ପାଇଁ ୨୭୫.୩୯ କୋଟିରୁ ଅଧିକ ଅର୍ଥ ବ୍ୟୟ କରାଯିବ । ସୁନ୍ଦରଗଡ଼ ଜିଲ୍ଲା ପାଇଁ ୨ଟି ବୃହତ୍‌ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି । ୨୪ ମାସର ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ୱାରା ଜିଲ୍ଲାର ୧୦ଟି ବ୍ଲକ୍‌ ର ୬ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ।
ଏହା ବ୍ୟତୀତ ଓଡ଼ିଶା ଷ୍ଟେଟ୍‌ ୱାଇଡ୍‌ ଏରିଆ ନେଟୱର୍କ (ଓସ୍‌ୱାନ୍‌) ଅପଗ୍ରେହେସନ୍‌ ପାଇଁ ୩୩୨ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ପ୍ରକଳ୍ପ ରାଜ୍ୟରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା ଭିତ୍ତିଭୂମି ବଢ଼ାଇବ । ସଂରକ୍ଷିତ ଖଣିରୁ ଆସିବାକୁ ଥିବା ଖଣ୍ଡାଲାଇଟ ପଥ ଉପରୁ ରୟାଲଟି ଛାଡ଼ ହେବ । ଖଣ୍ଡାଲାଇଟ୍‌ ପଥର ଅବଢ଼ା ଯୋଜନା ଓ ଅନ୍ୟ ଐତିହ୍ୟସ୍ଥଳ ବିକାଶରେ ଲାଗିବ । ଏହା ବ୍ୟତୀତ ଓଡିଶା ବେସାମରିକ ସେବା (ପଦୋନ୍ନତି ପାଇଁ ମାନଦଣ୍ଡ)ନିୟମାବଳୀ , ୧୯୯୨ର ସଂଶୋଧନ, ଓଡିଶା ମୁଖ୍ୟ ବିଭାଗୀୟ ଦପ୍ତର(ମୁଖ୍ୟ ବିଭାଗୀୟ ଦପ୍ତର କାର୍ଯ୍ୟାଳୟ ପ୍ରତିଷ୍ଠାନ ଅଧିକାରୀ, ପ୍ରଶାସନିକ ଅଧିକାରୀ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ ) କମନ୍‌ କ୍ୟାଡର ନିୟମାବଳୀ ୨୦୧୯ର ସଂଶୋଧନ , ଓଡିଶା ଅଧସ୍ତନ ପରିସଂଖ୍ୟାନ ଓ ଅର୍ଥନୀତି ସେବା ନିୟମ୧୯୯୪ର ସଂଶୋଧନ , ଓଡିଶା ସରକାରୀ ଲ୍ୟାଣ୍ଡ ସେଟଲମେଣ୍ଟ ନିୟମ ୧୯୬୨ ସଂଶୋଧନ, ଓଡିଶା କାରଗାର ଫାର୍ମାସିଷ୍ଟ ସେବା (ନିଯକ୍ତି ପଦ୍ଧତି ଓ ସେବାସର୍ତ୍ତ ନିୟମାବଳୀ) ୨୦୨୧ର ପ୍ରଣୟନକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୬ରୁ ଖୋଲିବ ଦଶମ ଓ ଦ୍ୱାଦଶ ଶ୍ରେଣୀ :  ସ୍କୁଲକୁ ଆସିବା ଛାତ୍ରଛାତ୍ରୀଙ୍କ ଇଚ୍ଛାଧୀନ , ଜିଲ୍ଲାପାଳ ନିଷ୍ପତ୍ତିି ନେବେ

୨୬ରୁ ଖୋଲିବ ଦଶମ ଓ ଦ୍ୱାଦଶ ଶ୍ରେଣୀ : ସ୍କୁଲକୁ ଆସିବା ଛାତ୍ରଛାତ୍ରୀଙ୍କ ଇଚ୍ଛାଧୀନ , ଜିଲ୍ଲାପାଳ ନିଷ୍ପତ୍ତିି ନେବେ

Read More...

ଶରଧାବାଲିରେ ତିନି ରଥ

ଶରଧାବାଲିରେ ତିନି ରଥ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page