ଅମିତ ମିତ୍ର ଆଉ ଲଢ଼ିବେନି ନିର୍ବାଚନ

July 11, 2021, ଦେଶ, , Anupambharat News Bureau


ଅମିତ ମିତ୍ର ଆଉ ଲଢ଼ିବେନି ନିର୍ବାଚନ
Anupambharat News Bureau
July 11, 2021


କୋଲକାତା: ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀ ଅମିତ ମିତ୍ର ତାଙ୍କର ଦଶ ବର୍ଷର କାର୍ଯ୍ୟକାଳ ଶେଷ କରିପାରନ୍ତି କାରଣ ସେ ତାଙ୍କ ଘନିଷ୍ଠ ସର୍କଲରେ କହିଛନ୍ତି ଯେ ସେ ଆଉ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଇଚ୍ଛା କରୁନାହାଁନ୍ତି ଏବଂ ସେ ବିଦେଶରେ କିଛି ସମୟ ବିତାଇବାକୁ ଚାହୁଁଛନ୍ତି । ଗୁରୁତର ଅସୁସ୍ଥ ଥିବା ମିତ୍ର ବିଧାନସଭାରେ ବଜେଟ୍‌ ଉପସ୍ଥାପନ କରିନାହାଁନ୍ତି ଏବଂ ଅଧିବେଶନ ପରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରିଥିଲେ । ଅସୁସ୍ଥତା ହେତୁ ନିକଟରେ ବିଧାନସଭା ର୍ନିବାଚନରେ ମିତ୍ର ପ୍ରତିଦ୍ୱନ୍ଦିତା କରିନଥିଲେ ମଧ୍ୟ ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟ ଜାରି ରଖିଥିଲେ ଏବଂ ଆଶା କରାଯାଉଥିଲା ଯେ ସେ ଉତ୍ତର ୨୪ ପରଗାନାର ଖାରଦା ବିଧାନସଭା ନିର୍ବାଚନମଣ୍ଡଳୀରୁ ବାଇପୋଲରେ ପ୍ରତିଦ୍ୱନ୍ଦିତା କରିବେ । ନିୟମ ଅନୁଯାୟୀ ସେ ପର୍ଯ୍ୟନ୍ତ ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟ ଜାରି ରଖିପାରିବେ କି;ୁ ସେହି ସମୟ ମଧ୍ୟରେ ମିତ୍ରଙ୍କୁ ନିର୍ବାଚିତ ହେବାକୁ ପଡ଼ିବ । ବର୍ତ୍ତମାନ ଯଦି ସେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାକୁ ଚାହୁଁନାହାଁନ୍ତି ତେବେ ଆଶା କରାଯାଉଛି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ରାଜ୍ୟ ପାଇଁ ଆଉ ଜଣେ ଅର୍ଥମନ୍ତ୍ରୀ ଖୋଜିବାକୁ ପଡ଼ିବ । ଦଳର ସୂତ୍ରରୁ ଜଣାପଡିଛି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବ୍ୟକ୍ତିଗତ ଭାବେ ମିତ୍ରଙ୍କୁ ମନାଇବା ପାଇଁ ଚେଷ୍ଟା କରିବେ ଯାହା ଦ୍ୱାରା ସେ ରାଜ୍ୟର ଅର୍ଥମନ୍ତ୍ରୀ ଭାବରେ କାର୍ଯ୍ୟ କରିପାରିବେ ଏବଂ ଏହା ସମ୍ଭବ ନୁହେଁ ହେଲେ ମଧ୍ୟ ତାଙ୍କୁ ରାଜ୍ୟର ଆର୍ଥିକ ପରାମର୍ଶଦାତା ଭାବରେ ରହିବାକୁ କୁହାଯିବ । ରାଜ୍ୟରେ କେବଳ ଦୁଇଟି ବିଭାଗ ଅଛି ଯେଉଁଠାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ ଦଶ ବର୍ଷ ମଧ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି । ଗୋଟିଏ ହେଉଛି ଅମିତ ମିତ୍ରଙ୍କ ଦ୍ୱାରା ଆର୍ଥିକ ପରିଚାଳନା ଏବଂ ଅନ୍ୟଟି ପଞ୍ଚାୟତ ଭେଟେରାନ ସୁବ୍ରତ ମୁଖାର୍ଜୀଙ୍କ ଦ୍ୱାରା ପରିଚାଳିତ । ଏହା ତାଙ୍କର ଅପାର ବିଶ୍ୱାସକୁ ଦର୍ଶାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରଥ ପଥ ପ୍ରସ୍ତୁତ :  ଶ୍ରୀଜିଉଙ୍କ ଅପେକ୍ଷାରେ ତିନି ରଥ

ରଥ ପଥ ପ୍ରସ୍ତୁତ : ଶ୍ରୀଜିଉଙ୍କ ଅପେକ୍ଷାରେ ତିନି ରଥ

Read More...

 କୋଭିଡ଼ରେ ସ୍ୱାମୀଙ୍କୁ ହାଇଥିବା ବିଧବାଙ୍କୁ ୨.୫ ଲକ୍ଷ ସହାୟତା ରାଶି

କୋଭିଡ଼ରେ ସ୍ୱାମୀଙ୍କୁ ହାଇଥିବା ବିଧବାଙ୍କୁ ୨.୫ ଲକ୍ଷ ସହାୟତା ରାଶି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page