କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ଓଡ଼ିଶା ପାଇଁ ସମ୍ଭାବନାର ଝଲକ

July 08, 2021, ଓଡ଼ିଶା, , Anupambharat News Bureau


କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ:  ଓଡ଼ିଶା ପାଇଁ ସମ୍ଭାବନାର ଝଲକ
Anupambharat News Bureau
July 08, 2021


ଭୁବନେଶ୍ୱର, ୮ା୭ (ସ୍ୱତନ୍ତ୍ର ପ୍ରତିନିଧି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର କ୍ୟାବିନେଟ୍‌ର ପୁନର୍ବିନ୍ୟାସ ଘଟାଇ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦେଇଥିବା ସ୍ପଷ୍ଟ କରିଛନ୍ତି । ମୋଦିଙ୍କ ଦ୍ୱିତୀୟ ପାଳି ସରକାରର ବହୁ ପ୍ରତୀକ୍ଷିତ ସଂପ୍ରସାରଣ ପରେ, ଓଡ଼ିଶାରୁ ଏକକାଳୀନ ତିନି ଜଣ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି । ଏହା ପୂର୍ବରୁ କେବଳ ଜନମୋର୍ଚ୍ଚା ସରକାର ଅମଳରେ ରାଜ୍ୟରୁ ସର୍ବାଧିକ ୫ଜଣ ମନ୍ତ୍ରୀ ପଦ ପାଇଥିଲେ । ସଦ୍ୟତମ ସମ୍ପ୍ର୍ରସାରଣ ପରେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷା ତଥା ଦକ୍ଷତା ବିକାଶ ମନ୍ତ୍ରାଳୟର କ୍ୟାବିନେଟ୍‌ ମନ୍ତ୍ରୀ ଭାବରେ ଦାୟିତ୍ୱ ନେଇଛନ୍ତି । ଫଳରେ କେନ୍ଦ୍ର ସରକାରରେ ଧର୍ମେନ୍ଦ୍ରଙ୍କ ଗୁରୁତ୍ୱ ଓ ପ୍ରଭାବ ଆହୁରି ବୃଦ୍ଧି ପାଇଛି । ତେବେ କରୋନା କାଳରେ ସାରା ଦେଶରେ ଅଫ୍‌ଲାଇନ୍‌ ଶିକ୍ଷା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ବେଳେ ସ୍ଥିତି ସ୍ୱାଭାବିକ କରିବା ଧର୍ମେନ୍ଦ୍ରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍‌ ହେବ । ଧର୍ମେନ୍ଦ୍ରଙ୍କ ଉପରେ ପ୍ରଧାନମନ୍ତ୍ରୀଙ୍କର ଅତ୍ୟଧିକ ଭରସା ଥିବାରୁ ତାଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣର୍ ବିଭାଗ ମିଳିଛି । ପୂର୍ବରୁ ପେଟ୍ରୋଲିୟମ୍‌ ମନ୍ତ୍ରୀ ଥିବାବେଳେ ଧର୍ମେନ୍ଦ୍ର ନିଜ ମନ୍ତ୍ରାଳୟ ପାଣwିରୁ ସିଂହଭାଗ ରାଜ୍ୟରେ ବ୍ୟୟ କରି ଅନେକ କେନ୍ଦ୍ରୀୟ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଏବେ ତାଙ୍କୁ ଶିକ୍ଷା ମନ୍ତ୍ରାଳୟର ନୂଆ ଦାୟିତ୍ୱ ମିଳିବା ପରେ ଓଡ଼ିଶାରେ ଡାକ୍ତରୀ, ଇଂଜିନିୟରିଂ ଶିକ୍ଷା ସହିତ ବିଭିନ୍ନ ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ଘଟିବ ବୋଲି ଆଶା କରାଯାଉଛି । ପ୍ରଧାନମନ୍ତ୍ରୀ ମୋଦି ଓ ବିଜେପିର ଉଚ୍ଚସ୍ତରୀୟ ନେତୃବର୍ଗଙ୍କ ସହ ତାଙ୍କର ଘନିଷ୍ଠତାକୁ କାମରେ ଲଗାଇ ଧର୍ମେନ୍ଦ୍ର ରାଜ୍ୟରେ ଅଧିକ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଓ ଉତ୍କର୍ଷ କେନ୍ଦ୍ର ଖୋଲିବାର ସମ୍ଭାବନା ବୃଦ୍ଧି ପାଇଛି ।
ଓଡ଼ିଶାର ଅନ୍ୟତମ ସାଂସଦ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର ରେଳ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଏହା ପୂର୍ବରୁ ରେଳ ମନ୍ତ୍ରାଳୟର କ୍ୟାବିନେଟ୍‌ ପାହ୍ୟା କୌଣସି ଓଡ଼ିଶାର ସାଂସଦଙ୍କ ଭାଗ୍ୟରେ ଜୁଟି ନଥିଲା । ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ଅବହେଳା ଅଭିଯୋଗ କରି ବିଜେଡି ଯେଉଁ ରାଜନୈତିକ ଖେଳ ଖେଳୁଥିଲା ମୋଦିଙ୍କର ଏହି ମାଷ୍ଟର୍‌ଷ୍ଟ୍ରୋକ୍‌ ସେଥିରେ ପୂର୍ଣ୍ଣଚ୍ଛେଦ ଲଗାଇଛି । ବୁ୍ୟରୋକ୍ରାଟ୍‌ରୁ ରାଜନେତା ପାଲଟି ଥିବା ବିଜେପିର ରାଜ୍ୟସଭା ସାଂସଦ ବୈଷ୍ଣବ ପୂର୍ବରୁ ଅନେକ ଉଚ୍ଚ ପଦପଦବୀରେ ଦକ୍ଷତା ପ୍ରତିପାଦନ କରି ସାରିଛନ୍ତି । ଶପଥ ନେବାର ଅଳ୍ପ ସମୟ ମଧ୍ୟରେ ବୈଷ୍ଣବ ଟ୍ୱିଟ୍‌ ଜରିଆରେ ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ଆଶିଷ କାମନା କରିଛନ୍ତି ଏବଂ ନିଜ ରାଜ୍ୟ କଥା ପଛକୁ ରଖି ରେଳବାଇ କ୍ଷେତ୍ରରେ ଓଡ଼ିଶାର ବିକାଶ ପାଇଁ ସମର୍ପିତ ରହିବେ ବୋଲି କହିଛନ୍ତି । ବୈଷ୍ଣବ ଯଦି ନିଜ କଥାକୁ କାମରେ ଲଗାନ୍ତି ଓଡ଼ିଶାର ଅନେକ ଅପହଞ୍ଚ ଅଞ୍ଚଳରେ ରେଳସେବା ପହଞ୍ଚିବା ଲାଗି ବାଟ ଫିଟି ପାରିବ ।
ଓଡ଼ିଶାର ଅନ୍ୟତମ ନେତା ତଥା ମୟୂରଭଞ୍ଜ ସାଂସଦ ଇଞ୍ଜିନିୟର୍‌ ବିଶେ୍ୱଶ୍ୱର ଟୁଡୁ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ନେବା ଫଳରେ ଆଦିବାସୀ ସମାଜରେ ଖୁସିର ଲହରୀ ଖେଳି ଯାଇଛି । ମୋଦି-୧ ସରକାରରେ ଜୁଏଲ ଓରାମ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଥିଲେ । ଏବେ ଆଦିବାସୀ ସଂପ୍ରଦାୟର ଯୁବନେତା ଟୁଡୁ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ହୋଇ ଥିବାରୁ ଏବେ ତାଙ୍କଠାରୁ ଅନେକ କିଛି ଆଶା କରାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଅଲମ୍ପିୟାନ ପଦକ ବିଜେତାଙ୍କୁ ମିଳିବ ପୁରସ୍କାର  :  ସ୍ୱର୍ଣ୍ଣ ଜିତିଲେ ଛ’କୋଟି

ଅଲମ୍ପିୟାନ ପଦକ ବିଜେତାଙ୍କୁ ମିଳିବ ପୁରସ୍କାର : ସ୍ୱର୍ଣ୍ଣ ଜିତିଲେ ଛ’କୋଟି

Read More...

ଦୌଡ଼ରାଣୀ ଦୂତୀଙ୍କୁ ଅଲିମ୍ପିକ୍ସ ଟିକେଟ୍‌

ଦୌଡ଼ରାଣୀ ଦୂତୀଙ୍କୁ ଅଲିମ୍ପିକ୍ସ ଟିକେଟ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page