ଡ଼.ବଂଶୀଧର ମାଝୀ ଭିଏସଏସୟୁଟି ନୂତନ କୁଳପତି

June 29, 2021, ଓଡ଼ିଶା, , Anupambharat News Bureau


ଡ଼.ବଂଶୀଧର ମାଝୀ ଭିଏସଏସୟୁଟି ନୂତନ କୁଳପତି
Anupambharat News Bureau
June 29, 2021


ସମ୍ବଲପୁର,୨୮ା୬(ଅନୁପମ ମିଡ଼ିଆ): ପ୍ର. ବଂଶୀଧର ମାଝୀ ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ)ର ନୂତନ କୁଳପତି ରୂପେ ନିଯୁକ୍ତ ହୋଇଛନ୍ତି । ତାଙ୍କୁରାଜ୍ୟପାଳ ତଥା କୁଳାଧିପତି ପ୍ର. ଗଣେଶୀଲାଲଙ୍କ ଦ୍ୱାରା ଆଜି ନୂତନ ପଦରେ ଅବସ୍ତାପିତ କରାଯାଇଛି । ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ନୂଆଗାଁ ର ମୂଳ ନିବାସୀଡ଼. ମାଝୀ ଧମା ଏମପି ହାଇସ୍କୁଲରୁକୃତତ୍ୱରସହିତ ପ୍ରଥମ ଶ୍ରେଣୀରେ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ । ପରେ ଗଂଗାଧର ମେହେରକଲେଜ (ବିଶ୍ୱବିଦ୍ୟାଳୟ)ରେ ଆଇଏସସି ଏବଂ ବିଏସସି ରେଡ଼ିସଫିଙ୍କସନରେଉତ୍ତୀର୍ଣହୋଇ ରାଉରକେଲା ଆରଇସି(ଏନଆଇଟି)ରୁଏମଟେକ, ଏମସିଏ ଓ ଡ଼କଫରେଟ ଡ଼ିଗ୍ରୀ ହାସଲ କରିଥିଲୋ ରାଉରକେଲା ଆରଇସି (ଏନଆଇଟି)ରେ ଅଧ୍ୟୟନ ସମୟରେସେ ଏମଟେକରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ସମ୍ବଲପୁରବିଶ୍ୱବିଦ୍ୟାଳୟ ଦ୍ୱାରା ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ତାଙ୍କର ତିରିଶ ବର୍ଷର ଗବେଷଣା, ଶୈðକ୍ଷିକ ଏବଂ ତିନିବର୍ଷରଶିଳ୍ପକ୍ଷେତ୍ରରେ ଅଭିଜ୍ଞତା ରହିଛି । ବର୍ତ୍ତମାନେ ସେ ଚେନ୍ନାଇ କାnିପୁରମ ଆଇଆଇଆଇଟିର ନିର୍ଦ୍ଦେଶକ ପଦବୀରେ କାର୍ଯ୍ୟରତ ଅଛନ୍ତିି । ଇମେଜ ପ୍ରେସିସିଂ, କମ୍ପୁ୍ୟଟରଭିଜନ, ଡ଼ାଟିକମ୍ପ୍ରେସନ, ସିକୁ୍ୟରିଟି ପ୍ରଟୋକଲ, ପାରାଲାଲକମ୍ପୁ୍ୟଟିଂ, ବାଇଓ ମେଟ୍ରିକସଓ ସଫଫକମ୍ପୁ୍ୟଟିଂକ୍ଷେତ୍ରରେଡ଼. ମାଝୀଙ୍କ ସ୍ୱତନ୍ତ୍ର ପରିଚୟ ରହିଛି । ସେ ୧୮ଟି ପିଏଚଡ଼ି, ୭୦ଟି ଏମଟେକ ଓ ଆଠଟିଏମଟେକ(ଆର) ଗବେଷଣା ପ୍ରକଳ୍ପକୁମାର୍ଗଦର୍ଶନ କରିଛନ୍ତି । ଏନବିଏ, ଏନଏଏସିର ବିଭିନ୍ନ କମିଟୀର ସଦସ୍ୟ, ବିଭାଗୀୟମୁଖ୍ୟ, ଡ଼ିନ, ଅଟୋମେସନ ସେଲ ପ୍ରଭୃତିର ଅଧ୍ୟକ୍ଷ ଭଳି ପ୍ରଶାସନକି ପଦବୀରେ କାର୍ଯ୍ୟ କରିଛନ୍ତିି । ତାଙ୍କର ଅନେକ ନିବନ୍ଧ ଦେଶ ବେଦେଶର ପତ୍ରପତ୍ରିକାରେ ପ୍ରକାଶିତ ହୋଇ ପ୍ରଶଂସିତ ହୋଇଛି । ସାଉଦୀ ଆରବର କିଂଖଲିଦ ବିଶ୍ୱବିଦ୍ୟାଳୟ, ଜର୍ଡ଼ାନ ବିଶ୍ୱବିଦ୍ୟାଳୟ ଭଳି ଉଚ୍ଚତର ଶିକ୍ଷାୟତନରେ ସେ ଅତିଥି ପ୍ରଫେସର ଭାବରେ ଯୋଗ ଦେବା ସହିତ ହଂକଂ, କାଇରୋ, କୁଆଲାଲାମପୁର, ଇଟାଲିରଭେନିସ ଓ ଦେଶରେ ହୋଇଥିବା ସମ୍ମିଳନୀ ମାନଙ୍କରେ ଗବେଷଣା ନିବନ୍ଧ ଉପସ୍ତାପିତ କରିଛନ୍ତି । ଶ୍ରେଷ୍ଟ ନିବନ୍ଧ ପାଇଁ ସେ ଆଇଏଇଏଇ ଦ୍ୱାରା ଚାରି ଥର ପୁରସ୍କୃତ ହୋଇଥିଲେ । ଶିକ୍ଷା ଓ ଗବେଷଣା ପାଇଁ ତାଙ୍କୁ ସାମନ୍ତ ଚନ୍ଦ୍ରଶେଖର, ଅନ୍ତର୍ଜାତୀୟ ବିଦ୍ୟାସାଗର ପୁରସ୍କାର, ଜେସିବୋଷ ଓ ଓଡ଼ିଶା ଇଞ୍ଜିନିୟରିଂ କଂଗ୍ରେସ ସ୍ୱର୍ଣ ପଦକ ପ୍ରଦାନ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜୁନ ପାଇଁ ଅତିରିକ୍ତ ଛ’ଲକ୍ଷ କୋଭିସିଲï:  ଦିଅ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଚିଠି

ଜୁନ ପାଇଁ ଅତିରିକ୍ତ ଛ’ଲକ୍ଷ କୋଭିସିଲï: ଦିଅ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଚିଠି

Read More...

ଅଗ୍ନିପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଅଗ୍ନିପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page