କରୋନା ପ୍ରଭାବିତଙ୍କୁ ଆର୍ଥିକ ସହାୟତା : କେନ୍ଦ୍ରର ୧.୧ ଲକ୍ଷ କୋଟିର ପ୍ୟାକେଜ

June 29, 2021, ଦେଶ, , Anupambharat News Bureau


କରୋନା ପ୍ରଭାବିତଙ୍କୁ ଆର୍ଥିକ ସହାୟତା   : କେନ୍ଦ୍ରର ୧.୧ ଲକ୍ଷ କୋଟିର ପ୍ୟାକେଜ
Anupambharat News Bureau
June 29, 2021


ନୂଆଦିଲ୍ଲୀ,୨୮ା୬: ମହାମାରୀ କରୋନା ଦ୍ୱାରା ପ୍ରଭାବିତ ସେକଫରଗୁଡ଼ିକ ପାଇଁ କେନ୍ଦ୍ର ସରକାର ଜରୁରୀ ଋଣ ସହାୟତାର ଘୋଷଣା କରିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଋଣ ସହାୟତା ସମ୍ପର୍କରେ ଆଜି ସୂଚନା ଦେଇଛନ୍ତି । କରୋନା ପ୍ରଭାବିତଙ୍କ ପାଇଁ କେନ୍ଦ୍ର ସରକାର ୧.୧ ଲକ୍ଷ କୋଟି ଟଙ୍କାର ଋଣ ଘୋଷଣା କରିଛନ୍ତି । ଏହା ମଧ୍ୟରୁ ୫୦ ହଜାର କୋଟି ଟଙ୍କା ସ୍ୱାସ୍ଥ୍ୟ କ୍ଷେତ୍ରକୁ ଓ ବାକି କ୍ଷେତ୍ର ପାଇଁ ୬୦ ହଜାର କୋଟି ଟଙ୍କାର ଋଣ ପ୍ୟାକେଜ ଘୋଷଣା କରାଯାଇଛି । ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି, ଆଜି କେନ୍ଦ୍ର ସରକାର ୮ଟି ଆର୍ଥିକ ସହାୟତା ସମ୍ପର୍କରେ ନିଷ୍ପତ୍ତି ନେଇଛନ୍ତି । ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ ୨୦୨୧ ଜୁନ୍‌ ୩୦ରୁ ୨୦୨୨ ମାର୍ଚ୍ଚ ୩୧ ଯାଏ ବୃଦ୍ଧି କରାଯାଉଛି । ୫ ଲକ୍ଷ ପର୍ଯ୍ୟଟକଙ୍କ ପାଇଁ ମାଗଣା ଭିସା ଯୋଜନା ଲାଗୁ କରାଯିବ । ଅନ୍ତର୍ଜାତୀୟ ବିମାନ ସେବା ଆରମ୍ଭ ହେବା ପରେ ଭାରତକୁ ପ୍ରଥମେ ଆସିବାକୁ ଥିବା ୫ ଲକ୍ଷ ଲୋକଙ୍କ ପାଇଁ କୌଣସି ପ୍ରକାରର ଟୁରିଷ୍ଟ ଭିସା ବାବଦ ଫି’ ଲାଗୁ ହେବନି । ୨୦୨୨ ମାର୍ଚ୍ଚ ୩୧ ଯାଏ ଏହି ଯୋଜନା କାର୍ଯ୍ୟକାରୀ ହେବ । ଏହା ମଧ୍ୟରେ ଯଦି ୫ ଲକ୍ଷ ପର୍ଯ୍ୟଟକ ଆସିଯିବେ, ତା’ହେଲେ ଏହି ସଂଖ୍ୟା ପରେ ମାଗଣା ଭିସା ବ୍ୟବସ୍ଥାକୁ ବନ୍ଦ କରିଦିଆଯିବ । ଜଣେ ପର୍ଯ୍ୟଟକଙ୍କୁ ଗୋଟିଏ ଥର ଏହି ସୁବିଧା ମିଳିବ । କିଛି କଟକଣା ମଧ୍ୟରେ ୧୧ ହଜାରରୁ ଅଧିକ ଟୁରିଷ୍ଟ ଗାଇଡ, ଟ୍ରାଭେଲ, ଟୁରିଜିମ ଷ୍ଟେକ ହୋଲïରମାନଙ୍କୁ ଆର୍ଥିକ ସହାୟତା କରାଯିବ । ସେମାନଙ୍କୁ ୧୦୦% ଗ୍ୟାରେଣ୍ଟ ଯୋଗାଇ ଦିଆଯିବ । ୧୦,୭୦୦ ପଞ୍ଜିକୃତ ଟୁରିଷ୍ଟ ଗାଇଡଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ଋଣ ମିଳିବ । ବିଭିନ୍ନ କ୍ଷେତ୍ର ପାଇଁ ୬୦ ହଜାର କୋଟି ଟଙ୍କାର ଋଣ ବ୍ୟବସ୍ଥା କରିଛନ୍ତି । ଏହି ଅର୍ଥ ଉପରେ ବାର୍ଷିକ ୮.୨୫% ସୁଧ ଲାଗିବ । ମାଇକ୍ରୋ ଫାଇନାନ୍ସ ଇନଷ୍ଟିଚ୍ୟୁଟ ଅଧୀନରେ ୨୫ ଲକ୍ଷ ଲୋକଙ୍କୁ ଋଣ ଦିଆଯିବ । ଛୋଟ ବ୍ୟବସାୟୀଙ୍କୁ ସର୍ବାଧିକ ୧.୨୫ ଲକ୍ଷ ଯାଏ ଋଣ ଦିଆଯିବ । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ବୃଦ୍ଧି କରାଯାଇଛି । ଏ ବାବଦରେ ୨,୨୭,୮୪୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହି ଯୋଜନରେ ମହାମାରୀ ଦ୍ୱାରା ପ୍ରଭାବିତ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି ।
ଜରୁରୀ କାଳୀନ ଋଣ ସୀମାକୁ ମଧ୍ୟ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି ଯୋଜନାରେ ୩ ଲକ୍ଷ ଯାଏ ଋଣ ଦିଆଯାଉଥିବାବେଳେ ଆଜି ଅର୍ଥମନ୍ତ୍ରୀ ଏହାକୁ ୪.୫ ଲକ୍ଷ ଯାଏ ବୃଦ୍ଧି କରିଛନ୍ତି । ଏହି ଯୋଜନା ଗତବର୍ଷ ଆତ୍ମନିର୍ଭର ଭାରତ ପାଇଁ ଘୋଷଣା ହୋଇଥିବା ପ୍ୟାକେଜର ଅଂଶ ବିଶେଷ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଗ୍ନିପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଅଗ୍ନିପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ : ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Read More...

 ସାତ ଜିଲ୍ଲାରେ ମେଡିକାଲ ଅକ୍ସିଜେନ ସଂରକ୍ଷଣ ଭିତ୍ତିପ୍ରସ୍ତର ସ୍ଥାପନ :  ‘ଅଭିଜ୍ଞତା ତୃତୀୟ ଲହରର ମୁକାବିଲାରେ ସାହାଯ୍ୟ କରିବ’ ­

ସାତ ଜିଲ୍ଲାରେ ମେଡିକାଲ ଅକ୍ସିଜେନ ସଂରକ୍ଷଣ ଭିତ୍ତିପ୍ରସ୍ତର ସ୍ଥାପନ : ‘ଅଭିଜ୍ଞତା ତୃତୀୟ ଲହରର ମୁକାବିଲାରେ ସାହାଯ୍ୟ କରିବ’ ­

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page