ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶିତ : ପାସ ହାର ୯୭.୮୯ ପ୍ରତିଶତ

June 25, 2021, ଓଡ଼ିଶା, , Anupambharat News Bureau


 ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶିତ :  ପାସ ହାର ୯୭.୮୯ ପ୍ରତିଶତ
Anupambharat News Bureau
June 25, 2021


ଭୁବନେଶ୍ୱର/କଟକ, ୨୫ା୬ (ଅନୁପମ ମିଡିଆ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ଆଜି ପ୍ରକାଶ ପାଇଛି । ଚଳିତ ବର୍ଷ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି । ୫ ଲକ୍ଷ ୬୨ ହଜାର ୧୦ ଜଣ ମାଟ୍ରିକ ପାସ୍‌ କରିଥିବା ବେଳେ ୭ ହଜାର ୭୦୩ ଜଣ ପିଲା ଫେଲ ହୋଇଛନ୍ତି । ମାଟ୍ରିକ ପରୀକ୍ଷାରେ ପୁଅଙ୍କ ଅପେକ୍ଷା ଝିଅ ମାନେ ଆଗରେ ଅଛନ୍ତି । ୨ ଲକ୍ଷ ୮୧ ହଜାର ୬୫୮ ଛାତ୍ରୀ ପାସ୍‌ କରିଥିବା ବେଳେ ୨ ଲକ୍ଷ ୮୦ ହଜାର ୩୫୨ ଛାତ୍ର ପାସ୍‌ କରିଥିବା ନେଇ ସୂଚନା ଦିଆ ଯାଇଛି । ଏ-୧ରେ ୨ ହଜାର ୬୫୬, ଏ-୨ରେ ୨୨ ହଜାର ୧୩୧ ଜଣ ପାସ କରିଛନ୍ତି । ସେହିପରି ବି-୧ରେ ୫୨ ହଜାର ୧୯୯, ବି-୨ରେ ୯୪ ହଜାର ୪୭୫ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛି । ୫ହଜାର ୯୪୫ ସ୍କୁଲରେ ପାସ୍‌ହାର ଶତପ୍ରତିଶତ ରହିଛି । ପରୀକ୍ଷାର୍ଥୀମାନେ ସଂଧ୍ୟା ୬ଟା ପରଠୁ ଅନ୍‌ଲାଇନ୍‌ରେ ସେମାନଙ୍କର ପରୀକ୍ଷାଫଳ ଜାଣିପାରିବେ । ବୋର୍ଡର େୱବସାଇଟ୍‌ www.ଚ୍ଛଟeଞ୍ଚଛiଟhଚ୍ଚ.ଚ୍ଚc.in/ www.ଚ୍ଛଟeଞ୍ଚଛiଟhଚ୍ଚ.nic.in ରୁ ପରୀକ୍ଷାଫଳକୁ ଡାଉନଲୋଡ କରାଯାଇପାରିବ । େ ମୋବାଇଲ ମେସେଜ ଜରିଆରେ ମଧ୍ୟ ପରୀକ୍ଷାଫଳ ଜାଣିହେବ । ମୋବାଇଲ୍‌ରେ ଙଜ୦୧ଜକଫକ୍ଷକ୍ଷ ଦ୍ଭକଫ ଟାଇପ୍‌ କରି ୫୬୭୬୭୫୦ ନମ୍ବରକୁ ମେସେଜ ପଠାଇଲେ ପରୀକ୍ଷାଫଳ ମୋବାଇଲ୍‌କୁ ମେସେଜ ଜରିଆରେ ଆସିଯିବ ।
ବୋର୍ଡ ପକ୍ଷରୁ କୁହା ଯାଇଛି ଯେ ତେବେ ଯେଉଁ ପିଲାମାନେ ମାଟ୍ରିକ ରେଜଲଫରେ ଅସ;ୁଷ୍ଟ ହୋଇଛନ୍ତି, ସେମାନେ ଚାହିଁଲେ ପରୀକ୍ଷା ଦେଇପାରିବେ । ମାର୍କରେ ଅସ;ୁଷ୍ଟ ଥିବା ପିଲା ସ୍ଥିତି ସ୍ୱାଭାବିକ ହେଲେ ପରୀକ୍ଷା ଦେବେ । ପରୀକ୍ଷା ଦେବା ପାଇଁ ଜୁଲାଇ ୫ରୁ ଫର୍ମ ଫିଲ୍‌ଅପ୍‌ କରାଯିବ । ଅଗଷ୍ଟ ଶେଷ ସୁଦ୍ଧା ପରୀକ୍ଷା କରିବାକୁ ଚେଷ୍ଟା କରାଯିବ ବୋଲି ସୂଚନା ଦିଆ ଯାଇଛି ୍ୟ
ଉଲ୍ଲେଖନୀୟ ଯେ ସୂଚନାଯୋଗ୍ୟ, କରୋନା ମହାମାରୀ ପାଇଁ ଚଳିତ ବର୍ଷ ମେ’ ୩ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ, ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାକୁ ବାତିଲ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜ୍ୟରେ ପ୍ରଥମ ଡେଲ୍‌ଟା ପ୍ଲସ୍‌ ଚିହ୍ନଟ  : ଦିନକରେ ୨୯୧୨ ପଜିଟିଭ, ୪୦ ମୃତ

ରାଜ୍ୟରେ ପ୍ରଥମ ଡେଲ୍‌ଟା ପ୍ଲସ୍‌ ଚିହ୍ନଟ : ଦିନକରେ ୨୯୧୨ ପଜିଟିଭ, ୪୦ ମୃତ

Read More...

ଆଜି ମାଟ୍ରିକ ପରୀକ୍ଷା ଫଳ

ଆଜି ମାଟ୍ରିକ ପରୀକ୍ଷା ଫଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page