ସାତ ଜିଲ୍ଲାରେ ନିଅଣ୍ଟିିଆ ବର୍ଷା : ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ

June 21, 2021, ଓଡ଼ିଶା, , Anupambharat News Bureau


ସାତ ଜିଲ୍ଲାରେ ନିଅଣ୍ଟିିଆ ବର୍ଷା : ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ
Anupambharat News Bureau
June 21, 2021


ଭୁବନେଶ୍ୱର, ୨୧ା୬(ଅନୁପମ ମିଡ଼ିଆ): ଜୁନ ପହିଲାରୁ ୨୧ ସୁଦ୍ଧା ଓଡ଼ିଶାରେ ୧୩୬.୩ ମିମି ବର୍ଷା ଅନୁଭୂତ ହୋଇଛି ଯାହା ସ୍ୱାଭାବିକ ବର୍ଷା ୧୨୬.୬ ମିମି ଠାରୁ ୮ ପ୍ରତିଶତ ଅଧିକ ରହିଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାୟଗଡା, ଗଞ୍ଜାମ, ଗଜପତି, ନୟାଗଡ, ଯାଜପୁର, ଭଦ୍ରକ, ଏବଂ କେନ୍ଦୁଝର ଆଦି ୭ ଜିଲ୍ଲାରେ ନିଅଣ୍ଟିିଆ ବର୍ଷା ଅନୁଭୂତ ହେଇଛି, ଯାହା ସ୍ୱାଭିବିକ ବର୍ଷା ଠାରୁ ୨୦ ରୁ ୫୯% ଯାଏଁ କମ ରହିଛି । ତେବେ ୩ ଜିଲ୍ଲା ଯଥା ସୁନ୍ଦରଗଡ଼, ଝାରସୁଗୁଡା, ଏବଂ କୋରାପୁଟ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅତ୍ୟଧିକ ଅର୍ଥାତ ୬୦% କିମ୍ବା ତା ଠାରୁ ଅଧିକ ବର୍ଷା ଅନୁଭୂତ ହେଇଛି । ଅପରପକ୍ଷରେ ୮ ଜିଲ୍ଲା ଯଥା କଟକ, ପୁରୀ, ଦେବଗଡ, ସମ୍ବଲପୁର, ବରଗଡ, ସୋନପୁର, ନୂଆପଡା ଏବଂ ମାଲକାନଗିରି ଠାରେ ସ୍ୱାଭାବିକ ଠାରୁ ୨୦ ରୁ ୫୯ ପ୍ରତିଶତ ଯାଏଁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅବଶିଷ୍ଠ ୧୨ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି । ଆଜି ସୁଦ୍ଧା ଝାରସୁଗୁଡା ଜିଲ୍ଲାରେ ସର୍ବାଧିକ ୨୦୩.୪ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୬୪.୨ ମିମି ବର୍ଷା ରେକର୍ଡ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୋଷ୍ଟର୍‌ ରାଜନୀତି ଭିତରେ ହଜୁଛି ପ୍ରମୁଖ ପ୍ରସଙ୍ଗ

ପୋଷ୍ଟର୍‌ ରାଜନୀତି ଭିତରେ ହଜୁଛି ପ୍ରମୁଖ ପ୍ରସଙ୍ଗ

Read More...

କରୋନା ଚାପ:  ମାନ୍ଦାବସ୍ଥା ସୁଧାରିବାକୁ ଆକ୍ସନ୍‌ ପ୍ଲାନ୍‌ ଜରୁରୀ

କରୋନା ଚାପ: ମାନ୍ଦାବସ୍ଥା ସୁଧାରିବାକୁ ଆକ୍ସନ୍‌ ପ୍ଲାନ୍‌ ଜରୁରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page