ବାତିଲ ହେଲା ଅମରନାଥ ତୀର୍ଥ ଯାତ୍ରା

June 21, 2021, ଦେଶ, , Anupambharat News Bureau


ବାତିଲ ହେଲା ଅମରନାଥ ତୀର୍ଥ ଯାତ୍ରା
Anupambharat News Bureau
June 21, 2021


ନୂଆଦିଲ୍ଲୀ: ଅମରାନାଥ ଯାତ୍ରା ପାଇଁ ଅପେକ୍ଷା କରୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ଦୁଃଖଖବର । କରୋନା ସଂକ୍ରମଣର ତୃତୀୟ ଲହରର ଆଶଙ୍କାକୁ ଦୃଷ୍ଟିରେ ରଖି କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଅମରନାଥ ଯାତ୍ରା ବାତିଲ ହୋଇଛି । ଶ୍ରାଇନ୍‌ ବୋର୍ଡଠାରୁ ପରାମର୍ଶ ନେବା ପରେ ଅମରନାଥ ଯାତ୍ରାକୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । କୋଭିଡ କଟକଣା ଯୋଗୁଁ ଅମରନାଥ ଯାତ୍ରା ବାତିଲ ହୋଇଛି । ଭକ୍ତଙ୍କ ପାଇଁ କେବଳ ଅନଲାଇନରେ ଆଳତି ଉପଲବ୍ଧ ହେବ ।
ଏନେଇ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଆଜି ସୂଚନା ଦେଇଛନ୍ତି । ବର୍ତ୍ତମାନ କରୋନା ଭାଇରସ୍‌ ଭଳି ମହାମାରୀ ସମୟରେ ଜୀବନ ବଞ୍ଚାଇବା ଜରୁରୀ । ଏଥିପାଇଁ ଚଳିତ ବର୍ଷ ଅମରନାଥ ଯାତ୍ରା ହେବ ନାହିଁ । ହେଲେ ସାଙ୍କେତିକ ପୂଜା ହେବ । ଶ୍ରଦ୍ଧାଳୁଙ୍କ ପାଇଁ ସକାଳ ଓ ସନ୍ଧ୍ୟାରେ ଅନଲାଇନ୍‌ ଆଳତୀର ବନ୍ଦୋବସ୍ତ କରାଯିବ ବୋଲି ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୩ରୁ ୟୁଏଇ ଓ ଭାରତ  ମଧ୍ୟରେ ବିମାନ ସେବା ଆରମ୍ଭ

୨୩ରୁ ୟୁଏଇ ଓ ଭାରତ ମଧ୍ୟରେ ବିମାନ ସେବା ଆରମ୍ଭ

Read More...

ଏମ୍‌ ଯୋଗ ଆପ୍‌ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଏମ୍‌ ଯୋଗ ଆପ୍‌ ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page