ଆଇନ ପାଳନ କରିବାକୁ ପ୍ରତିଶୃତି ଦେଲା ଟ୍ୱିଟର୍‌

June 18, 2021, ଦେଶ, , Anupambharat News Bureau


ଆଇନ ପାଳନ କରିବାକୁ ପ୍ରତିଶୃତି ଦେଲା ଟ୍ୱିଟର୍‌
Anupambharat News Bureau
June 18, 2021


ନୂଆଦିଲ୍ଲୀ ୧୮ା୬: ଦେଶର ସୂଚନା ଓ ପ୍ରଯୁକ୍ତି (ଆଇଟି) ସମ୍ପର୍କିତ ନୂଆ ନିୟମକୁ ନେଇ କେନ୍ଦ୍ର ସରକାର ଓ ମାଇକ୍ରୋ ବ୍ଲଗିଙ୍ଗ ସାଇଟ୍‌ ଟ୍ୱିଟର ମଧ୍ୟରେ ଜାରି ଗତିରୋଧରେ ଶୁକ୍ରବାର ସଂସ୍ଥାର ଅଧିକାରୀ ସଂସଦୀୟ କମିଟିରେ ହାଜର ହୋଇଛନ୍ତି । କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଅଧ୍ୟକ୍ଷତାରେ ଗଠିତ ସଂସଦୀୟ କମିଟି ଦେଶର ଆଇନ ହିଁ ସର୍ବୋଚ୍ଚ, ଆଇନ ଉଲ୍ଲଂଘନ ଲାଗି ଟ୍ୱିଟର ବିରୋଧରେ କାହିଁକି ଜରିମାନା କରାଯିବ ନାହିଁ ବୋଲି କହିଥିଲେ । ଏହାର ଜବାବରେ ଟ୍ୱିଟରର ଅଧିକାରୀମାନେ ଏଣିକି କଡ଼ାକଡ଼ି ଭାବେ ଦେଶର ଆଇନ ପାଳନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ଏହା ପୂର୍ବରୁ କେନ୍ଦ୍ର ସରକାର ଜୁନ୍‌ ପ୍ରାରମ୍ଭିକ ସପ୍ତାହରେ ଟ୍ୱିଟରକୁ ନୋଟିସ୍‌ ଜାରି କରି ନୂଆ ଆଇଟି ନିୟମର ତତ୍କାଳ ପାଳନ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ଯଦି ସଂସ୍ଥା ଆଇନ ପାଳନ ନ କରନ୍ତି ଆଇଟି ଅଧିନିୟନରେ ଦୋଷୀ ହୋଇପାରନ୍ତି ବୋଲି ସତର୍କ କରିଥିଲେ । ସୂଚନା ଓ ପ୍ରଯୁକ୍ତି ନେଇ ସଂସଦୀୟ ସ୍ଥାୟୀ କମିଟି ମାମଲାରେ ମଞ୍ଚର ଦୂରୁପୋଯୋଗ ଓ ନାଗରିକଙ୍କ ଅଧିକାରର ସଂରକ୍ଷଣକୁ ନେଇ ଗତ ସପ୍ତାହରେ ଟ୍ୱିଟରକୁ ସମନ ଜାରି କରିଥିଲା । ଏହି ଅନୁସାରେ ଟ୍ୱିଟର ଇଣ୍ଡିଆର ପବ୍ଲିକ ପଲିସି ମ୍ୟାନେଜର ସଗୁପ୍ତା କାମରାନ ଓ ଆଇନ ପରାମର୍ଶଦାତା ଆୟୁଷି କପୁର ଶୁକ୍ରବାର କମିଟିଙ୍କ ଆଗରେ ହାଜର ହୋଇଥିବା ବେଳେ ନିଜର ପକ୍ଷ ରଖିଛନ୍ତି । ଗତ କିଛି ଦିନ ହେଲା କେନ୍ଦ୍ର ସରାକର ଓ ଟ୍ୱିଟର ମଧ୍ୟରେ ଅନେକ ବିଷୟକୁ ନେଇ ଗତିରୋଧ ଜାରି ରହିଥିଲା । ଏପରି ଏକ ସମୟରେ ଟ୍ୱିଟର ଉପରାଷ୍ଟ୍ରପତି ଏମ.ଭେଙ୍କିୟା ନାୟଡୁଙ୍କ ଟ୍ୱିଟରୁ ବ୍ଲì ଟିକ୍‌ ହଟାଇ ଦେବା ଘଟଣାକୁ ଉଗ୍ର କରିଥିଲା । ଏହା ଛଡା ଦିଲ୍ଲୀ ପୋଲିସ ମଧ୍ୟ ଟ୍ୱିଟରକୁ ଟୁଲ
କିଟ୍‌ ମାମଲାରେ ନୋଟିସ୍‌ ଜାରି କରିଥିଲେ । ଏଥିରେ ପୋଲିସ ମେ ୩୧ ତାରିଖ ଦିନ ଟ୍ୱିଟର ଇଣ୍ଡିଆଙ୍କ ପରିଚାଳନା ନିର୍ଦ୍ଦେଶକ ମନିଷ ମାହେଶ୍ୱରୀଙ୍କୁ ପଚାରା ଉଚରା ମଧ୍ୟ କରିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଠଟି ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ଉଦ୍‌ଘାଟିତ :  ତୃତୀୟ ଲହରର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରୁହ ­: ମୁଖ୍ୟମନ୍ତ୍ରୀ

ଆଠଟି ଜିଲ୍ଲାରେ ଅକ୍ସିଜେନ ପ୍ଲାଣ୍ଟ ଉଦ୍‌ଘାଟିତ : ତୃତୀୟ ଲହରର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରୁହ ­: ମୁଖ୍ୟମନ୍ତ୍ରୀ

Read More...

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ ରେଜଲଫ

ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଯୁକ୍ତ ଦୁଇ ରେଜଲଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page