ଆଜିଠୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌

June 17, 2021, କ୍ରୀଡ଼ା, , Anupambharat News Bureau


ଆଜିଠୁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌
Anupambharat News Bureau
June 17, 2021


ସାଉଥମ୍ପଟନ୍‌,୧୭ା୬: ବହୁ ପ୍ରତୀକ୍ଷିତ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ ଶୁକ୍ରବାରଠାରୁ ଆରମ୍ଭ ହେଉଛି । ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତର ମୁକାବିଲା କେନ୍‌ ୱିଲିୟମସନଙ୍କ ନୁ୍ୟଜିଲାଣ୍ଡ ସହ ହେବ । ଏହି ମ୍ୟାଚ୍‌ ଉପରେ ବିଶ୍ୱ ଟେଷ୍ଟ ଚାମ୍ପୟନସିପର ଭବିଷ୍ୟତ ବି ନିର୍ଭର କରୁଛି । ତିନି ଫର୍ମାଟ ମଧ୍ୟରୁ ଶ୍ରେଷ୍ଠ ଭାବେ ବିବେଚିତ ହେଉଥିଲେ ବି ୧୪୪ ବର୍ଷ ପୁରୁଣା ଟେଷ୍ଟ କ୍ରିକେଟର ଲୋକପ୍ରିୟତା ବଢାଇବା ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଭଳି ଏକ ଟୁର୍ଣ୍ଣାମେଣ୍ଟର ପରିକଳ୍ପନା କରିଥିଲା ଆଇସିସି । କୋଭିଡ୍‌-୧୯ ମହାମାରୀ ସତ୍ତେ୍ୱ ଏହି ଚାମ୍ପିୟନସିପର ପ୍ରଥମ ସଂସ୍କରଣ ସଫଳ ସାବ୍ୟସ୍ତ ହୋଇଛି ।ଦୁଇବର୍ଷ ତଳେ ଲର୍ଡ୍ସରେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଭାବେ ବିଶ୍ୱକପ ଫାଇନାଲରେ ପରାସ୍ତ ହୋଇଥିବା ନୁ୍ୟଜିଲାଣ୍ଡ ଦଳ ପାଇଁ ଆଉ ଏକ ବିଶ୍ୱ ଟ୍ରଫି ଜିତିବାର ସୁଯୋଗ ଆସିଛି । କୋହଲିଙ୍କ ଦଳର ଚ୍ୟାଲେଞ୍ଜ କିୱି ଦଳ ପ୍ରତିହତ କରିପାରୁଛି କି ନାହିଁ ତାହା ସମୟ କହିବ । ଆଇସିସି ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷରେ ନୁ୍ୟଜିଲାଣ୍ଡ ଦଳର ପଲା ଭାରି ରହିଛି । ଆଇସିସି ଟୁର୍ଣ୍ଣାମେଣ୍ଟରେ ଗତ ୧୮ ବର୍ଷ ଧରି ନ୍ୟୁଜିଲାଣ୍ଡକୁ ହରାଇ ପାରିନାହିଁ ଭାରତ । ଏହି ରେକର୍ଡକୁ ସୁଧାରିବା ପାଇଁ ମଧ୍ୟ ଭାରତ ପାଖରେ ସୁଯୋଗ ରହିଛି । ଦେଖାଯାଉ ଟେଷ୍ଟ ଫର୍ମାଟରେ ଏହି ଦୁଇ ଶ୍ରେଷ୍ଠ ଦଳ ମଧ୍ୟରୁ କିଏ ଟାଇଟଲ ହାସଲ କରୁଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅନଲାଇନରେ ହେବ ୟୁଜି ଓ ପିଜି ଫାଇନାଲ ପରୀକ୍ଷା

ଅନଲାଇନରେ ହେବ ୟୁଜି ଓ ପିଜି ଫାଇନାଲ ପରୀକ୍ଷା

Read More...

୧୬୯୦ କୋଟିର କୋଭିଡ ସହାୟତା:   ଉପକୃତ ହେବେ ଚାଷୀ, ଗରିବ ଓ ଛାତ୍ରଛାତ୍ରୀ

୧୬୯୦ କୋଟିର କୋଭିଡ ସହାୟତା: ଉପକୃତ ହେବେ ଚାଷୀ, ଗରିବ ଓ ଛାତ୍ରଛାତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page