ଭଞ୍ଜନଗର, ସୋରଡ଼ା, ଆସିକା ବିଧାନସଭା ଆସନରେ ବିଜେଡ଼ିର ଜୟଯାତ୍ରା

May 23, 2019, ଓଡ଼ିଶା, , Anupambharat News Bureau


ଭଞ୍ଜନଗର, ସୋରଡ଼ା, ଆସିକା ବିଧାନସଭା ଆସନରେ ବିଜେଡ଼ିର ଜୟଯାତ୍ରା
Anupambharat News Bureau
May 23, 2019

ଭଞ୍ଜନଗର,୨୩ ।୫(ଅନୁପମ ମିଡ଼ିଆ): ଚଳିତ ବିଧାନସଭା ଓ ଲୋକସଭା ନିର୍ବାଚନରେ ଭଞ୍ଜନଗର, ସୋରଡ଼ା, ଆସିକା, ବିଧାନସଭା ଆସନରେ ବିଜେଡ଼ିର ପ୍ରାର୍ଥୀମାନେ ବିପୁଳ ଭୋଟରେ ଜୟଲାଭ କରିଛନ୍ତି । ସେହିପରି କନ୍ଧମାଳ ଲୋକସଭା ଆସନ ଏବଂ ଆସିକା ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଥିବା ବିଜେଡ଼ି ସାଂସଦ ପ୍ରାର୍ଥୀମାନେ ବହୁତ ଭୋଟ ପାଇଛନ୍ତି । ଭଞ୍ଜନଗର ଆସନରୁ ବିକ୍ରମ କେଶରୀ ଆରୁଖ ଷଷ୍ଠଥର ପାଇଁ ନିର୍ବାଚିତ ହୋଇଛନ୍ତି ।
ସେ ୭୬,୩୩୦ ଭୋଟ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ପ୍ରଦୁୃମ୍ନ ନାୟକ ୬୬,୯୦୬ଟି ଭୋଟ ପାଇଛନ୍ତି । କଂଗ୍ରେସ ପ୍ରାର୍ଥୀ ସଞ୍ଜୟ ତ୍ରିପାଠୀ ୬,୯୪୧ଟି ଭୋଟ ପାଇଛନ୍ତି । ଠିକ୍‌ ସେହିପରି ସୋରଡ଼ା ବିଧାନସଭା ଆସନରେ ବିଜେଡ଼ି ପ୍ରାର୍ଥୀ ତଥା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ୭୩,୭୯୪ଟି ଭୋଟ ପାଇ ବିଜୟ ହୋଇଛନ୍ତି । ଶ୍ରୀ ସ୍ୱାଇଁଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ନୀଳମଣି ବିଷୋୟୀ ୫୯,୭୦୩ଟି ଭୋଟ ପାଇଛନ୍ତି ।
ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କର ସୋରଡ଼ା ନିର୍ବାଚନ ମଣ୍ଡଳୀରୁ ଏହା ତୃତୀୟ ବିଜୟ । ଆସିକା ବିଧାନସଭା ଆସନର ବିଜେଡ଼ି ପ୍ରାର୍ଥିନୀ ମଞ୍ଜୁଳା ସ୍ୱାଇଁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଦେବରାଜ ମହାନ୍ତିଙ୍କୁ ୨୩,୬୪୩ଟି ଭୋଟରେ ପରାସ୍ତ କରିଛନ୍ତି । କନ୍ଧମାଳ ଲୋକସଭାରେ ଥିବା ଭଞ୍ଜନଗର ବିଧାନସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ଅଚୁ୍ୟତ ସାମନ୍ତ ୭୯,୫୪୩ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ମହାମେଘବାହନ ଐର ଖାରବେଳ ସ୍ୱାଇଁ ୬୭,୭୯୬ଟି ଭୋଟ ପାଇଛନ୍ତି ।
ଆସିକା ଲୋକସଭା ଆସନ ବିଜେଡ଼ି ପ୍ରାର୍ଥିନୀ ପ୍ରମିଳା ବିଷୋୟୀ ସେହି ବିଧାନସଭା ଆସନରୁ ୬୫,୫୦୬ଟି ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥିନୀ ଅନୀତା ପ୍ରିୟଦର୍ଶନୀ ୪୪,୩୫୬ଟି ଭୋଟ ପାଇଥିବା ଖବର ମିଳିଛି । ଏଠାରେ ସ୍ମରଣ କରାଯାଇପାରେ ଯେ, ଭଞ୍ଜନଗର ବିଧାନସଭା ଆସନର ଦୁଇଟି ବୁଥ୍‌ର ଇଭିଏମ୍‌ରେ ସମସ୍ୟା ଦେଖାଦେବାରୁ ତାହା ସମ୍ବାଦ ଲେଖା ପର୍ଯ୍ୟନ୍ତ ଗଣା ଯାଇପାରିନଥିଲା । ଏଥିରେ ପୋଷ୍ଟାଲ୍‌ ବ୍ୟାଲେଟ୍‌ର ମଧ୍ୟ ହିସାବ ଦିଆଯାଇପାରି ନାହିଁ । ବିଜେଡ଼ି ପ୍ରାର୍ଥୀ ଏବଂ ପ୍ରାର୍ଥିନୀମାନେ ଜୟଲାଭ କରିଥିବା ଯୋଗୁଁ ସମର୍ଥକଙ୍କ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡିଶାରେ ମୋଦି ପ୍ରଭାବ ଫିକା ପଡ଼ିଲା, ବିଜେଡ଼ିର ବାଜିମାତ

ଓଡିଶାରେ ମୋଦି ପ୍ରଭାବ ଫିକା ପଡ଼ିଲା, ବିଜେଡ଼ିର ବାଜିମାତ

Read More...

ସମ୍ପତ୍ତି ଭାଗବଣ୍ଟାକୁ ନେଇ ଗଡ଼ିଲା ମୁଣ୍ଡ, ମହିଳା ମୃତ

ସମ୍ପତ୍ତି ଭାଗବଣ୍ଟାକୁ ନେଇ ଗଡ଼ିଲା ମୁଣ୍ଡ, ମହିଳା ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page