ଗୁଣିଗାରେଡି ସନ୍ଦେହ: ବାପ-ପୁଅକୁ ହତ୍ୟା

June 13, 2021, ଓଡ଼ିଶା, , Anupambharat News Bureau


ଗୁଣିଗାରେଡି ସନ୍ଦେହ:  ବାପ-ପୁଅକୁ ହତ୍ୟା
Anupambharat News Bureau
June 13, 2021


ମୋହନା, ୧୩ ।୬ (ଅନୁପମ ମିଡ଼ିଆ): ଗଜପତି ଜିଲ୍ଲା ମୋହନା ବ୍ଳକରେ ମୁଠାଗୁଡ଼ା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ଗୋଟଏ ପରିବାରର ବାପା ଓ ପୁଅ (ଲୋକ ,ଅନୁକ ଦଳବେହେରା)ଙ୍କୁ ହତ୍ୟା ଆଲୋଡ଼ନ ସୃଷ୍ଟି କରିଛି । ଏନେଇ ପୋଲିସ ସୂଚନା ପାଇବା ପରେ ୧୨ ଜଣକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି । ଘଟଣାରୁ ପ୍ରକାଶ ଯେ, ଏକ ମାସ ତଳେ ମୁଠାଗୁଡ଼ା ଗ୍ରାମର ଲୋକ ଦଳବେହେରାଙ୍କ ଘର ପଛ ପଟ ସାହିର ମିଖାଇଲ ଗମାଙ୍ଗ ପୁଅ ସୁକାନ୍ତଙ୍କ କୌଣସି କାରଣରୁ ମୃତୁ୍ୟ ଘଟିଥିଲା । ଏହି ଘଟଣାକୁ କେନ୍ଦ୍ରକରି ଗ୍ରାମବାସୀ ଲୋକ ଗୁଣିଗାରେଡ଼ି କରୁଥିବା ନେଇ ଗ୍ରାମସାବୀ ସନ୍ଦେହ କରିଥିଲେ । ଯେହେତୁ ପୂର୍ବରୁ ଲୋକ ଗ୍ରାମବାସୀଙ୍କୁ ବିଭିନ୍ନ ରୋଗରୁ ଉପଶମ ପାଇଁ ଚେରମୂଳି ଦେଉଥିଲା । ଏହି ସନ୍ଦେହ ଆହୁରି ଦୃଢ଼ିଭୂତ ହେବାରେ ଲାଗିଥିଲା । ଲୋକକୁ ହତ୍ୟା କରିବା ଲାଗି କୁଆଡ଼େ ଗ୍ରାମବସୀ ଶନିବାର ସନ୍ଧ୍ୟାରେ ଏକ ବୈଠକ କରିଥିଲେ । ବୈଠକ ନିଷ୍ପତ୍ତି ପ୍ରକାରେ ଗ୍ରାମର ଜୈନକ ବ୍ୟକ୍ତି ଲୋକଙ୍କ ପୁଅ ଅନୁକକୁ ଘରୁ ଡାକି ନେଇଥିଲା । ତେବେ ଅନୁକ ଘରକୁ ଫେରିବାରେ ବିଳମ୍ବ ହେବାରୁ ବାପା ଲୋକ ତାକୁ ଖୋଜିବାକୁ ବାହାରିଥିଲେ । ତେବେ ଦୀର୍ଘ ସମୟ ଧରି ଉଭୟ ବାପା-ପୁଅ ଆଉ ଘରକୁ ଫେରିନଥିଲେ । ପରିବାରବର୍ଗ ଅସ୍ତବ୍ୟସ୍ତ ହେଉଥିବାବେଳେ ଉଲଗ୍ନ ଓ ରକ୍ତାକ୍ତ ଅବସ୍ଥାରେ ପ୍ରାଣ ବିକଳରେ ଅନୁକ ଘରେ ପହଞ୍ଚିଥିଲେ । ଅନୁକର ଏଭଳି ଅବସ୍ଥା ଦେଖି ଘଟଣାର ରହସ୍ୟ ପଚାରିବା ସମୟରେ ସେ କିଛି ନକହି ଘରେ ଟଳିପଡିଥିଲେ । ଭୟଭୀତ ପରିବାରବର୍ଗ ସରପଞ୍ଚଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ । ଖୋଜାଖୋଜି କରିବାପରେ ଚାଷଜମିରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲା ଲୋକଙ୍କ ମୃତଦେହ । ରବିବାର ସକାଳୁ ସରପଞ୍ଚ ଲାଜାର ମାଝୀ ଘଟଣା ସଂକ୍ରାନ୍ତରେ ଅଡବା ଆସି ଥାନାରେ ଏକ ଲିଖିତ ଅଭିଯୋଗ ଜଣାଇଥିଲେ । ବାପା-ପୁଅ ହତ୍ୟା ଘଟଣା ସମ୍ବେଦନଶୀଳ ରହିଥିବାରୁ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ରା.ଉଦୟଗିରି ଏସଡିପିଓଙ୍କ ତତ୍ତ୍ୱାବଧାନରେ, ଅଡ଼ବା ଓ ମୋହନା ଥାନା ପୋଲିସ ମୁଠାଗୁଡା ଗ୍ରାମରେ ପହଞ୍ଚି ସରଜମିନ ତଦନ୍ତ ସହ ଘଟଣାସ୍ଥଳରୁ ପଥର , ସରା, କଳସ ଓ ପୂଜା ସାମଗ୍ରୀ ସମେତ ଅନୁକର ରକ୍ତାକ୍ତ ପୋଷାକ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ୧୨ ଜଣଙ୍କୁ ଅଡ଼ବା ପୋଲିସ ଅଟକ ରଖି ପଚରାଉଚୁରା ଜାରି ରଖିଛି । ସୂଚନା ଥାଉ କି ଗୁଣି ଗାରେଡ଼ି ସନ୍ଦେହ କରି ଗତ କିଛି ବର୍ଷ ହେଲା ମୁଣ୍ଡ ପରେ ମୁଣ୍ଡ ଗଡ଼ିବାରେ ଲାଗିଛି । ଯାହାକି ସଚେତନ ସମାଜ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିବାରେ ଲାଗିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗଡ଼ିଗଲା ବୟସ

ଗଡ଼ିଗଲା ବୟସ

Read More...

ସାରା ଓଡ଼ିଶା ଛୁଇଁଲା ମୌସୁମୀ :  ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ସାରା ଓଡ଼ିଶା ଛୁଇଁଲା ମୌସୁମୀ : ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page