ତମାଖୁ ବିକ୍ରି ପାଇଁ ଦରକାର ଲାଇସେନ୍ସ

June 13, 2021, ଦେଶ, , Anupambharat News Bureau


ତମାଖୁ ବିକ୍ରି ପାଇଁ ଦରକାର ଲାଇସେନ୍ସ
Anupambharat News Bureau
June 13, 2021



ଲକ୍ଷ୍ନୌ,୧୩।୬: ମଦ ଭଳି ତମାଖୁ ବିକ୍ରି ପାଇଁ ମଧ୍ୟ ଲାଇସେନ୍ସ ଦରକାର। ତେବେ ଏଭଳି ନିୟମ ଉତ୍ତରପ୍ରଦେଶ(ୟୁପି)ରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଯୋଗୀ ଆଦିତ୍ୟ ନାଥଙ୍କ ସରକାର ତମାଖୁ ବିକ୍ରି ପାଇଁ ଲାଇସେନ୍ସ ବାଧ୍ୟତାମୂଳକ କରିଛନ୍ତି।ରାଜ୍ୟରେ ତମାଖୁଜନିତ ସମସ୍ୟା ବଢ଼ିବା ସହ ଜନସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରୁଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ମ୍ୟୁନିସିପାଲ କର୍ପୋରେଶନଗୁଡ଼ିକରେ ତମାଖୁ ବିକ୍ରେତାମାନଙ୍କୁ ଲାଇସେନ୍ସ ପାଇଁ ସୁପାରିସ କରିବା ନିମନ୍ତେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସବୁ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ପରାମର୍ଶ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ୟୁପି ସରକାର ରାଜ୍ୟରେ ତମାଖୁ ସାମଗ୍ରୀ ବିକ୍ରି ପାଇଁ ଲାଇସେନ୍ସ ନିୟମ କାର୍ଯ୍ୟକାରୀ କରିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଏକ ସର୍ଭେ ଅନୁଯାୟୀ ୟୁପରେ ୧୫ ବର୍ଷ କିମ୍ବା ତା'ଠାରୁ ଅଧିକ ବୟସର ୩୫.୫ ପ୍ରତିଶତ ଲୋକ ତମାଖୁ ସେବନ କରୁଛନ୍ତି।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାରା ଓଡ଼ିଶା ଛୁଇଁଲା ମୌସୁମୀ :  ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ସାରା ଓଡ଼ିଶା ଛୁଇଁଲା ମୌସୁମୀ : ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

Read More...

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨୬ କୋଟି ଟିକା ଦେଇଛି କେନ୍ଦ୍ର

ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୨୬ କୋଟି ଟିକା ଦେଇଛି କେନ୍ଦ୍ର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page