କେବଳ ପୁରୀରେ ରଥଯାତ୍ରା

June 10, 2021, ଓଡ଼ିଶା, , Anupambharat News Bureau


କେବଳ ପୁରୀରେ ରଥଯାତ୍ରା
Anupambharat News Bureau
June 10, 2021


ଭୁବନେଶ୍ୱର, ୧୦ା୬(ଅନୁପମ ମିଡ଼ିଆ): ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେବଳ ପୁରୀରେ ବିନା ଭକ୍ତରେ ହେବ ରଥଯାତ୍ରା । ରାଜ୍ୟର ଅନ୍ୟକୌଣସି ମନ୍ଦିରରେ ରଥ ଟଣା ହେବ ନାହିଁ । ଏହି ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍‌ କମିଶନର (ଏସଆରସି) ପ୍ରଦୀପ ଜେନା । ସେ କହିଛନ୍ତି ଯେ ଚଳିତ ବର୍ଷ ଜୁଲାଇ ୧୨ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ । ଗତବର୍ଷ ଯେଉଁସବୁ କଟକଣା ମଧ୍ୟରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା ଚଳିତ ବର୍ଷ ମଧ୍ୟ ସମାନ ନିୟମ ପାଳନ କରାଯିବ । ରଥଯାତ୍ରାରେ କେବଳ ସେବାୟତମାନେ ଭାଗ ନେଇପାରିବେ । ଯେଉଁ ସେବାୟତମାନେ ଦୁଇ ଥର ଟିକା ନେଇସାରିଥିବେ କିମ୍ବା ଆରଟିପିସିଆର ରିପୋର୍ଟ ନେଗେଟିଭ ଆସିଥିବ, ସେମାନେ ନୀତିକାନ୍ତିରେ ଭାଗ ନେଇପାରିବେ । ଗୋଟିଏ ରଥରେ ୫୦୦ଲୋକରୁ ଅଧିକ ରହିବେ ନାହିଁ । ପୁରୀରେ ରଥଯାତ୍ରା ସମୟରେ କର୍ଫୁ୍ୟ ଲାଗୁ ରହିବ ।
ସହର ମଧ୍ୟକୁ ଟ୍ରେନ୍‌ , ବସ୍‌ ଓ ଅନ୍ୟାନ୍ୟଗାଡି ଚଳାଚଳ ବନ୍ଦ ରହିବ । ଏସ୍‌ଆରସି ଜେନା କହିଛନ୍ତି, ରାଜ୍ୟର ଅନ୍ୟ ସବୁ ମନ୍ଦିରରେ ରଥଯାତ୍ରା ନ ହେଲେ ବି ପରିସରରେ ନୀତିକାନ୍ତି ସମ୍ପନ୍ନ କରାଯାଇପାରିବ । କି;ୁ ମନ୍ଦିର ବାହାରେ କିଛି କାର୍ଯ୍ୟକଳାପ ହୋଇପାରିବ ନାହିଁ । ସେହିଭଳି ପୁରୀ ରଥଯାତ୍ରାର ସିଧା ପ୍ରସାରଣ ଦାୟିତ୍ୱ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନେବ ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପାଖରୁ ଅନ୍ୟ ଚ୍ୟାନେଲ୍‌ ମାନେ ଫିଡ୍‌ ନେଇ ପାରିବେ । ସେମାନେ ନିଜେ ଏହାର ସିଧାପ୍ରସାରଣ କରିବା ପାଇଁ ବ୍ୟବସ୍ଥା କରିବାର ଆବଶ୍ୟକତା ନାହିଁ । ସେହିଭଳି ରଥଯାତ୍ରାର ସ୍ଥିର ଚିତ୍ର ଉତ୍ତୋଳନ ପାଇଁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ବ୍ୟବସ୍ଥା କରାଯିବ । ପ୍ରକାଶଥାଉକି ଗତ ବର୍ଷ ରଥଯାତ୍ରାକୁ ତୁମ୍ବିତୋଫାନ ଦେଖିବାକୁ ମିଳିଥିଲା । ରାଜ୍ୟ ସରକାର ପ୍ରଥମେ ହଁ ପରବର୍ତ୍ତୀ ସମୟରେ ନାହିଁ କହିଥିଲେ । ଫଳରେ ଏହି ପ୍ରସଙ୍ଗ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲା । ତେବେ ପରମ୍ପରା ଓ ବିଧି ରକ୍ଷା କରିବାକୁ ଶେଷରେ ରାଜ୍ୟ ସରକାର ରଥ ଯାତ୍ରାକୁ ଅନୁମତି ଦେଇଥିଲେ । ତେବେ ଗତବର୍ଷ ମଧ୍ୟ କେବଳ ପୁରୀରେ ହିଁ ରଥ ଯାତ୍ରା ଆୟୋଜିତ ହୋଇଥିଲା । ଚଳିତ ବର୍ଷ ସେହି ସ୍ଥିତି ନଉପୁଜିବ ବୋଲି ସରକାର ରଥାଯାତ୍ରାର ମାସକ ପୂର୍ବରୁ ଉପରୋକ୍ତ ନିଷ୍ପତ୍ତି ଘୋଷଣା କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶା ଛୁଇଁଲା ମୌସୁମୀ: ସାରା ରାଜ୍ୟରେ ପ୍ରବଳ ବର୍ଷିବ

ଓଡ଼ିଶା ଛୁଇଁଲା ମୌସୁମୀ: ସାରା ରାଜ୍ୟରେ ପ୍ରବଳ ବର୍ଷିବ

Read More...

ତୃତୀୟ ଲହର ମୁକାବିଲା ପ୍ରସ୍ତୁତି ଆରମ୍ଭ :  ଶିଶୁଙ୍କ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ତୃତୀୟ ଲହର ମୁକାବିଲା ପ୍ରସ୍ତୁତି ଆରମ୍ଭ : ଶିଶୁଙ୍କ ସୁରକ୍ଷା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page