ଖେଳାଳିଙ୍କ ମାନସିକ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ:କୋହଲି

June 02, 2021, କ୍ରୀଡ଼ା, , Anupambharat News Bureau


ଖେଳାଳିଙ୍କ ମାନସିକ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ:କୋହଲି
Anupambharat News Bureau
June 02, 2021


ମୁମ୍ବାଇ,୨ା୬: ଇଂଲଣ୍ଡ ଯାତ୍ରା ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଖେଳାଳିଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱାରୋପ କରିଛନ୍ତି । କରୋନା ମହାମାରୀ ଯୋଗୁଁ ଖେଳାଳିଙ୍କୁ ଅଧିକ ସମୟ ବାୟୋ ବବଲରେ ବିତାଇବାକୁ ପଡିଥାଏ । ଏ ଦୃଷ୍ଟିରୁ ସେମାନଙ୍କ ମାନସିକ ସ୍‌ୱାସ୍ଥ୍ୟର ଯତ୍ନ ଗୁରୁତ୍ୱପୂର୍ଣ୍ଣ । ଏହାକୁ ଅଣଦେଖା କରାଯାଇ ପାରିବ ନାହିଁ । ମାନସିକ ଶାନ୍ତି ବଜାୟ ରଖିବା ପାଇଁ ଖେଳାଳିଙ୍କୁ ବେଳେ ବେଳେ ବ୍ରେକ୍‌ ଦିଆଯିବା ଜରୁରୀ ବୋଲି କୋହଲି କହିଛନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଓ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପାଇଁ ଭାରତୀୟ ଦଳ ବୁଧବାର ବିଳମ୍ବିତ ରାତିରେ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ ।
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ୍‌ ୧୮ରୁ ୨୨ ଯାଏଁ ଇଂଲଣ୍ଡର ସାଉଥମ୍ପଟନରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଖେଳାଯିବ । ତା’ ପୂର୍ବରୁ ନ୍ୟୁଜିଲାଣ୍ଡ ଇଂଲଣ୍ଡ ବିପକ୍ଷରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବ । ଏହି ସିରିଜ୍‌ ବୁଧବାର ଠାରୁ ଲର୍ଡ୍ସରେ ଆରମ୍ଭ ହୋଇଛି ।
କୋହଲି କହିଛନ୍ତି ଯେ, ସାମ୍ପ୍ରତିକ ସମୟରେ ଜଣେ ଖେଳାଳିଙ୍କ ପକ୍ଷେ ନିଜକୁ ଉତ୍ସାହିତ କରିବା ଏବଂ ମାନସିକ ଶାନ୍ତି ବଜାୟ ରଖିବା ବେଶ୍‌ କଷ୍ଟକର । ବାୟୋ ବବଲରେ ଖେଳାଳିମାନେ ନିଜକୁ ସକରାତ୍ମକ ରଖିବାକୁ ଚେଷ୍ଟା କରନ୍ତି । ଏଭଳି କରିବାକୁ ଯାଇ ସେମାନେ ମାନସିକ ଅବସାଦର ମଧ୍ୟ ବଶବର୍ତ୍ତୀ ହୁଅନ୍ତି । ଆଗକୁ ସ୍ଥିତି ଆହୁରି ଜଟିଳ ହେବ । ଏଥିପାଇଁ ମାନସିକ ସ୍‌ୱାସ୍ଥ୍ୟର ଯତ୍ନ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ।
ବାୟୋ ବବଲରେ ଖେଳାଳିଙ୍କୁ କେବଳ ପଡିଆରୁ ହୋଟେଲ୍‌ ଏବଂ ହୋଟେଲରୁ ପୁଣି ପଡ଼ିଆକୁ ହିଁ ଯିବାକୁ ଅନୁମତି ମିଳୁଛି । ମନକୁ ହାଲକା କରିବା ପାଇଁ ବାୟୋ ବବଲ ବାହାରକୁ ଯିବାକୁ ଖେଳାଳିଙ୍କୁ ଅନୁମତି ନଥାଏ । ଏହି ଟିମ୍‌ ଗଢିବାରେ ଆମେ ଯେତିକି ପରିଶ୍ରମ କରିଛୁ, ଆପଣ ଚାହିଁବେନି କି ଜଣେ ଖେଳାଳି ଏହି କାରଣରୁ ବାୟୋ ବବଲରୁ ବାହାରି ଯାଆ;ୁ । କାରଣ ତାଙ୍କ ଠାରେ ବାୟୋ ବବଲର ଚାପ ସମ୍ଭାଳିବା ଦକ୍ଷତା ନାହିଁ । ଏଥିପାଇଁ ଆମେ ସେହି ଖେଳାଳିଙ୍କୁ ଅନୁମତି ଦେବା ଉଚିତ । ଯଦି କୌଣସି ଖେଳାଳି ବାୟୋ ବବଲ ଚାପ ଯୋଗୁଁ ବିରତି ଚାହୁଁଛନ୍ତି, ତେବେ ଏହା ତାଙ୍କୁ ମିଳିବା ଉଚିତ । ଏହା ଖେଳାଳିଙ୍କ ଅଧିକାର ବୋଲି କୋହଲି କହିଛନ୍ତି ।ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ଫାଇନାଲ ପରେ ଭାରତୀୟ ଦଳକୁ ଏକ ମାସରୁ ଊର୍ଦ୍ଧ୍ୱ ସମୟ ବ୍ରେକ୍‌ ମିଳିବ । ଏହାପରେ ଇଂଲଣ୍ଡ ବିପକ୍ଷରେ ଭାରତ ପାଞ୍ଚ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ ଖେଳିବ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ଓ ଇଂଲଣ୍ଡ ବିପକ୍ଷ ସିରିଜ ମଧ୍ୟରେ ବ୍ୟବଧାନ ସ୍‌ୱାଗତଯୋଗ୍ୟ ବୋଲି କୋହଲି ଓ ଶାସ୍ତ୍ରୀ କହିଛନ୍ତି । ଏହି ସମୟ ଖେଳାଳିମାନେ ନିଜକୁ ସତେଜ କରିବା ପାଇଁ ଉପଯୋଗ କରିପାରିବେ ବୋଲି କୋହଲି କହିଛନ୍ତି । ଇଂଲଣ୍ଡରେ ପହଞ୍ଚିବା ପରେ ଭାରତୀୟ ଦଳକୁ ତିନି ଦିନ କଠୋର କ ୍ୱାରେଣ୍ଟାଇନରେ ରହିବାକୁ ପଡିବ । କ ୍ୱାରେଣ୍ଟାଇନ ସମୟରେ ଭାରତୀୟ ଖେଳାଳିଙ୍କ ପ୍ରତିଦିନ କରୋନା ଟେଷ୍ଟ ହେବ । ଏହାପରେ ନିଜ ନିଜ ମଧ୍ୟରେ ଛୋଟ ଦଳ କରି ଭାରତୀୟ ଟିମ୍‌ ଅଭ୍ୟାସ କରିପାରିବ । ଦଶ ଦିନ ପରେ ଖେଳାଳିଙ୍କୁ ନର୍ମାଲ ଅଭ୍ୟାସ ପାଇଁ ଅନୁମତି ମିିଳିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଇପିଏଲ୍‌  : ବିଦେଶୀ ଖେଳାଳିଙ୍କ ଦରମା କାଟିପାରେ ବିସିସିଆଇ

ଆଇପିଏଲ୍‌ : ବିଦେଶୀ ଖେଳାଳିଙ୍କ ଦରମା କାଟିପାରେ ବିସିସିଆଇ

Read More...

ଆରମ୍ଭ ହେଲା କରୋନା ମୁକ୍ତ ଗାଁ :  ପ୍ରତିଯୋଗିତା ବିଜେତାଙ୍କୁ ମିଳିବ ୫୦ ଲକ୍ଷ ଟଙ୍କା

ଆରମ୍ଭ ହେଲା କରୋନା ମୁକ୍ତ ଗାଁ : ପ୍ରତିଯୋଗିତା ବିଜେତାଙ୍କୁ ମିଳିବ ୫୦ ଲକ୍ଷ ଟଙ୍କା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page