ସିଲେରୁ ନଦୀରେ ଡ଼ଙ୍ଗା ବୁଡ଼ି ଘଟଣା: ଛ’ଜଣଙ୍କ ଶବ ମିଳିଲା, ଦୁଇ ନିଖୋଜ

May 25, 2021, ଓଡ଼ିଶା, , Anupambharat News Bureau


ସିଲେରୁ ନଦୀରେ ଡ଼ଙ୍ଗା ବୁଡ଼ି ଘଟଣା:  ଛ’ଜଣଙ୍କ ଶବ ମିଳିଲା, ଦୁଇ ନିଖୋଜ
Anupambharat News Bureau
May 25, 2021


ମାଲକାନଗିରି/ବାଲିମେଳା,୨୫ା୫(ଅନୁପମ ମିଡ଼ିଆ):ଗତକାଲି ରାତ୍ରୀରେ କରୋନା କଟକଣାକୁ ଡରି ତେଲେଙ୍ଗାନା ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଚିତ୍ରକୋଣ୍ଡା ବ୍ଲକ କନ୍ଧଗୁଡା ଓ ଗୁଣ୍ଠାବାଡା ଗ୍ରାମର ୧୧ ଜଣ ଦୁଇଟି ଦେଶୀ ଡ଼ଙ୍ଗାରେ ଲୁଚି ଛପି ସିଲେରୁ ନଦୀରେ ନିଜ ଘରକୁ ଫେରୁଥିବା ବେଳେ ମଝି ନଈରେ ଗୋଟିଏ ଡ଼ଙ୍ଗା ବୁଡି ଯାଇଥିଲା । ଏହା ଦେଖି ନିକଟରେ ଥିବା ଅନ୍ୟ ଏକ ଦେଶୀ ଡଙ୍ଗାକୁ ଯିବା ପାଇଁ କିଛି ବ୍ୟକ୍ତି ଡେଇଁ ପଡ଼ିଥିଲେ । ସେହି ସମୟରେ ହିଁ ଡଙ୍ଗାରେ ଥିବା ୩ଟି ପରିବାରର ୧୧ ଜଣ ସଦସ୍ୟ ପାଣି ମଧ୍ୟରେ ବୁଡି ଯାଇଥିଲେ । ଗୋଟିଏ ପରିବାର ଜଣେ ବାପା ତାର ୨ ପୁଅକୁ ପାଣି ମଧ୍ୟରୁ ଉଦ୍ଧାର କରି କଷ୍ଟେ ମଷ୍ଟେ କୂଳରେ ପହଞ୍ଚିଥିଲେ । ତେବେ ଏହି ଡଙ୍ଗାବୁଡ଼ି ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ୨ ଜଣ ନିଖୋଜ ଅଛନ୍ତି । ଖବରପାଇ ରାତି ୧୦ଟା ସମୟରେ ଚିତ୍ରକୋଣ୍ଡା ଏସଡ଼ିପିଓ ସୁନାରାମ ହେମ୍ବ୍ରମ,ଚିତ୍ରକୋଣ୍ଡା ତହସିଲଦାରଟି, ପଦ୍ମନାଭ ଦୋରା ଏବଂ କୋରୁକୋଣ୍ଡା ଅଗ୍ନିଶମ ବାହିନୀ ରାତିତମାମ ଜଳ ରାଶି ମଧ୍ୟରେ ଖୋଜାଖୋଜି ଆରମ୍ଭ କରିଥିଲେ । ଘନ ଅନ୍ଧକାରରେ ଉଦ୍ଧାର କରିବା କଷ୍ଟକର ହୋଇପଡିଥିଲା । ତଥାପି ୧୦ ମାସର ଶିଶୁର ମୃତ ଦେହ ଉଦ୍ଧାର କରାଯାଇଥିଲା । ସକାଳୁ ଆଉ ୨ ଜଣଙ୍କ ମୃତ ଦେହ ଓ ମଧ୍ୟାହ୍ନରେ ଆଉ ୩ ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି । ଏଥିସହ ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ଜଳରାଶି ମଧ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଦେଖିବାକୁ ମିଳିଛି । ନିଜେ ମାଲକାନଗିରି ଜିଲ୍ଲାପାଳ ଡା, ୟେଦୁଲା ବିଜୟ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟିଛନ୍ତି । ଖୁବ ଶିଘ୍ର ମୃତକଙ୍କ ପରିବାର ବର୍ଗଙ୍କୁ ସମସ୍ତ ପ୍ରକାର ଆର୍ଥିକ ସହାୟତା ଦିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏବେ ବି ନିଖୋଜଙ୍କ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା : ‘ୟାସ୍‌’କ୍ଷୟକ୍ଷତି ୬୧୦ କୋଟି

ମୁଖ୍ୟମନ୍ତ୍ରୀଙ୍କ ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା : ‘ୟାସ୍‌’କ୍ଷୟକ୍ଷତି ୬୧୦ କୋଟି

Read More...

 ବାତ୍ୟା ମୁକାବିଲାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ:  ଜିରୋ କାଜୁଆଲିଟି ଆମର ଲକ୍ଷ୍ୟ

ବାତ୍ୟା ମୁକାବିଲାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ଜିରୋ କାଜୁଆଲିଟି ଆମର ଲକ୍ଷ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page