ତାକତ ଦେଖାଇଲା ତାଉ’ତେ: ମହାରାଷ୍ଟ୍ରରେ ଛ’ମୃତ, ବ୍ୟାପକ କ୍ଷୟକ୍ଷତି

May 17, 2021, ଦେଶ, , Anupambharat News Bureau


ତାକତ ଦେଖାଇଲା ତାଉ’ତେ:   ମହାରାଷ୍ଟ୍ରରେ ଛ’ମୃତ, ବ୍ୟାପକ କ୍ଷୟକ୍ଷତି
Anupambharat News Bureau
May 17, 2021


ମୁମ୍ବାଇ/ଗାନ୍ଧିନଗର,୧୭ା୫: ପୂର୍ବାନୁମାନ ପ୍ରକାରେ ବାତ୍ୟା ତାଉକତେ ଗୁଜୁରାଟର ସୌରଷ୍ଟ୍ର ନିକଟରେ ସ୍ଥଳ ଭାଗ ଛୁଇଁଛି । ଏହାପରେ ସେଠାରେ ତାଣ୍ଡବ ରଚିଛି । ବଳ ଗୋଟାଇ ଆଗକୁ ବଢ଼ୁଥିବା ଏହି ବାତ୍ୟା ସ୍ଥାଳଭାଗ ଛୁଇଁବା ମାତ୍ରେ ପ୍ରଳୟ ଆରମ୍ଭ କରିଥିଲା । ଘଣ୍ଟାକୁ ପ୍ରାୟ ୧୮୫ କିମି ବେଗରେ ପବନ ବୋହିଥିଲା । ତେବେ ବାତ୍ୟା ଯୋଗୁ ପ୍ରବଳ ବର୍ଷା ଓ ପବନ ହେବା ଆକଳନ ପରେ ଗୁଜୁରାଟ ସରକାର ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଏକ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲା । ତେବେ ବାତ୍ୟାର ପ୍ରଭାବକୁ ଦେଖି ପରବର୍ତ୍ତୀ ପଦକ୍ଷେପ ପାଇଁ ଏନ୍‌ଡିଆରଏଫ ଏବଂ ଡାକ୍ତର ଟିମ୍‌ ସଜାଗ ରହିଥିବା ସରକାରୀ ସୂତ୍ରରୁ ପ୍ରକାଶ । ତେବେ ବାତ୍ୟା ତାଉକତେ ଗୁଜରାଟ ଉପକୂଳ ଛୁଇଁବା ପୂର୍ବରୁ ମହାରାଷ୍ଟ୍ରରେ ଏହାର ତାଣ୍ଡବ ଦେଖିବାକୁ ମିଳିଛି । ରାଜ୍ୟର ଉପକୂଳ ଅଞ୍ଚଳରେ ଏହି ବାତ୍ୟା ନାହିଁ ନଥିବା ପ୍ରଳୟ ଘଟାଇଛି । ବାତ୍ୟା ଛ’ଜଣଙ୍କ ଜୀବନ ନେଇଥିବା ବେଳେ ୧୭ ଜଣ ଆହତ ହୋଇଥିବା ଜଣାପଡ଼ିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥାବାର୍ତ୍ତା କରି ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଛନ୍ତି । ଆଜି ଦିନରେ ପ୍ରାୟ ଘଣ୍ଟାକୁ ୧୧୪ କିମି ବେଗରେ ପବନ ବହିବା ସହ ବିଭିନ୍ନ ସ୍ଥାନରେ ବାତ୍ୟା ବ୍ୟାପକ କ୍ଷୟକ୍ଷତି ସାଧନା କରିଥିଲା । ଆଜି ସକାଳୁ ମୁମ୍ବାଇ ଆକାଶ ମେଘାଛନ୍ନ ରହିବା ସହ ଥଣ୍ଡା ପବନ ବୋହିବାରେ ଲାଗିଥିଲା । ଯାହାକି ପୂର୍ବଦିନର ଗରମରୁ କିଛିଟା ଆଶ୍ୱସ୍ତ ଆଣିଥିଲା । ତେବେ ସମୟାନୁକ୍ରମେ ପ୍ରବଳ ବର୍ଷା ସହ ପବନର ବେଗ ମଧ୍ୟ ବଢ଼ିବାରେ ଲାଗିଥିଲା । ଫଳରେ ବିମାନ ଉଡାଣ ବନ୍ଦ ଘୋଷଣା କରାଯାଇଥିବା ବେଳେ ବାନ୍ଦ୍ରା-ୱାର୍ଲି ସମୁଦ୍ର ଲିଙ୍କ୍‌କୁ ସିଲ କରିଦିଆଯାଇଥିଲା । ପ୍ରବଳ ବର୍ଷା ଯୋଗୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ଯାଇଥିବା ବେଳେ ସୁସୁ ପବନ ଯୋଗୁ ବହୁ ଗଛ ଓ ଡାଳ ମୋଡ଼ି ହୋଇ ରାସ୍ତାରେ ପଡ଼ିବାରେ ଲାଗିଥିଲା । ବିଦୁ୍ୟତ ଖୁଣ୍ଟ ଗୁଡ଼ିକ ମଧ୍ୟ ଉପୁଡ଼ି ପଡ଼ି ରାସ୍ତାରେ ପଡ଼ିବାରେ ଲାଗିଥିଲା । ବିପଦପୂର୍ଣ୍ଣ ଅଞ୍ଚଳରୁ
ହଜାର ହଜାର
ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା । ଜମିରେ ପାଣି ପଶିଯିବାରୁ କଙ୍କଣ ଅଞ୍ଚଳରେ ବହୁ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜୁନ୍‌ ୧ ଯାଏଁ ବଢିଲା ଲକ୍‌ ଡାଉନ୍‌

ଜୁନ୍‌ ୧ ଯାଏଁ ବଢିଲା ଲକ୍‌ ଡାଉନ୍‌

Read More...

  କୋଭିଡ ମୃତକଙ୍କ ପରିବାରକୁ ପେନ୍‌ସନ୍‌

କୋଭିଡ ମୃତକଙ୍କ ପରିବାରକୁ ପେନ୍‌ସନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page