ଜି. ମାଥିଭାଥନନ ବିଏମସି ପ୍ରଶାସକ

May 13, 2021, ଓଡ଼ିଶା, , Anupambharat News Bureau


ଜି. ମାଥିଭାଥନନ ବିଏମସି ପ୍ରଶାସକ
Anupambharat News Bureau
May 13, 2021


ଭୁବନେଶ୍ୱର, ୧୩ା୫ (ଅନୁପମ ମିଡ଼ିଆ): ୧୯୯୪ ବ୍ୟାଚ୍‌ ର ଆଇଏଏସ୍‌ ଅଧିକାରୀ ଜି. ମାଥିଭାଥନନଙ୍କୁ ବିଏମସି ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସଂଗ୍ରାମଜିତ ନାୟକଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେ ବର୍ତ୍ତମାନ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସହ ସଂସଦୀୟ ବ୍ୟାପାର ବିଭାଗର ପ୍ରମୁଖ ଶାସନ ସଚିବ ଏବଂ କଟକ ଉନ୍ନୟନ କର୍ତ୍ତୃପକ୍ଷ (ସିଡିଏ)ର ଚେୟାରମ୍ୟାନ ଭାବେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । ଏହିସବୁ ଦାୟିତ୍ୱ ସହ ସେ ବିଏମସି ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ଉଲ୍ଳେଖ୍ୟଯୋଗ୍ୟ ଯେ ଗତକାଲି ଆଇଏଏସ୍‌ ଅଧିକାରୀ ସଂଜୟ କୁମାର ସିଂହଙ୍କୁ ବିଏମସି କମିଶନର ଭାବେ ନିଯୁକ୍ତି ଦିଆଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅନଲାଇନ୍‌ରେ ମିଳିବ ମଦ

ଅନଲାଇନ୍‌ରେ ମିଳିବ ମଦ

Read More...

ବର୍ଷର୍ା ସମ୍ଭାବନା

ବର୍ଷର୍ା ସମ୍ଭାବନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page