ଗରୀବଙ୍କ ଉପରେ ଧନୀଙ୍କ ଅତ୍ୟାଚାର : ଅକ୍ସିଜେନ ସିଲିଣ୍ଡର ବଦଳରେ ଶାରୀରିକ ସମ୍ପର୍କ

May 13, 2021, ଦେଶ, , Anupambharat News Bureau


ଗରୀବଙ୍କ ଉପରେ ଧନୀଙ୍କ ଅତ୍ୟାଚାର : ଅକ୍ସିଜେନ ସିଲିଣ୍ଡର ବଦଳରେ ଶାରୀରିକ ସମ୍ପର୍କ
Anupambharat News Bureau
May 13, 2021

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ପୂରା ଦେଶକୁ ଅଣନିଶ୍ୱାସୀ କରିପକାଇଛି । ଚାରିଆଡ଼େ ହାହା କାର । ଲୋକେ ଅକ୍ସିଜେନ ପାଇଁ ଡହଳ ବିକଳ ହେଉଛନ୍ତି । ଅକ୍ସିଜେନ୍‌ ସିଲିଣ୍ଡର ପାଇଁ ଲୋକେ ଘଣ୍ଟା ଘଣ୍ଟା ଲାଇନ୍‌ ଲଗାଉଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ସ୍ଥିତି ଜଟିଳ ହୋଇପଡ଼ିଛି । ଅକ୍ସିଜେନ୍‌ ବିନା କରୋନା ସଂକ୍ରମିତ ପ୍ରାଣ ହରାଉଛନ୍ତି । ଠିକ୍‌ ଏହାର ସୁଯୋଗ ନେଇ କିଛି ଲୋକ ମାନବିକତା ଭୁଲି ପଶୁ ପାଲଟିଯାଇଛନ୍ତି । ମହାମାରୀ ସମୟରେ କିଛି ଅସାଧୁ ବ୍ୟକ୍ତି ସରଳତାର ସୁଯୋଗ ଉଠାଉଥିବା ମଧ୍ୟ ଅଭିଯୋଗ ହୋଇଛିଛ ଜଣେ ଟୁଇଟର୍‌ରେ ୟୁଜରଙ୍କ ଅଭିଯୋଗ ସାମ୍ନାକୁ ଆସିବା ପରେ ଦେଶରେ ଆଲୋଡନ ସୃଷ୍ଟି ହୋଇଛି । ବାପାଙ୍କୁ ଅକ୍ସିଜେନ୍‌ ଦେବାକୁ ଜଣେ ଛୋଟ ଝିଅ ଅକ୍ସିଜେନ୍‌ ସିଲିଣ୍ଡର ପାଇଁ କାକୁତି ମିନତି ହେଉଥିବା ବେଳେ ତାଙ୍କୁ ଶାରିରୀକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଛି । ଧନୀ ବ୍ୟକ୍ତିଙ୍କ କୁତ୍ସିତ ମାନସିକତା । ଗରିବ ଝିଅଟିର ସରଳତାର ଫାଇଦା ଉଠାଇବାକୁ ବି ପଛାଉନାହାନ୍ତି । ଅକ୍ସିଜେନ୍‌ ସିଲିଣ୍ଡର ବଦଳରେ ସେକ୍ସ କରିବାକୁ ବାଧ୍ୟ କରାଯାଉଥିବା ନେଇ ଘଟଣାକୁ ଟ୍ୱିଟର ୟୁଜର ଟୁଇଟ୍‌ ମାଧ୍ୟମରେ ଜଣାଇଛନ୍ତି । ସେ ଲେଖିଛନ୍ତି, ‘ମୋ ବନ୍ଧୁଙ୍କ ଭଉଣୀଙ୍କୁ ଏକ ସଂଭ୍ରାନ୍ତ କଲୋନିର ଜଣେ ପଡ଼ୋଶୀ ଅକ୍ସିଜେନ ସିଲିଣ୍ଡର ବଦଳରେ ଶାରୀରିକ ସମ୍ପର୍କ ରଖିବାକୁ କହୁଛନ୍ତି । ଅକ୍ସିଜେନ୍‌ ସିଲିଣ୍ଡର ତାଙ୍କ ପିତାଙ୍କ ପାଇଁ ନିହାତି ଜରୁରୀ । ଏନେଇ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ ।’ ଏହି ଟ୍ୱିଟ୍‌ ପରେ ଅନ୍ୟ ୟୁଜର ମଧ୍ୟ ଏହା ଉପରେ ନିଜ ନିଜର ମତ ରଖିଛନ୍ତି । କେହି କେହି ଦୋଷୀର ନାଁ ପରିପ୍ରକାଶ କରିବା ସହ ତାକୁ ଅପମାନ ମିଳିବା ଦରକାର ବୋଲି କହୁଥିବା ବେଳେ ଆଉ କେହି ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ଅଧିକାରୀଙ୍କ ପାଖକୁ ମାମଲା ଗଲେ, ‘ସିଏ କହିଲା, ଇଏ କହିଲା’ ସ୍ଥିତି ଉପୁଜିବ କି;ୁ ନ୍ୟାୟ ମିଳିପାରିବ ନାହିଁ ବୋଲି ୟୁଜର ଲେଖିଛନ୍ତି । ତେବେ କରୋନା ପରିସ୍ଥିତିରେ ମଧ୍ୟ ଲୋକଙ୍କ ଏଭଳି ମାନସିକତା ଦେଶରେ ଆଉ ଏକ ମହାମାରୀ ବୋଲି ସାଧାରଣରେ ପ୍ରକାଶ ପାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇସ୍ରାଏଲ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ

ଇସ୍ରାଏଲ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ

Read More...

“ବେରୋଜଗାରୀଙ୍କୁ ଭତ୍ତା ଦିଆଯାଉ”

“ବେରୋଜଗାରୀଙ୍କୁ ଭତ୍ତା ଦିଆଯାଉ”

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page