ଆଦାୟ ହେଲାଣି ୧୫ କୋଟି

May 06, 2021, ଓଡ଼ିଶା, , Anupambharat News Bureau


ଆଦାୟ ହେଲାଣି ୧୫ କୋଟି
Anupambharat News Bureau
May 06, 2021


ଭୁବନେଶ୍ୱର, ୬ା୫(ଅନୁପମ ମିଡ଼ିଆ): ସରକାରଙ୍କ କରୋନା ନିୟମ ଅନେକ ଲୋକ ମାନୁଛନ୍ତି କି;ୁ କିଛି ଅମାନିଆ ମାନୁନାହାନ୍ତି, ସେମାନଙ୍କୁ ଦଣ୍ଡିତ କରାଯାଉଛି । ଏପ୍ରିଲ ୧ରୁ ଏପର୍ଯ୍ୟନ୍ତ ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ମୋଟ ୧୫ କୋଟି ଟଙ୍କା ଫାଇନ ଆଦାୟ କରାଯାଇଛି । କେବଳ ମାସ୍କ ପିନ୍ଧନଥିବା ଲୋକଙ୍କ ଠାରୁ ୬ କୋଟିରୁ ଅଧିକ ଫାଇନ ଆଦାୟ ହୋଇଛି । ସାମାଜିକ ଦୂରତା ଉଲ୍ଲଂଘନକାରୀଙ୍କ ଠାରୁ ବି ଜରିମାନା ଆଦାୟ ହୋଇଛି । କୋଭିଡ୍‌ ଗାଇଡ୍‌ ଲାଇନ୍‌ ଉଲ୍ଲଂଘନ କରିଥିବାରୁ ଏହି ସମୟ ମଧ୍ୟରେ ମୋଟ ୫୫୩ ଜଣ ଗିରଫ ହୋଇଛନ୍ତି ଏବଂ ୨୧ ହଜାର ୪୦୬ ଗାଡି ସିଜ୍‌ ହୋଇଛି ବୋଲି ପୋଲିସ୍‌ ଡିଜି ଅଭୟ ସୂଚନା ଦେଇଛନ୍ତି । ଗୁରୁବାର ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ କୋଭିଡି ସଚେତନତା କାର୍ଯ୍ୟକ୍ରମରେ ଡିଜିପି ଅଭୟ କହିଛନ୍ତି ଯେ ଲକଡାଉନ, ସଟଡାଉନରେ ଜନସାଧାରଣଙ୍କୁ ଥାନା କିମ୍ବା ଏସପି ଅଫିସ ଆସିବା ଦରକାର ନାହିଁ । ସେମାନେ ଟେଲି ଅଭିଯୋଗ କରିପାରିବେ । ବାହାର ରାଜ୍ୟରୁ ଲୋକ ଆସିବା ଆରମ୍ଭ କଲେଣି । ବିଭିନ୍ନ ଜିଲ୍ଲାର ସୀମାରେ ଚେକ ପଏଣ୍ଟ ଅଛି । ସେହି ଚେକ୍‌ ପଏଣ୍ଟରେ ଯାଞ୍ଚ କରି ନିଜ ଅଞ୍ଚଳକୁ ପଠାଯିବ ବୋଲି ସେ କହିଛନ୍ତି ।ଅପରପକ୍ଷରେ ଘରୁ ବାହାରିଲେ ମାସ୍କ ପିନ୍ଧ;ୁ, ସାମାଜିକ ଦୂରତା ନିଶ୍ଚୟ ରଖ;ୁ । ଦୋକାନୀମାନେ ସାମାଜିକ ଦୂରତା ରକ୍ଷା କରିବାକୁ ଗୋଲେଇ କରନ୍ତୁ , ବାହାଘରରେ କୋଭିଡ୍‌ ନିୟମ ମାନ;ୁ ଏବଂ ଯେଉଁମାନେ ଟିକା ନେବାକୁ କିମ୍ବା କରୋନା ପରୀକ୍ଷା କରାଇବାକୁ ଆସୁଛନ୍ତି ସେମାନେ ସାମାଜିକ ଦୂରତା ମାନ;ୁ ବୋଲି ଡିଜିପି ପରାର୍ଶ ଦେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସିଆରପିଏଫ୍‌ ଡିଆଇଜିଙ୍କ କରୋନାରେ ମୃତୁ୍ୟ

ସିଆରପିଏଫ୍‌ ଡିଆଇଜିଙ୍କ କରୋନାରେ ମୃତୁ୍ୟ

Read More...

ଟିକା ନିଅଣ୍ଟ, ନୂଆଁଙ୍କୁ ଏବେ ନାହିଁ : ଦ୍ୱିତୀୟ ଡୋଜ୍‌ ଟିକାକରଣରେ ଗୁରୁତ୍ୱ

ଟିକା ନିଅଣ୍ଟ, ନୂଆଁଙ୍କୁ ଏବେ ନାହିଁ : ଦ୍ୱିତୀୟ ଡୋଜ୍‌ ଟିକାକରଣରେ ଗୁରୁତ୍ୱ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page