ଶପଥ ନେଲେ ମମତା

May 05, 2021, ଦେଶ, , Anupambharat News Bureau


ଶପଥ ନେଲେ ମମତା
Anupambharat News Bureau
May 05, 2021


କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିପୁଳ ଭୋଟ୍‌ରେ ବିଜୟଲାଭ କରିବା ଯୋଗୁଁ ଟିଏମ୍‌ସିର ମୁଖ୍ୟ ମମତା ବାନାର୍ଜୀ ଆଜି ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିଛନ୍ତି । ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ ଢ଼ାନକର ନୂଆ ମୁଖ୍ୟମନ୍ତ୍ରୀଙ୍କୁ ତାହାଙ୍କ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଚଳିତ ମାସ ୯ ତାରିଖରେ ରାଜ୍ୟ ବିଧାନସଭା ପାଇଁ କ୍ୟାବିନେଟ ଏବଂ ମନ୍ତ୍ରୀମଣ୍ଡଳ ପାଇଁ ବିଭିନ୍ନ ମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି । ଚଳିତ ୯ ତାରିଖରେ ରବୀନ୍ଦ୍ର ନାଥ ଟାଗୋରଙ୍କ ଜନ୍ମଜୟନ୍ତୀ ଥିବା ଯୋଗୁଁ ଉକ୍ତ ଦିନ ନୂଆ ମନ୍ତ୍ରୀମାନେ ଶପଥଗ୍ରହଣ କରିବେ । ଶପଥ ଗ୍ରହଣ ପରବର୍ତ୍ତୀ ରାଜ୍ୟପାଳ ଜଗଦୀପ ନୂତନ ମୁଖ୍ୟମନ୍ତ୍ରୀ ମମତାଙ୍କୁ ସାନ ଭଉଣୀ ବୋଲି ସମ୍ବୋଧନ କରିଥିଲେ । ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ଯେଉଁ ହିଂସା ଘଟିଥିଲା, ସେ ସମ୍ପର୍କରେ ମଧ୍ୟ ରାଜ୍ୟପାଳ ଏକ କ୍ଷୁଦ୍ର ବାର୍ତ୍ତା ଦେଇଥିଲେ । ନୂତନ ମୁଖ୍ୟମନ୍ତ୍ରୀ ଏଭଳି ହିଂସାକୁ ବନ୍ଦ କରିବାରେ ନିହାତି ପଦକ୍ଷେପ ନେବେ ବୋଲି ରାଜ୍ୟପାଳ ଆଶା ପ୍ରକାଶ କରିଥିବା ସମ୍ପର୍କରେ ମନ୍ତବ୍ୟ ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭୁବନେଶ୍ବର ଡିସିପିଙ୍କ ବଡ ଘୋଷଣା: ବିବାହ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ  ଫୋନ କରିବାକୁ ପଡ଼ିବ

ଭୁବନେଶ୍ବର ଡିସିପିଙ୍କ ବଡ ଘୋଷଣା: ବିବାହ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଫୋନ କରିବାକୁ ପଡ଼ିବ

Read More...

ଭାରତକୁ ଆଉ ୩ଟି ରାଫେଲ ଆସୁଛି

ଭାରତକୁ ଆଉ ୩ଟି ରାଫେଲ ଆସୁଛି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page