ଆଜି ଶ୍ରମିକ ଦିବସ : ଶ୍ରମିକଙ୍କୁ ମିଳୁନି ଦୁର୍ଘଟଣା କ୍ଷତିପୂରଣ

April 30, 2021, ଓଡ଼ିଶା, , Anupambharat News Bureau


ଆଜି ଶ୍ରମିକ ଦିବସ : ଶ୍ରମିକଙ୍କୁ ମିଳୁନି ଦୁର୍ଘଟଣା କ୍ଷତିପୂରଣ
Anupambharat News Bureau
April 30, 2021


ବ୍ରହ୍ମପୁର, ୩୦ା୪(ବିିନୋଦ ପଟ୍ଟନାୟକ): କୁଶଳୀ ଓ ଅଣକୁଶଳୀ ଶ୍ରମିକମାନଙ୍କ ନାମ କେନ୍ଦ୍ର ସରକାରଙ୍କ ଶ୍ରମ ବିଭାଗ ଦ୍ୱାରା ପଞ୍ଜିକରଣ କରାଯାଉନଥିବା ଫଳରେ ଓଡ଼ିଶାରୁ ଯାଇ ରାଜ୍ୟ ବାହାରେ କାର୍ଯ୍ୟ କରୁଥିବା ଏବଂ ଅନ୍ୟ ରାଜ୍ୟରୁ ଓଡ଼ିଶା ତଥା ଗଞ୍ଜାମ ଜିଲ୍ଲାକୁ ଆସି କାର୍ଯ୍ୟ କରୁଥିବା କୁଶଳୀ ତଥା ଅଣ କୁଶଳୀ ଶ୍ରମିକ ମାନଙ୍କ କାର୍ଯ୍ୟରତ ସମୟରେ ଦୁର୍ଘଟଣା ଜନିତ ଆହତ କିମ୍ୱା ମୃତୁ୍ୟ ହେଲେ କ୍ଷତିପୂରଣ ମିଳୁନଥିବା ଫଳରେ ସେମାନଙ୍କ ପରିବାର ଘୋର ଦୁର୍ଦ୍ଦିନରେ କାଳାତିପାତ କରୁଥିବା ଜଣାପଡ଼ିଛି । ସରକାରୀ ସ୍ତରରେ ଶ୍ରମିକ ମାନଙ୍କୁ ସୁଦୃଢିକରଣ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ସରକାର ଘୋଷଣା କରୁଥିଲେ ମଧ୍ୟ ସେମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି କେହି ଧ୍ୟାନ ଦେଉନଥିବା ଶ୍ରମିକ ମାନଙ୍କ ପ୍ରତି ପ୍ରତାରଣା କରାଯାଉଥିବା ସ୍ୱଷ୍ଟ ହେଉଛି । ବହୁ କ୍ଷେତ୍ରରେ ଶ୍ରମିକ ମାନେ ନିଜ ଜୀବନକୁ ବାଜୀ ଲଗାଇ ନିଜ ଏବଂ ସେମାନଙ୍କ ପରିବାରର ପେଟ ପୋଷଣ ପାଇଁ ବିପଦଜନକ କାର୍ଯ୍ୟ କରିବା ପାଇ ବାଧ୍ୟ ହୋଇଥାନ୍ତି । ପ୍ରତେକ ବର୍ଷ ବିଭିନ୍ନ କ୍ଷେତ୍ରରେ ଶ୍ରମିକ କାର୍ଯ୍ୟରତ ସମୟରେ ଆହତ କିମ୍ୱା ମୃତୁ୍ୟ ମୁଖରେ ପଡୁଥିବା ନଜିର ରହିଛି । ତେବେ କେତେ ଖଣି ମାଲିକ ସେମାନଙ୍କ କାର୍ଯ୍ୟରତ ଶ୍ରମିକ ମାନଙ୍କ ମଧ୍ୟରୁ କେତେକ ଶ୍ରମିକଙ୍କ ଭବିଶ୍ୟନୀଧି ଜମା, ସ୍ୱାସ୍ଥ୍ୟ ବୀମା ଆଦି କରିଥିଲେ ମଧ୍ୟ ସମସ୍ତ କାର୍ଯ୍ୟରତ ଶ୍ରମିକ ମାନଙ୍କ କ୍ଷେତ୍ରରେ ଏପରି ହେଉନଥିବା ଦେଖାଯାଉଛି । ତେବେ ସରକାରୀ ସ୍ତରରେ ଏପରି କିଛି ପଦକ୍ଷେପ ନିଆଯାଇ ପାରୁନଥିବା, ଶ୍ରମିକ ମାନଙ୍କୁ ଅଣଦେଖା କରାଯାଉଥିବା ଦୃଢ ହୋଇଯାଉଛି । ଗଞ୍ଜାମ ଜଲ୍ଳ୍‌ାରେ ପଯ୍ୟାପ୍ତ ପରିମାଣରେ ପାହାଡ ପର୍ବତ ରହିଥିବା ବେଳେ ଏବଂ ଏହି ପାହାଡରୁ ପଥର ଫୁଟାଇ ଗୁଡ଼ି ଚିପ୍‌ସ୍‌ ଏପରିକି ଗ୍ରାନାଇଟ ମିଳୁଥିବା ଫଳରେ ରାଜ୍ୟ ତଥା ରାଜ୍ୟ ବାହାରର ଖଣି ମାଲିକ ମାନେ ଏଠାରେ କ୍ରସର ଓ ଗ୍ରାନାଇଟ୍‌ ଫ୍ୟାକଫ୍ରି କରିବା ପାଇଁ ଡ଼େରା ପକାଉଛନ୍ତି । ଉକ୍ତ କ୍ରସର ଓ ଗ୍ରାନାଇଟ୍‌ ଖଣିରେ ରାଜ୍ୟର ଏବଂ ବାହାର ରାଜ୍ୟର ଅଣକୁଶଳୀ ତଥା କୁଶଳୀ ଶ୍ରମିକମାନେ ଆସି କାର୍ଯ୍ୟ କରିଥାନ୍ତି । ଏହି କ୍ରସର ଓ ଗ୍ରାନାଇଟ ପ୍ରୋସେସିଙ୍ଗ ୟୁନିଟରେ ୟୁନିଟ ପିଛା କୋଟି କୋଟି ଟଙ୍କା ଖର୍ଚ୍ଚ ହେବା ସହ ହଜାର ସଂଖ୍ୟାରେ ଶ୍ରମିକ କାର୍ଯ୍ୟରତ ଅଛନ୍ତି । ହେଲେ ସେହି ଶ୍ରମିକଙ୍କ ମଧ୍ୟରୁ ଅର୍ଦ୍ଧାଧିକ ରାଜ୍ୟ ବାହାରର କୁଶଳୀ ଶ୍ରମିିିକ । ଗଞ୍ଜାମ ଜିଲ୍ଲାରୁ ବହୁ ଶ୍ରମିକ ଶ୍ରମ କାର୍ଯ୍ୟ ପାଇଁ ଗୁଜରାଟର ସୁରଟଠାରେ ଲୁଗା କାରଖାନା, ଗୁଜରାଟର ଅଲଙ୍ଗଠାରେ ବିପଦ୍‌ଜନକ ଜାହାଜ ଭଙ୍ଗା କାରଖାନା, ଆନ୍ଧ୍ର ପ୍ରଦେଶ, ମୁମ୍ବାଇ ଆଦି ରାଜ୍ୟରେ ଶ୍ରମ ଭିତ୍ତିକ କାର୍ଯ୍ୟ କରୁଥିବା ବେଳେ ବାହାର ରାଜ୍ୟର ଶ୍ରମିକମାନେ ଓଡ଼ିଶାର ବିଶେଷ କରି ଗଞ୍ଜାମ ଜିଲ୍ଲାରେ କ୍ରସର ଓ ଗ୍ରାନାଇଟ୍‌ କାରଖାନା ଗୁଡ଼ିକରେ କାର୍ଯ୍ୟରତ ଅଛନ୍ତି । ବହୁ ସମୟରେ ଏହି କ୍ରସର ଓ ଗ୍ରାନାଇଟ୍‌ ଖଣିରେ କାମ କରୁଥିବା ବେଳେ ପଥର ଖସି କିମ୍ବା ପଥର ବିସ୍ପୋରଣ କରିବା ସମୟରେ ବହୁ ଶ୍ରମିକ ଆହତ କିମ୍ବା ମୃତୁ୍ୟବରଣ କରୁଥିବା ନଜିର ରହିଥିବା ବେଳେ ଗତ ଏପ୍ରେଲ ୧୯ ତାରିଖ ଦିନ ସଦର ଥାନା ଅଧିନସ୍ଥ କୁକୁଡ଼ାଖଣ୍ଡି ଏ.ରଘୁନାଥପୁର ସ୍ଥିତ ଏ.ବି.କ୍ରସର କାରଖାନାରେ କାର୍ଯ୍ୟରତ ଏ.ସନ୍ତୋଷ କୁମାର ଓ ସୁରେଶ ପାତ୍ର ବିସ୍ପୋରଣ ଘଟି ମୃତୁ୍ୟବରଣ କରିଥିବା ବେଳେ ୩ ଜଣ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସିତ ରହିଥିଲେ । ସେମାନଙ୍କ ମଧ୍ୟରୁ ଅତି ଗୁରୁତର ଅବସ୍ଥାରେ କୁକୁଡ଼ାଖଣ୍ଡି ସ୍ଥିତ ଚୌଧୁରୀ ନଗର ଅଞ୍ଚଳର ପି.ସାଇ ଗୋପାଳକୁ ଭୂବନେଶ୍ୱର ସ୍ଥିତ ସମ୍‌ ହସ୍ପିଟାଲ ଏବଂ ଫାଦରୀପଲ୍ଳୀ ଅଞ୍ଚଳର ଦୀପକ ପାତ୍ରକୁ କଟକ ବଡ଼ ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ପି.ସାଇ ଗୋପାଳ ଓ ଦୀପକ ପାତ୍ର ଦୁହେ ଗତ ଏପ୍ରେଲ ୨୫ତାରିଖ ରବିବାର ଦିନ ମୃତୁ୍ୟବରଣ କରିଥିବା ଖବର ମିକିଛି । ଏକ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ ଗଂଜାମ ଜିଲ୍ଳାରେ ଥିବା ୨୨ଟି ବ୍ଳକ ମଧ୍ୟରୁ ୧୪ଟି ବ୍ଳକରେ ପଯ୍ୟାପ୍ତ କ୍ରସର ଓ ଗ୍ରାନାଇଟ ଖଣି ରହିଥିବାବେଳେ ଏହି ବ୍ୟବସାୟ ଶହ ଶହ କୋଟି ଛୁଇଁଥିବା ଫଳରେ ବ୍ୟବସାୟୀମାନେ ଆକୃଷ୍ଟ ହୋଇଥାନ୍ତି ଏହି ଜିଲ୍ଳାକୁ । ସବୁଠାରୁ ଅଧିକ ପରିମାଣରେ ଏଠାରେ ବ୍ଲ୍ୟୁ ଲାଭେଣ୍ଡର ଗ୍ରାନାଇଟ ମିିଳୁଥିବା ବେଳେ ଏହାର ଚାହିଦା ମଧ୍ୟ ଅଧିକ । ଜିଲ୍ଳାରେ ପଯ୍ୟାପ୍ତ କ୍ରସର ଓ ଗ୍ରାନାଇଟ ଖଣି ରହିଥିବା ବ୍ଳକ ମଧ୍ୟରେ ଭଞ୍ଜନଗର, ହିଞ୍ଜିଲିକାଟୁ, ପାତ୍ରପୁର, ଚିକିଟି, ରଙ୍ଗେଇଲୁଣ୍ଡା, ଦିଗପହଣ୍ଡି, କୁକୁଡ଼ାଖଣ୍ଡି, ଖଲ୍ଳିକୋଟ, ସାନଖେମୁଣ୍ଡି, ସୋରଡ଼ା, ପୁରୁଷୋତ୍ତମପୁର, ଶେରଗଡ଼, ଆସ୍କା ଓ ବୁଗୁଡ଼ାରେ ପର୍ଯ୍ୟାପ୍ତ ଗ୍ରାନାଇଟ ଗଛିତ ରହିଛି । ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ବ୍ୟବସାୟୀଙ୍କ ନାମରେ ବଡ଼ଡ଼ୁମୁଳାରେ ୭୪.୮୦୭ ହେକଫର, ଦକ୍ଷିଣପୁରରେ ୩୫.୨୦୮ ହେକଫର ଜମି, ଲୁଣିଘରା ଠାରେ ୪.୦୦୬, ବେନ୍ଦାଳିଆରେ ୨୯.୭୬୮, ଭଗବାନପୁର ଠାରେ ୮୪.୪୯୮, ମହୁଡ଼ାରେ ୫.୮୫୨, କୁମ୍ଭଝରିରେ ୨୭.୯୨୦, ତୁତୀପୁର ଠାରେ ୪୧.୩୩୯, ଲୋକମାରି ଠାରେ ୪.୧୭୮, ଖମ୍ବାରୀ ଗାମ୍‌ ଠାରେ ୧.୫୧୩, , କୁନାପଡ଼ା ଠାରେ ୧୩.୯୬୨, ମାତାଝରି ଠାରେ ୦.୫୪୬, ଭୁଡ଼ୁକା ଠାରେ ୧.୫୮୨, ରଳବା ଠାରେ ୧୧.୮୮୪, ସନ୍ଦଭଜ ହିଲ୍‌ ଠାରେ ୪.୬୮୬, ଲଙ୍କା ଠାରେ ୦.୭୬୫, ମହୁଘର ହିଲ୍‌ ଠାରେ ୩୩.୪୨୩, ପାର୍ବତୀପୁର ଠାରେ ୩.୬୯୧, ଚିକିଟି କୋଟାବିଟ୍‌ ୨ଠାରେ ୧୩.୮୩୨, ପାଲି ଠାରେ ୧୫.୪୪୩, ମାଧପୁର ଠାରେ ୨୯.୦୩୨ ହେକଫର ଜମି ଗ୍ରାନାଇଟ୍‌ ଖଣି ପାଇଁ ଲିଜ୍‌ ନେଇଥିବା ଜଣାପଡ଼ିଛି । ସେହିପରି ଗଜପତି ଜିଲ୍ଲାରେ ରାଜ ସୀତାପୁର ଠାରେ ୮.୦୮୯, ବୁଗୁଡ଼ା ଠାରେ ୧.୪୭୩, ବଣଲଣ୍ଡା ଠାରେ ୫.୦୧୮, ପର୍ଶୁରାମପୁର ଠାରେ ୪୯.୯୨୨, ଜଗନ୍ନାଥପୁର ଠାରେ ୨୩.୦୨୭ ହେକଫର ଜମି, କଇଁପୁର ଠାରେ ୪୦.୩୭୫, ଥୁମ୍ବାଗରରେ ୧୮.୫୮୫, ବାଲାଜୀପୁର ଠାରେ ୬.୯୮୧, ମେଟା ହିଲ୍‌ ଠାରେ ୧୮.୪୪୧, ଅନରଡ଼ା ଠାରେ ୧.୬୬୯, ମାରିଙ୍ଗ ଠାରେ ୬.୫୮୦, ଆନ୍ଧ୍ରଝୋଳି ଠାରେ ୬.୯୭୨, ମାଗଳି ଠାରେ ୩.୯୨୯, ଲଗୁ ଠାରେ ୭୧.୦୫୪ ହେକଫର ଜମି ଲିଜ୍‌ ଦିଆଯାଇଥିବା ଜଣାପଡ଼ିଛି । ସେଥି ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ଏଜେକ୍ସ ପେଟ୍ରୋ କମ୍ପାନୀ, ଇଲିନ୍‌ଜାସ୍‌ ଗ୍ରାନାଇଟ୍‌, ଓରିଏଣଫାଲ ଟ୍ରାଇମେକ୍ସ, ସୁମନ ଦାସ ଗ୍ରାନାଇଟ୍‌, ରୟାଲ ଗ୍ରାନାଇଟ୍‌, ନିଳାଞ୍ଚଳ ଗ୍ରାନାଇଟ୍‌, ଜେନ୍‌ ଗ୍ରାନାଇଟ୍‌, ନିର୍ମାଣ ଉଦ୍ୟୋଗ ପରି କେତକ ଗ୍ରାନାଇଟ୍‌ କମ୍ପାନୀ ସେମାନଙ୍କ ଖଣିକୁ କାର୍ଯ୍ୟକ୍ଷମ ରଖିଥିବା ବେଳେ ବହୁତ ଖଣି ପାହାଡ଼ ଅଣକାର୍ଯ୍ୟକ୍ଷମ ହୋଇ ପଡ଼ି ରହିଥିବା ଏକ ଅନୁସନ୍ଧାନରୁ ଜଣାପଡିଛି । ବହୁକ୍ଷେତ୍ରରେ ଖଣି ମାଲିକମାନେ ଶ୍ରମ ଆଇନ ଉଲ୍ଲଂଘନ କରି ଶ୍ରମିକ ମାନଙ୍କୁ ଫ୍ୟାକଫିରେ ଖଟାଉଥିବା ଅଭିଯୋଗ ହେଉଛି । ଏପରିକି କମ୍‌ ବୟସର ଯୁବକ, ଯୁବତୀଙ୍କୁ ଏହି ଫ୍ୟାକଫ୍ରିରେ ବିପଦ୍‌ଜନକ କାର୍ଯ୍ୟରେ ନିଯୁକ୍ତି ଦିଆଯାଉଛି । ଉକ୍ତ ଫ୍ୟାକଫ୍ରିମାନଙ୍କରେ ବିପଦ୍‌ଜନକ ଅବସ୍ଥାରେ କାମ କରୁଥିବା ଶ୍ରମିକ ମାନଙ୍କର କେତେବେଳେ ଯେ କାହାର ପ୍ରାଣ ଯାଉଛି ସେହି ଘଟଣା ଲୁଚି ଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୩ରୁ ଦିନ ୨ଟାରୁ ସମସ୍ତ ଦୋକାନ ବନ୍ଦ

୩ରୁ ଦିନ ୨ଟାରୁ ସମସ୍ତ ଦୋକାନ ବନ୍ଦ

Read More...

  ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ପାଇବେ ଅତିରିକ୍ତ ପାଞ୍ଚ କିଲୋ ଚାଉଳ

ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ ପାଇବେ ଅତିରିକ୍ତ ପାଞ୍ଚ କିଲୋ ଚାଉଳ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page