କରୋନାରେ 'ମିଷ୍ଟର ଇଣ୍ଡିଆ' ଜଗଦୀଶ ଲାଡଙ୍କ ଦେହାନ୍ତ

April 30, 2021, ଦେଶ, , Anupambharat News Bureau


କରୋନାରେ 'ମିଷ୍ଟର ଇଣ୍ଡିଆ' ଜଗଦୀଶ ଲାଡଙ୍କ ଦେହାନ୍ତ
Anupambharat News Bureau
April 30, 2021


ନୂଆଦିଲ୍ଲୀ ଅନ୍ତରାଷ୍ଟ୍ରୀୟ ବଡି ବିଲ୍‌ଡର ତଥା ମିଷ୍ଟର ଇଣ୍ଡିଆ ଟାଇଟଲ୍ ଜିତିଥିବା ଜଗଦୀଶ ଲାଡ୍‌ଙ୍କ କରୋନାରେ ପ୍ରାଣହାନୀ ଘଟିଛି। ଶୁକ୍ରବାର ଭଦୋଦରାରେ ଜୀବନ ମରଣ ସହ ଲଢେଇ କରି ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ଜଗଦୀଶଙ୍କୁ ୩୪ ବର୍ଷ ବୟସ ହୋଇଥିଲା। ସମସ୍ତ ପ୍ରକାରର ବାଧାବିଘ୍ନଙ୍କୁ ଏଡାଇ ଅନ୍ତରାଷ୍ଟ୍ରୀୟ ବଡିବିଲ୍ଡିଂରେ ନିଜ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ହେଲେ ମହାମାରୀ ଲଢେଇରେ ସେ ହାରି ଯାଇଛନ୍ତି।କରୋନା ସଂକ୍ରମିତ ହେବା ପରେ ଜଗଦୀଶ ଲାଡ୍‌ଙ୍କୁ ଚାରି ଦିନ ପର୍ଯ୍ୟନ୍ତ ଅକ୍ସିଜେନ୍‌ରେ ରଖାଯାଇଥିଲା। ହେଲେ ସେ କରୋନାକୁ ମାତ୍ ଦେଇ ପାରିଲେନି। ଜଗଦୀଶ ଲାଡ୍ ୯୦ କିଲୋଗ୍ରାମ ଭାର ବର୍ଗରେ ଅଂଶଗ୍ରହଣ କରୁଥିଲେ। ଜଗଦୀଶ କିଛି ବର୍ଷ ପୂର୍ବେ ନଭି ମୁମ୍ବାଇରୁ ଭଦୋଦରା ଚାଲି ଯାଇଥିଲେ। ଏଠାରେ ସେ ଜିମ୍ ଆରମ୍ଭ କରିଥିଲେ। ସେ ମୂଳତଃ ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର କୁଣ୍ଡଲୀ ଗାଁ ବାସିନ୍ଦା ଥିଲେ।ସର୍ବଦା ହସ ଖୁସିରେ ରହୁଥିବା ଏହି ବଡିବିଲ୍‌ଡରଙ୍କ ନିଧନରେ ଖେଳ ଜଗତଙ୍କୁ ଗଭୀର ଆଘାତ ଲାଗିଛି। ସେ ପ୍ରାୟ ୧୫ ବର୍ଷ ପର୍ଯ୍ୟନ୍ତ ପେଶାଦାର ଖେଳାଳି ଭାବେ ନିଜ କ୍ୟାରିୟର ଗଢିଥିଲେ। ଲାଡ୍ ବିଶ୍ଵ ଚମ୍ପିଆନସିପ୍‌ରେ କାଂସ୍ୟ ପଦକ ଓ ମିଷ୍ଟର ଇଣ୍ଡିଆରେ ସ୍ଵର୍ଣ୍ଣ ପଦକ ଜିତିଥିଲେ। ସେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ଵ କରିଛନ୍ତି।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାହିିଁକି ପାଳନ ହୁଏ ବିଶ୍ୱ ଶ୍ରମିକ ଦିବସ

କାହିିଁକି ପାଳନ ହୁଏ ବିଶ୍ୱ ଶ୍ରମିକ ଦିବସ

Read More...

  ବରିଷ୍ଠ ସାମ୍ବାଦିକଙ୍କ ଜୀବନ ନେଲା କରୋନା

ବରିଷ୍ଠ ସାମ୍ବାଦିକଙ୍କ ଜୀବନ ନେଲା କରୋନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page