କ୍‌ଜିଟ୍‌ ପୋଲ୍‌ : ପଶ୍ଚିମବଙ୍ଗରେ ପୁଣି ମମତା

April 29, 2021, ଦେଶ, , Anupambharat News Bureau


କ୍‌ଜିଟ୍‌ ପୋଲ୍‌  : ପଶ୍ଚିମବଙ୍ଗରେ ପୁଣି ମମତା
Anupambharat News Bureau
April 29, 2021


ନୂଆଦିଲ୍ଲୀ,୨୯ା୪: ପଶ୍ଚିମବଙ୍ଗ ପୁଣି ମମତାଙ୍କ ହାତରେ ରହିବ । ଅନ୍ୟପକ୍ଷେ ବିଜେପି ଆସାମରେ ନିଜ ଜୟ ଯାତ୍ରା ଅବ୍ୟାହତ ରଖିବାକୁ ଥିବା ବେଳେ ତାମିଲନାଡ଼ୁରେ ବିରୋଧୀ ଡିଏମ୍‌କେ ଫେରିବ । ସେହିଭଳି କେରଳରେ ବିଜୟନ ପୁଣି କ୍ଷମତାକୁ ଫେରିବେ ବୋଲି ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ୍‌ ପୋଲ୍‌ରୁ ଜଣାପଡ଼ିଛି । ତେବେ ସବୁଠାରୁ ଚର୍ଚ୍ଚିତ ପଶ୍ଚିମବଙ୍ଗରେ ପୁଣି ଟିଏମ୍‌ସି କ୍ଷମତାକୁ ଫେରିବା ବିଷୟ କେନ୍ଦ୍ର ଶାସିତ ବିଜେପି ଏବଂ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଏକ ବଡ଼ ଝଟକା ହେବ । ଏକ୍‌ଜିଟ୍‌ ପୋଲ୍‌ ଅନୁଯାୟୀ ପଶ୍ଚିମବଙ୍ଗରେ ସମୁଦାୟ ୨୯୪ ଆସନ ମଧ୍ୟରୁ ୧୫୬ ଆସନରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ବିଜୟ ଲାଭ କରିବ ବୋଲି ଜଣାଯାଇଛି । ରାଜ୍ୟରେ ଭାରତୀୟ ଜନତା ପାର୍ଟି (ବିଜେପି) ମାତ୍ର ୧୨୧ଟି ଆସନରେ ସଫଳତା ହାସଲ କରିବ ବୋଲି ଦେଶର ଏକ ପ୍ରମୁଖ ଗଣମାଧ୍ୟମ ଭାବେ ପ୍ରତ୍ୟେକ ନାଗରିକଙ୍କ ଲୋକପ୍ରିୟତା ହାସଲ କରିଥିବା ଏନ୍‌ଡିଟିଭି ପକ୍ଷରୁ ହୋଇଥିବା ଏକ୍‌ଜିଟ୍‌ ପୋଲ ପକ୍ଷରୁ ଜଣାଯାଇଛି । କ୍ରମାଗତ ତୃତୀୟ ଥର ପାଇଁ ମମତା ବାନାର୍ଜୀ କ୍ଷମତା ହାସଲ କରି ଗୌରବର ଶୀର୍ଷସ୍ତରରେ ପହଞ୍ଚିବେ ବୋଲି ଜଣାଯାଇଛି । ପଶ୍ଚିମବଙ୍ଗରେ ଏହି ଭୋଟ ବେଳେ ପଶ୍ଚିମବଙ୍ଗରେ ଟିଏମ୍‌ସିର ଭାଗ୍ୟ ଉଜ୍ୱଳ ହେବାକୁ ଯାଉଥିବା ବେଳେ କେରଳରେ ଏଲ୍‌ଡିଏଫ୍‌ ଶାସନ କ୍ଷମତା ହାସଲ କରିବ ବୋଲି ଜଣାପଡିଛି । ରାଜ୍ୟର ସମୁଦାୟ ୧୪୦ ଆସନରୁ ଏଲ୍‌ଡିଏଫ୍‌ ୭୧ଟି ଆସନରେ ବିଜୟଲାଭ କରି ସଫଳତାର ଶୀର୍ଷରେ ପହଞ୍ଚିବ ଅନ୍ୟ ପକ୍ଷରେ ଆସାମରେ ୧୨୬ ଆସନରୁ ୬୪ ଆସନରେ ଭାରତୀୟ ଜନତା ପାର୍ଟି (ବିଜେପି ) ବିଜୟଲାଭ କରି ରାଜ୍ୟରେ ଶାସନ କରିବ ବୋଲି ଜଣାପଡିଛି । ଅନ୍ୟ ପକ୍ଷରେ ପୁଡୁଚେରୀର ଫଳାଫଳ ସମ୍ପୂର୍ଣ୍ଣ ପୃଥକ ହେବ ବୋଲି ଜଣାପଡିଛି । ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ମାତ୍ର ୩୦ଟି ଆସନରୁ ୧୬ଟି ଆସନରେ କଂଗ୍ରେସ ବିଜୟଲାଭ କରିବ ବୋଲି ଏନ୍‌ଡିଟିଭି ପକ୍ଷରୁ କୁହାଯାଇଛି । ପ୍ରାପ୍ତ ଏକ୍‌ଜିଟ୍‌ ପୋଲି ସୂଚନା ମୁତାବକ କେରଳରେ ୧୪୦ ଆସନରୁ ୮୭ଟି ଆସନରେ ବାମପନ୍ଥୀ ନେତୃତ୍ୱ ଏଲ୍‌ଡିଏଫ୍‌ ବିଜୟଲାଭ କରିବ । ଅନ୍ୟ ପକ୍ଷରେ ବିଜେପି ମାତ୍ର ୨ଟି ଆସନରେ ବିଜୟଲାଭ କରି ନିଜର ଉପସ୍ଥିତି ଜାହିର କରିବ । ତାମିଲନାଡ଼ୁର ସ୍ଥିତି ସମ୍ପୂର୍ଣ୍ଣ ପୃଥକ ହେବ ବୋଲି ଜଣାପଡିଛି । ବିରୋଧୀ ଡିଏମ୍‌କେ ଓ ଏହାର ମେଣ୍ଟ ଦଳ ରାଜ୍ୟରେ ସମୁଦାୟ ୨୩୪ଟି ଆସନରୁ ୧୭୩ ଟି ଆସନରେ କ୍ଷମତା ଅକ୍ତିଆର କରିବ ବୋଲି ଜଣାପଡିଛି । ବିଜେପିର ମେଣ୍ଟ ଦଳ କୁହାଯାଉଥିବା ଶାସକ ଏଆଇଏଡିଏମ୍‌କେ ମାତ୍ର ୫୮ଟି ଆସନରେ ବିଜୟଲାଭ କରି ନିଜର ଉପସ୍ଥିତିକୁ ଜାହିର କରିବ, ତେବେ ଶାସନ କରିବା କ୍ଷମତା ହରାଇବ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ଜି ନିଉଜ୍‌ ପକ୍ଷରୁ ପରିଚାଳିତ ଏକ୍‌ଜିଟ୍‌ ପୋଲ ପକ୍ଷରୁ ଏହା ସ୍ପଷ୍ଟ କରିଛି ଯେ, ମମତା ବାନାର୍ଜୀ ହିଁ ପଶ୍ଚିମବଙ୍ଗରେ ଶାସନ କ୍ଷମତା ନିଜ ହାତକୁ ନେବେ ଅନ୍ୟ ପକ୍ଷରେ ଆସାମ ଏବଂ ପୁଡ଼ୁଚେରୀରେ ବିଜେପି ବିଜୟଲାଭ କରିବ । ତାମିଲନାଡ଼ୁରେ ଡିଏମ୍‌କେ ଅଧିକରୁ ଅଧିକ ଆସନରେ ବିଜୟଲାଭ କରିବ ଏବଂ କେରଳରେ ପୂର୍ବଭଳି ଏଲ୍‌ଡିଏଫ୍‌ ହାତରେ ଶାସନ କ୍ଷମତା ରହିବ । ସୂଚନା ଯେ, ମାର୍ଚ୍ଚ ୨୭ରୁ ପାଞ୍ଚ ରାଜ୍ୟର ନିର୍ବାଚନ ଆରମ୍ଭ ହୋଇଥିଲା । ତେବେ ସର୍ବାଧିକ ଅଷ୍ଟମ ପର୍ଯ୍ୟାୟରେ ଅନୁଷ୍ଠିତ ପଶ୍ଚିମବଙ୍କ ନିର୍ବାଚନ ଆଜି ଶେଷ ହୋଇଛି । ଫଳାଫଳ ଆସନ୍ତା ମଇ ୨ ତାରିଖରେ ଘୋଷଣା ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 କୋଭିଡ୍‌ ମୁକାବିଲା :  ଡିଜିପିଙ୍କ ତିନି ସୂତ୍ରୀ ଫର୍ମୁଲା

କୋଭିଡ୍‌ ମୁକାବିଲା : ଡିଜିପିଙ୍କ ତିନି ସୂତ୍ରୀ ଫର୍ମୁଲା

Read More...

 ଅଶୋକ ଗେହଲଟ କରୋନା ପଜିଟିଭ୍‌

ଅଶୋକ ଗେହଲଟ କରୋନା ପଜିଟିଭ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page