ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ : ବୁଧବାରରୁ ରେଜିଷ୍ଟ୍ରେସନ୍‌

April 26, 2021, ଓଡ଼ିଶା, , Anupambharat News Bureau


ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ :  ବୁଧବାରରୁ ରେଜିଷ୍ଟ୍ରେସନ୍‌
Anupambharat News Bureau
April 26, 2021


ଭୁବନେଶ୍ୱର, ୨୬ା୪(ଅନୁପମ ମିଡ଼ିଆ): ଆସନ୍ତା ମଇ ପହିଲାରୁ ତୃତୀୟ ପର୍ଯ୍ୟାୟରେ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ମାଗଣାରେ ଟିକା ଦିଆଯିବ । ଏଥିପାଇଁ ଆସନ୍ତା ୨୮ରୁ ପଞ୍ଜୀକରଣ ଆରମ୍ଭ ହେବ । ଅନଲାଇନ୍‌ରେ ପଞ୍ଜୀକରଣ ପରେ ଟିକାକରଣ ସମୟ ଓ ସ୍ଥାନ ସମ୍ପର୍କରେ ସୂଚନା ଦିଆଯିବ । ଅନ୍ୟପକ୍ଷରେ କରୋନା ଟିକାର ପ୍ରଥମ ଡୋଜ ଘରୋଇ ହସ୍ପିଟାଲରୁ ନେଇଥିବା ବ୍ୟକ୍ତି ଚାହିଁଲେ ଦ୍ୱିତୀୟ ଡୋଜ ସରକାରୀ ଡାକ୍ତରଖାନାରୁ ମାଗଣାରେ ନେଇପାରିବେ । ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଟିକାକରଣ ନିମନ୍ତେ କୋୱିନ ପୋର୍ଟାଲରେ ୨ଟି ପଦ୍ଧତିରେ ପଞ୍ଜୀକରଣ କରିହେବ । ପଞ୍ଜୀକରଣ ପରେ ଟିକାରେ ଉପଲବ୍ଧତାକୁ ଦେଇ ଆପଏଣ୍ଟମେଣ୍ଟ ପ୍ରକିୟା ଦେଇ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ କେନ୍ଦ୍ରକୁ ଆସିବାକୁ କୁହାଯିବ । ଏଥିନିମନ୍ତେ ସ୍ଲଟ ବୁକିଂ କରାଯିବ । କିଏ, କେଉଁଠି, କେତେବେଳେ ଟିକା ନେବେ ସେନେଇ ମେସେଜ ଦିଆଯିବ । ୨୮ରୁ ରେଜିଷ୍ଟ୍ରେଶନ ହେବ । ଏଥିନିମନ୍ତେ ଆବଶ୍ୟକ ଟିକା ଯୋଗାଇ ଦେବାକୁ ସିରମ ଇନଷ୍ଟିଚୁ୍ୟଟ ଓ ଭାରତ ବାୟୋଟେକକୁ ଚିଠି ଲେଖାଯାଇଛି । ଏନେଇ ସୂଚନା ମିଳିବା ପରେ ତଥା ଟିକା ଆସି ପହଞ୍ଚିବା ପରେ ତୃତୀୟ ପର୍ଯ୍ୟାୟ ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଯିବ । ପ୍ରତିଦିନ ପ୍ରାୟ ୯୦ରୁ ୧୦୦ ପ୍ରାଇଭେଟ ହସ୍ପିଟାଲରେ ଟିକାକରଣ ହେଉଛି । ଅବଶିଷ୍ଟ ସରକାରୀ କେନ୍ଦ୍ରରେ ଟିକାକରଣ ଚାଲିଛି । ଅପରପକ୍ଷେ, ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି କରୋନା ଟିକାର ପ୍ରଥମ ଡୋଜ ଘରୋଇ ହସ୍ପିଟାଲରୁ ନେଇଥିବା ବ୍ୟକ୍ତି ଚାହିଁଲେ ଦ୍ୱିତୀୟ ଡୋଜ ସରକାରୀ ଡାକ୍ତରଖାନାରୁ ମାଗଣାରେ ନେଇପାରିବେ । କି;ୁ ଦ୍ୱିତୀୟ ଡୋଜ ଘରୋଇ ହସ୍ପିଟାଲରୁ ନେଲେ ନୂତନ ଭାବେ ନିର୍ଦ୍ଧାରିତ ହୋଇଥିବା ଦର ଦେବାକୁ ପଡ଼ିବ । ପ୍ରଥମ ଡୋଜ୍‌ ନେବା ପରେ ଯଦି କେହି ସଂକ୍ରମିତ ହୁଏ ତେବେ ସୁସ୍ଥ ହେବାର ୪ ସପ୍ତାହ ପରେ ୨ୟ ଡୋଜ୍‌ ନେଇପାରିବେ ବୋଲି ପରାମର୍ଶ ଦିଆଯାଇଛି । ପ୍ରାଇଭେଟ ହସ୍ପିଟାଲଗୁଡ଼ିକ ସେମାନଙ୍କ ପାଖରେ କେଉଁ ଟିକା ଅଛି, ଷ୍ଟକ କେତେ ଅଛି, କେତେ ରେଟ ଅଛି ତାହା ଅନଲାଇନ୍‌ରେ ଜଣାଇବେ । ଏହାଦେଖି ଜଣେ ବ୍ୟକ୍ତି କେଉଁଠିକୁ ଯିବ, କେଉଁ ଟିକା ନେବ ନିଜେ ନିଷ୍ପତ୍ତି ନେଇପାରିବ । ଏସବୁ କୋୱିନ ପୋର୍ଟାଲରେ ପଞ୍ଜୀକୃତ
ହୋଇ କେନ୍ଦ୍ର ସରକାରଙ୍କ ଅଧୀନରେ ରହିବ । ରାଜ୍ୟରେ ଏ ଯାବତ ୫୫ ଲକ୍ଷ ୫୦ ହଜାର ୩୮୦ ଜଣଙ୍କ ଟିକାକରଣ ସରିଲାଣି । ଆଜି ୫୪୦ କେନ୍ଦ୍ରରେ ଟିକାକରଣ ଚାଲିଛି । କୋଭିସିଲï ଟିକା ୨.୦୫ ଲକ୍ଷ ଓ କୋଭାକ୍ସିନ ୩.୭ ଟିକା ମହଜୁଦ ଅଛି । ଏହାଦ୍ୱାରା ୨ ଦିନ ଟିକାକରଣ ପ୍ରକ୍ରିୟା ଚାଲିପାରିବ ବୋଲି ପାଣିଗ୍ରାହୀ କହିଛନ୍ତି





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେନ୍ଦ୍ର ସରକାରଙ୍କୁ ସୁପି୍ରମ୍‌କୋର୍ଟଙ୍କ ପ୍ରଶ୍ନ ... ଦେଶରେ ଜରୁରୀ ସ୍ଥିତି ବେଳେ ଭ୍ୟାକସିନ୍‌ର ଅଲଗା ଅଲଗା ମୂଲ୍ୟ କାହିଁକି ?

କେନ୍ଦ୍ର ସରକାରଙ୍କୁ ସୁପି୍ରମ୍‌କୋର୍ଟଙ୍କ ପ୍ରଶ୍ନ ... ଦେଶରେ ଜରୁରୀ ସ୍ଥିତି ବେଳେ ଭ୍ୟାକସିନ୍‌ର ଅଲଗା ଅଲଗା ମୂଲ୍ୟ କାହିଁକି ?

Read More...

ବାଧୁଛି ବିଜୁଳି ଦର ବୃଦ୍ଧି

ବାଧୁଛି ବିଜୁଳି ଦର ବୃଦ୍ଧି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page