ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କଲେ ସେଥିପାଇଁ ଆଡମିନ୍‌ ଦାୟୀ ରହିବେ ନାହିଁ: ହାଇକୋର୍ଟ

April 26, 2021, ଦେଶ, , Anupambharat News Bureau


ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କଲେ ସେଥିପାଇଁ  ଆଡମିନ୍‌ ଦାୟୀ ରହିବେ ନାହିଁ: ହାଇକୋର୍ଟ
Anupambharat News Bureau
April 26, 2021


ମୁମ୍ବାଇ: ସାଙ୍ଗ ସାଥୀଙ୍କଠୁ ନେଇ ଅଫିସ୍‌ ପର୍ଯ୍ୟନ୍ତ ସେ ସରକାରୀ ହେଉ କି ଘରୋଇ ଅଫିସ୍‌ ହେଉ, କାର୍ଯ୍ୟରେ ଉତ୍ତମ ସମନ୍ୱୟ ପାଇଁ ହ୍ୱାଟସ୍‌ଆପ ଗ୍ରୁପର ବହୁଳ ବ୍ୟବହାର ବଢିବାରେ ଲାଗିଛି ।
କି;ୁ ବେଳେ ବେଳେ ଗ୍ରୁପରେ ଆପତ୍ତିଜନକ ପୋଷ୍ଟ ହେଉଥିବା ଘଟଣା ସାମ୍ନାକୁ ଆସିଛି । ଏହି ପରିପ୍ରେକ୍ଷୀରେ ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ହ୍ୱାଟସ୍‌ଆପକୁ ନେଇ ବଡ ନିଷ୍ପତ୍ତି ଆସିଛି । ବମ୍ବେ ହାଇକୋର୍ଟଙ୍କ ନାଗପୁର ପୀଠ କହିଛନ୍ତି, ହ୍ୱାଟସ୍‌ଆପରେ ଅନ୍ୟ ସଦସ୍ୟ ପକ୍ଷରୁ ଆପତ୍ତିଜନକ ପୋଷ୍ଟ କରାଗଲେ ସେଥିପାଇଁ ଆଡମିନ୍‌ ଦାୟୀ ରହିବେ ନାହିଁ । ଏଥିସହ ଅଦାଲତ ୩୩ ବର୍ଷୀୟ ବ୍ୟକ୍ତିଙ୍କ ବିରୋଧରେ ରୁଜୁ ଯୌନ ଉତ୍ପୀଡନ ମାମଲା ମଧ୍ୟ ଖାରଜ କରିଛନ୍ତି । ବିଚାରପତି ଜେଡଏ ହକ୍‌ ଓ ବିଚାରପତି ଏବି ବୋରକରଙ୍କ ପୀଠ କହିଛନ୍ତି, ହ୍ୱାଟସ୍‌ଆପର ଆଡମିନ୍‌ ପାଖରେ କେବଳ ଗ୍ରୁପର ସଦସ୍ୟଙ୍କୁ ଯୋଡିବା ଏବଂ ହଟାଇବାର ଅଧିକାର ରହିଥାଏ । ଗ୍ରୁପରେ ଦିଆଯାଉଥିବା ଅନ୍ୟ କୌଣସି ପୋଷ୍ଟ, କେଉଁ ପ୍ରକାରର ବିଷୟବସ୍ତୁ ପୋଷ୍ଟ ହେବ ଏହାକୁ ନିୟନ୍ତ୍ରଣ କରିବା ଏବଂ ରୋକିବାର କ୍ଷମତା ଆଡମିନ୍‌ ପାଖରେ ନାହିଁ । ଅଦାଲତ ଜଣେ ହ୍ୱାଟସ୍‌ଆପ ଆଡମିନ୍‌ଙ୍କ ଆବେଦନ ଉପରେ ଶୁଣାଣି ସମୟରେ ଏହି ରାୟ ଦେଇଛନ୍ତିଛ ଆବେଦନକାରୀ ହେଉଛନ୍ତି କିଶୋର ତରୋନେ । ତରୋନେ ଗୋନ୍ଦିଆ ଜିଲ୍ଲାରେ ନିଜ ବିରୋଧରେ ବିଭିନ୍ନ ଧାରାରେ ରୁଜୁ ମାମଲାକୁ ଖାରଜ କରିବାକୁ ଅନୁରୋଧ କରିଥିଲେ । ସୂଚନା ଅନୁଯାୟୀ, ତରୋନେ ନିଜ ହ୍‌ାଟ୍ସଆପ୍‌ ଗ୍ରୁପରେ ଜଣେ ମହିଳା ସଦସ୍ୟଙ୍କ ବିରୋଧରେ ଅଶ୍ଳୀଳ ଏବଂ ମର୍ଯ୍ୟାଦାହୀନ ଟିªଣୀ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପାରିନଥିଲେ । ପୀଠ ନିଜ ଶୁଣାଣିରେ କହିଛନ୍ତି, ମାମଲାର ସାର ମର୍ମ ଏହା ଯେ, କୌଣସ ହ୍ୱାଟସ୍‌ଆପ୍‌ ଗ୍ରୁପରେ ଅନ୍ୟ ସଦସ୍ୟ ଦ୍‌ାରା ହେଉଥିବା ଆପତ୍ତିଜନକ ପୋଷ୍ଟ ପାଇଁ ଆଡମିନ୍‌ ବିରୋଧରେ ଅପରାଧିକ ମାମଲା ରୁଜୁ ହେବା ଉଚିତ କି ନୁହେଁ? କୋର୍ଟ ମାମଲାର ଶୁଣାଣି କରି ତରୋନେଙ୍କ ବିରୋଧରେ ରୁଜୁ ଏଫଆଇଆର ଖାରଜ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅମ୍ଲଜାନ ବିମାନଗୁଡିକୁ ବାତିଲ୍‌କଲା ଚୀନ୍‌

ଅମ୍ଲଜାନ ବିମାନଗୁଡିକୁ ବାତିଲ୍‌କଲା ଚୀନ୍‌

Read More...

କୋଭିଡ ସ୍ଥିତି ପାଇଁ ନିର୍ବାଚନ କମିଶନ ଦାୟୀ: ମାଡ୍ରାସ୍‌ ହାଇକୋର୍ଟ

କୋଭିଡ ସ୍ଥିତି ପାଇଁ ନିର୍ବାଚନ କମିଶନ ଦାୟୀ: ମାଡ୍ରାସ୍‌ ହାଇକୋର୍ଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page