ଟ୍ରକ ଓ କାର ମୁହାଁମୁହ: ପରିବାରର ପାଞ୍ଚ ମୃତ

May 23, 2019, ଓଡ଼ିଶା, , Anupambharat News Bureau


ଟ୍ରକ ଓ କାର ମୁହାଁମୁହ: ପରିବାରର ପାଞ୍ଚ ମୃତ
Anupambharat News Bureau
May 23, 2019

ଜୁନାଗଡ଼,୨୨ା୫(ଅନୁପମ ମିଡ଼ିଆ): ଜୁନାଗଡ ବ୍ଲକ ଜାରିଙ୍ଗ ଛକ ୨୬ ନଂ. ଜାତୀୟ ରାଜପଥରେ ବୁଧବାର ଭୋର ସମୟରେ ଟ୍ରକ ଓ କାର ମଧ୍ୟରେ ମୁହାଁମୁହିଁ ଧMାରୁ ଗୋଟିଏ ପରିବାରର ୫ଜଣଙ୍କ ମୃତୁ୍ୟ ଘଟିଛି । ଏଥିରେ ଅନ୍ୟ ୨ଜଣ ଗୁରୁତର ହୋଇଛନ୍ତି । ମୃତକମାନେ ହେଲେ ଜୁନାଗଡ ବ୍ଲକ ଗୌଡଛେଣ୍ଡିଆ ପଞ୍ଚାୟତ ଖୁର୍ସେଲଗୁଡା ଗ୍ରାମର ଆଶୁତୋଷ ବେହେରା (୬୫), ପୁଅ ବିନାୟକ ଓରଫ୍‌ ବିକି (୩୨), ନାତୁଣୀ ସୋଭି (୬), ୫ ମାସର ଶିଶୁକନ୍ୟା ଓ ଆଶୁତୋଷଙ୍କ ଭାଇ ଜଗନ୍ନାଥ (୫୫) । ଗୁରୁତର ବ୍ୟକ୍ତି ହେଲେ ବିନାୟକଙ୍କ ସ୍ତ୍ରୀ ନିଭିୟା (୨୮) ଓ ଚାକରାଣୀ ଖେନଜି କଟା । ଖେନଜି ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବାବେଳେ ନିଭିୟାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବିଶାଖପାଟଣା ସ୍ଥାନାନ୍ତରିତ କରାଯାଇଛି ।
ପ୍ରକାଶ ଯେ, ଖର୍ସେଲଗୁଡା ଗ୍ରାମର ଆଶୁତୋଷଙ୍କ ଭାଇ ଜଗନ୍ନାଥ, ବୋହୂ ନିଭିୟା, ଦୁଇ ଛୋଟ ନାତୁଣୀ ଚିକିତ୍ସା ପାଇଁ ଗତ ୨ଦିନ ତଳେ ବିଶାଖପାଟଣାକୁ ଯାଇଥିଲେ । ତାଙ୍କ ସହ ଚାକରାଣୀ ଖେନଜି ମଧ୍ୟ ରହିଥିଲେ । ସେଠାରୁ ଚିକିତ୍ସା ସାରି ବୁଧବାର ଭୋର ସମୟରେ ସେମାନେ ଲିଙ୍କ ଏକ୍ସପ୍ରେସ ଯୋଗେ ଆସି କେସିଙ୍ଗା ଷ୍ଟେସନରେ ଓହ୍ଲାଇଥିଲେ । ସେମାନେ ଆସିବା ଖବର ଶୁଣି ପୁଅ ବିକି ଘରୁ କାର (ନଂ.ଓଡି୩୩ଜେ-୪୬୮୫) ନେଇ କେସିଙ୍ଗାଙ୍କୁ ଯାଇଥିଲେ । ସେଠାରୁ କାର ଯୋଗେ ଘରକୁ ଫେରୁଥିବାବେଳେ ଭୋର ୪ଟାରେ ଜୁନାଗଡ ବ୍ଲକ ୨୬ ନଂ. ଜାତୀୟ ରାଜପଥ ଜାରିଙ୍ଗ ଛକଠାରେ ଏକ ଟ୍ରକ୍‌ (ନଂ.ଓଡି୦୮ଏ-୮୨୯୨) ସହିତ ଧMା ହୋଇଥିଲ । କାର ଚଲାଉଥିବା ଆଶୁତୋଷ ଓ ତାଙ୍କ ସହ ଆଗରେ ବସିଥିବା ଭାଇ ଜଗନ୍ନାଥଙ୍କ ଘଟଣା ସ୍ଥଳରେ ମୃତୁ୍ୟ ହୋଇଥିଲା । କାର ପଛପଟେ ବସିଥିବା ପୁଅ ବିନାୟକ ଓରଫ ବିକି, ବୋହୂ ନିଭିୟା, ଦୁଇ ଛୋଟ ନାତୁଣୀ ଓ ଚାକରାଣୀ ଖେନଜିଙ୍କୁ ଗୁତୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବିନାୟକ ଓ ୨ ଛୋଟ ଝିଅଙ୍କ ମୃତୁ୍ୟ ହୋଇଥିଲା । ମଧ୍ୟାହ୍ନରେ ବ୍ୟବଚ୍ଛେଦ ପରେ ସମ୍ପର୍କୀୟ ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା । ମୃତ ଶରୀର ଅପରାହ୍ନରେ ଗାଁରେ ପହଞ୍ଚିବା ପରେ କାନ୍ଦବୋବାଳିରେ ଖୁର୍ସେଲଗୁଡା ଗ୍ରାମ ଫାଟି ପଡିଥିଲା । ଚାରିଆଡେ ଶୋକର ଛାୟା ଖେଳିଯାଇଥିଲା । ଗୋଟିଏ ସ୍ଥାନରେ ପରିବାରର ୫ଜଣଙ୍କ ଜୁଇ ଜଳିଥିଲା । ଆଜି ଏହି ଘଟଣା ଜଣାପଡିବା ପରେ ଖୁର୍ସେଲଗୁଡା ତଥା ଜୁନାଗଡ ବ୍ଲକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଯାଜପୁରରେ ବିଜେଡିର ବାଜିମାତ୍‌ , ୭ ବିଧାନସଭା ଓ ୧ ଲୋକସଭା ଆସନ ହାସଲ

ଯାଜପୁରରେ ବିଜେଡିର ବାଜିମାତ୍‌ , ୭ ବିଧାନସଭା ଓ ୧ ଲୋକସଭା ଆସନ ହାସଲ

Read More...

ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଆଜି

ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ଆଜି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page