କରୋନାରେ କଂଗ୍ରେସ ପ୍ରାର୍ଥୀ ମୃତ

April 11, 2021, ଦେଶ, , Anupambharat News Bureau


କରୋନାରେ କଂଗ୍ରେସ ପ୍ରାର୍ଥୀ ମୃତ
Anupambharat News Bureau
April 11, 2021


ଚେନ୍ନାଇ: ତାମିଲନାଡୁ ଶ୍ରୀ ବିଲ୍ଲୀପୁତ୍ତୁର ବିଧାନସଭା ନିର୍ବାଚନ ମଣ୍ଡଳିରୁ ପ୍ରତିଦ୍ୱନ୍ଦୀତା କରୁଥିବା କଂଗ୍ରେସ ପ୍ରାର୍ଥୀ ପି.ଏସ୍‌.ଡବ୍ଲୁ. ମାଧବ ରାଓଙ୍କ ପରଲୋକ ହୋଇଛି । ସେ କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିଲେ ।
ମାର୍ଚ୍ଚ ୨୦ ତାରିଖରେ ତାଙ୍କୁ ମଦୁରାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଉଥିଲା । ସେଠାରେ ଚିକିତ୍ସିତ ହେଉଥିବା ବେଳେ ରବିବାର ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ଜ୍ୱାଇଁ କେ.ରାଜୀବ ସୂଚନା ଦେଇଛନ୍ତି । ତାମିଲନାଡୁ ବିଧାନସଭା ନିର୍ବାଚନ ଲାଗି ଗତ ଏପ୍ରିଲ ୬ ତାରିଖରେ ଭୋଟ ଗ୍ରହଣ ହୋଇଥିଲା । ମେ ୨ ତାରିଖରେ ଭୋଟ ଗଣନା ହେବ, ଯଦି ଏଥିରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୁଅନ୍ତି ତେବେ ଏଠାରେ ଉପନିର୍ବାଚନ ହେବ । ରାଓଙ୍କ ପରଲୋକ ସୂଚନା ରାଜ୍ୟ କଂଗ୍ରେସରେ ଶୋକର ଛାୟା ଖେଳାଇ ଦେଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପିପିଲି ଉପ-ନିର୍ବାଚନ ପାଇଁ ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର

ପିପିଲି ଉପ-ନିର୍ବାଚନ ପାଇଁ ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର

Read More...

କରୋନା ସ୍ଥିତି ଅସମ୍ଭାଳ:  ଅନ୍ତିମ ସଂସ୍କାର ପାଇଁ ହେଉଛି ଲାଞ୍ଚ କାରବାର

କରୋନା ସ୍ଥିତି ଅସମ୍ଭାଳ: ଅନ୍ତିମ ସଂସ୍କାର ପାଇଁ ହେଉଛି ଲାଞ୍ଚ କାରବାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page