ରାଜ୍ୟରେ ବଢ଼ିଛି ଚୋରି

March 26, 2021, ଓଡ଼ିଶା, , Anupambharat News Bureau


 ରାଜ୍ୟରେ ବଢ଼ିଛି ଚୋରି
Anupambharat News Bureau
March 26, 2021


ଭୁବନେଶ୍ୱର, ୨୬ା୩(ଅନୁପମ ମିଡ଼ିଆ): ରାଜ୍ୟରେ ଡକାୟତି ଘଟଣା ବୃଦ୍ଧି ପାଇଥିବା ବେଳେ ଦିନକୁ ୮ଟି ଦୁଷ୍କର୍ମ ଘଟଣା ଘଟିଥିବା ଜଣାପଡ଼ିଛି । ବିଧାନସଭାରେ ଆଜି ଗୃହ ବିଭାଗ ପକ୍ଷରୁ ଉପସ୍ଥାପିତ ଶେ୍ୱତପତ୍ରରୁ ଏନେଇ ଜଣାପଡ଼ିଛି । ଶେ୍ୱତପତ୍ରରେ ୨୦୨୦ ମସିହାରେ ରାଜ୍ୟରେ ୧ ଲକ୍ଷ ୩୪ ହଜାର ୨୩୦ ଅପରାଧ ମାମଲା ମଧ୍ୟରୁ ୧ ଲକ୍ଷ ୧୦ ହଜାର ୭୪୧ ମାମଲା ଭାରତୀୟ ପିଙ୍ଗଳ କୋଡର ବିଭିନ୍ନ ଦଫାରେ ପଞ୍ଜୀକୃତ ହୋଇଥିଲା । ୨୦୨୦ ମସିହାରେ ଧର୍ତ୍ତବ୍ୟ ଅପରାଧ କ୍ଷେତ୍ରରେ ରୁଜୁ ମାମଲା ମଧ୍ୟରୁ ୧ ଲକ୍ଷ ୨୯ ହଜାର ୩୦୫ଟି ମାମଲା ସତ୍ୟ ଅଟେ । ତନ୍ମଧ୍ୟରୁ ୯୩ ହଜାର ୨୨୯ଟି ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରା ଯାଇଛି । ନରହତ୍ୟା କ୍ଷେତ୍ରରେ ପଞ୍ଜୀକୃତ ୧୪୭୦ଟି ହତ୍ୟା ମାମଲାରୁ ୧୩୯୨ଟି ସତ୍ୟ ମାମଲା ଅଟେ । ଏଥିରୁ ୬୯୪ ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରାଯାଇଛି । ସେହିପରି ଡକାୟତି କ୍ଷେତ୍ରରେ ୫୧୪ଟି ଡକାୟତି ମାମଲାରେ ୨୫୪ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି । ବିଭିନ୍ନ ଡକାୟତି ଘଟଣାରେ ପୋଲିସ ଦ୍ୱାରା ୧୨ ଜଣ ଆନ୍ତଃରାଜ୍ୟ ଡକାୟତଙ୍କ ସମେତ ୧୮୭୬ ଜଣ ଡକାୟତଙ୍କୁ ଗିରଫ କରାଯାଇଛି । ୨୪ ଘଟଣାରେ ବିଭିନ୍ନ ପ୍ରକାର ମାରଣାସ୍ତ୍ର ଓ ବିସ୍ପୋରକ ଦ୍ରବ୍ୟ ଜବତ କରାଯାଇଛି । ଏହା ବ୍ୟତୀତ ଚୋରୀ ସମ୍ପତ୍ତି ମଧ୍ୟରୁ ୧୦ କୋଟି ୪୦ ଲକ୍ଷ ୪୬ ହଜାର ୮୪୫ ଟଙ୍କାର ଉଦ୍ଧାର କରାଯାଇଛି । ସହିପରି ଲୁଣwନ ମାମଲାରେ ୨୧୬୬ଟି ମାମଲା ରୁଜୁ କରାଯାଇଛି । ଏହି ଅଭିଯୋଗରେ ୧୮୧୬ ଜଣଙ୍କୁ ଗିରଫ କରାଯାଇଛି । ୪ କୋଟି ୨୪ ଲକ୍ଷ ୨୬ ହଜାର ୯୫ ଟଙ୍କା ମୂଲ୍ୟର ସମ୍ପତ୍ତି ଉଦ୍ଧାର କରାଯାଇଛି । ସେହିପରି ସିନ୍ଧି ଚୋରୀ ଘଟଣାରେ୍‌ ୪୫୦୦ଟି ମାମଲା ରୁଜୁ କରାଯାଇଥିଲା । ସେଥିମଧ୍ୟରୁ ୧, ୪୨୨ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି । ପ୍ରତାରଣା କ୍ଷେତ୍ରରେ ୩,୫୨୪ଟି ମାମଲା ରୁଜୁ ହୋଇଛି । ୭୫୧ଟି ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରାଯାଇଛି । ଦୁଷ୍କର୍ମ ମାମଲାରେ ପଞ୍ଜୀକରଣ ୨୯୮୪ଟି ମାମଲା ମଧ୍ୟରୁ ୨୯୦୭ଟି ମାମଲା ସତ୍ୟ । ଏଥି ମଧ୍ୟରୁ ୨୦୫୪ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି । ଦଙ୍ଗା ମାମଲାରେ ୨୦୫୯ ଟି ମାମଲା ପଞ୍ଜୀକୃତ ହୋଇଥିଲା । ସେଥିରୁ ୧୩୪୭ଟି ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରା ଯାଇଛି । ମୋଟର ଯାନ ଦୁର୍ଘଟଣାରେ ୯୮୧୭ଟି ମାମଲା ରୁଜୁ ହୋଇଥିଲା । ସେଥିମଧ୍ୟରୁ ୯୭୭୧ଟି ମାମଲା
ସତ୍ୟ ରହିଛି । ଏଥି ମଧ୍ୟରୁ ୬୦୫୬ଟି ମାମଲାରେ ଚାର୍ଜସିଟ ଦିଆ ଯାଇଛି । ଅନୈତିକ ବ୍ୟଭିଚାର ମାମଲାରେ ୨୨ଟି ମାମଲା ରୁଜୁ ହୋଇଥିଲା । ଏଥି ମଧ୍ୟରୁ ୧୦ଟି ମାମଲାରେ ଦୋଷାରୋପ ଫର୍ଦ ଦାଖଲ କରା ଯାଇଛି । ସେହିପରି ଯୋððତୁକ ଜନିତ ମାମଲାରେ ୪୦୮୮ଟି ମାମଲା ରୁଜୁ ହୋଇଥିଲା । ସେଥି ମଧ୍ୟରୁ ୨୭୪୮ ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି । ୩୮ଟିର ଚୂଡାନ୍ତ ରିପୋର୍ଟ ସତ୍ୟ ରହିଛି । ୧୨୧୮ ମୋକଦ୍ଦମା ତଦନ୍ତାଧୀନ ରହିଛି । ତଫସିଲଭୁକ୍ତ ଜାତି ଓ ଜନଜାତି ମାନଙ୍କ ଉପରେ ହୋଇଥିବା ନିର୍ଯାତନା ମାମଲାରେ ୨୬୭୦ଟି ମୋକଦ୍ଦମା ମଧ୍ୟରୁ ୧୧୮୩ଟି ମୋକଦ୍ଦମାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରୁଦ୍ର ବିଜେଡି ପ୍ରାର୍ଥୀ

ରୁଦ୍ର ବିଜେଡି ପ୍ରାର୍ଥୀ

Read More...

ବନ୍ଦୀ ଜୀବନ କାଟୁଛନ୍ତି ୩୪୫ ଭାରତୀୟ ମତ୍ସ୍ୟଜୀବୀ

ବନ୍ଦୀ ଜୀବନ କାଟୁଛନ୍ତି ୩୪୫ ଭାରତୀୟ ମତ୍ସ୍ୟଜୀବୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page