ବିଚାର ଅପେକ୍ଷାରେ ୫ଲକ୍ଷ ମାମଲା: ନିୁଯୁକ୍ତ ହେବେ ଅବସରପ୍ରାପ୍ତ ବିଚାରପତି

March 26, 2021, ଦେଶ, , Anupambharat News Bureau


ବିଚାର ଅପେକ୍ଷାରେ ୫ଲକ୍ଷ ମାମଲା:  ନିୁଯୁକ୍ତ ହେବେ ଅବସରପ୍ରାପ୍ତ ବିଚାରପତି
Anupambharat News Bureau
March 26, 2021


ନୂଆଦିଲ୍ଲୀ: ଦେଶର ବିଭିନ୍ନ ହାଇକୋର୍ଟରେ ୫ ଲକ୍ଷରୁ ଅଧିକ ମାମଲା ପଡି ରହିଛି । ଏହି ମାମଲାର ଶୁଣାଣି କରିବା ପାଇଁ ଅବସର ଗ୍ରହଣ କରିସାରିଥିବା ବିଚାରପତିଙ୍କୁ ଦାୟିତ୍ୱ ଦିଆଯିବା ନେଇ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ ।
ଏହାସହ କେନ୍ଦ୍ର ସରକାର କଣ ପାଇଁ ୪୫ ଜଣ ବିଚାରପତିଙ୍କ ନାଁ ସୁପାରିଶ ପାଇବା ପରେ ବି ନିଯୁକ୍ତି ଦେଉନଥିବା ନେଇ ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି । ସୂଚନାଯୋଗ୍ୟ, ଦେଶର ବିଭିନ୍ନ ହାଇକୋର୍ଟରେ ପ୍ରାୟ ୪୦ ପ୍ରତିଶତ ବିଚାରପତି ପଦବୀ ଖାଲି ପଡିଛି । ଦେଶର ବିଭିନ୍ନ ହାଇକୋର୍ଟରେ ୧୦୮୦ ଜଣ ଜଜ୍‌ ନିଯୁକ୍ତ ହେବା ନେଇ ବ୍ୟବସ୍ଥା ରହିଛି । କି;ୁ ୪୨୦ଟି ପଦବୀ ଏବେବି ଖାଲି ରହିଛି । କେନ୍ଦ୍ର ସରକାର ୪୫ ବିଚାରପତିଙ୍କ ନାଁରେ ଏବେସୁଦ୍ଧା ମୋହର ମାରି ନାହାଁନ୍ତି କିମ୍ବା ନିଯୁକ୍ତି ମଧ୍ୟ ପ୍ରଦାନ କରିନାହାଁନ୍ତି । ଫଳରେ ବିଭିନ୍ନ ହାଇକୋର୍ଟରେ ୫ ଲକ୍ଷ ମାମଲା ଶୁଣାଣି ନହୋଇ ପଡି ରହିଛି । ପ୍ରଧାନ ବିଚାରପତି ଏସଏ ବୋବଡେ, ଜଷ୍ଟିସ୍‌ ସଞ୍ଜୟ କେ କୌଲ ଏବଂ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ସମ୍ବିଧାନର ଧାରା ୨୨୪ (କ) ଆଧାରରେ ଅବସର ଗ୍ରହଣ କରିଥିବା ବିଚାରପତିଙ୍କୁ ପୁଣି ଥରେ ମାମଲାର ଶୁଣାଣି ପାଇଁ ଦାୟିତ୍ୱ ପ୍ରଦାନ କରାଯାଉ ।
ଏପ୍ରିଲ ୮ ସୁଦ୍ଧା ଅବସରପ୍ରାପ୍ତ ବିଚାରପତିଙ୍କୁ ପୁଣି ଥରେ ଯୋଗଦେବା ପ୍ରକ୍ରିୟା ଶେଷ ହେବା ନେଇ ସୁପ୍ରିମକୋର୍ଟ କହିଛନ୍ତି । ରାଜ୍ୟର ଅନେକ ହାଇକୋର୍ଟରେ ୨୫ରୁ ୩୦ ବର୍ଷ ତଳର ମାମଲା ମଧ୍ୟ ବିଚାର ନହୋଇ ପଡିରହିଛି । ଅନେକ କାରଣକୁ ଏହି ମାମଲାର ଶୁଣାଣି ହୋଇପାରି ନାହିଁ । ଯେଉଁ ବିଚାରପତିମାନେ ହାଇକୋର୍ଟରେ ୧୫ରୁ ୨୦ ବର୍ଷ କାର୍ଯ୍ୟ କରି ଅବସର ନେଇଛନ୍ତି ସେମାନଙ୍କୁ ଏହି ମାମଲାର ବିଚାର ପାଇଁ ଦାୟିତ୍ୱ ଦେବା ଆବଶ୍ୟକ । ଫଳରେ ପଡି ରହିଥିବା ମାମଲାର ସମାଧାନ ହୋଇପାରିବ ।
ଏଠାରେ ଉଲ୍ଲେଖଯୋଗ୍ୟ, ସମ୍ବିଧାନର ଧାରା ୨୨୪ (କ) ଅନୁସାରେ, ମୁଖ୍ୟ ବିଚାରପତି ଯେକୌଣସି ସମୟରେ ପୂର୍ବତନ ବିଚାରପତିମାନଙ୍କୁ ସେହି ରାଜ୍ୟର ହାଇକୋର୍ଟରେ ପୁଣି ଥରେ କାର୍ଯ୍ୟ କରିବାକୁ ଅନୁରୋଧ କରିପାରିବେ । ଦଶର ବିଭିନ୍ନ ହାଇକୋର୍ଟରେ ୫ ଲକ୍ଷରୁ ଅଧିକ ମାମଲା ପଡି ରହିଛି । ଏହି ମାମଲାର ଶୁଣାଣି କରିବା ପାଇଁ ଅବସର ଗ୍ରହଣ କରିସାରିଥିବା ବିଚାରପତିଙ୍କୁ ଦାୟିତ୍ୱ ଦିଆଯିବା ନେଇ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବନ୍ଦୀ ଜୀବନ କାଟୁଛନ୍ତି ୩୪୫ ଭାରତୀୟ ମତ୍ସ୍ୟଜୀବୀ

ବନ୍ଦୀ ଜୀବନ କାଟୁଛନ୍ତି ୩୪୫ ଭାରତୀୟ ମତ୍ସ୍ୟଜୀବୀ

Read More...

ମୋଦିଙ୍କ ଦୁଇ ଦିନିଆ ବାଂଲାଦେଶ ଗସ୍ତ

ମୋଦିଙ୍କ ଦୁଇ ଦିନିଆ ବାଂଲାଦେଶ ଗସ୍ତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page