ଜଷ୍ଟିସ୍‌ ଏନ.ଭି ରମନ୍ନା ହୋଇପାରନ୍ତି ପରବର୍ତ୍ତି ମୁଖ୍ୟ ବିଚାରପତି

March 24, 2021, ଦେଶ, , Anupambharat News Bureau


ଜଷ୍ଟିସ୍‌ ଏନ.ଭି ରମନ୍ନା ହୋଇପାରନ୍ତି ପରବର୍ତ୍ତି ମୁଖ୍ୟ ବିଚାରପତି
Anupambharat News Bureau
March 24, 2021


ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି ଏନବି ରମନ୍ନା ଦେଶର ଆଗାମୀ ମୁଖ୍ୟ ବିଚାରପତି ହୋଇପାରନ୍ତି । ବର୍ତ୍ତମାନ ମୁଖ୍ୟ ବିଚାରପତି ଥିବା ଏସଏ ବୋବଡେ ନିଜ ଉତ୍ତରାଧିକାରୀ ଭାବେ ଏନବି ରମନ୍ନାଙ୍କ ନାଁ ସୁପାରିଶ କରିଛନ୍ତି । ଏସଏ ବୋବଡେ ଏପ୍ରିଲ ୨୩ ତାରିଖରେ ଅବସର ନେବେ ।ଏନବି ରମନ୍ନାଙ୍କୁ ୨୦୧୭ ଫେବୃଆରୀ ୨ ତାରିଖରେ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା । ତାଙ୍କ କାର୍ଯ୍ୟକାଳକୁ ଦୁଇ ବର୍ଷରୁ କମ ସମୟ ବାକି ଅଛି । ସେ ୨୦୧୨ ଅଗଷ୍ଟ ୨୬ ତାରିଖରେ ଅବସର ନେବେ । ସେ ୧୯୮୩ ଫେବୃଆରୀ ୧୦ ତାରିଖରୁ ଓକିଲାତି ଆରମ୍ଭ କରିଥିଲେ । ସେତେବେଳେ ଚନ୍ଦ୍ରାବାବୁ ନାଇଡୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଥିଲେ । ଜଷ୍ଟିସ ଏନବି ରମନ୍ନା ଆନ୍ଧ୍ରପ୍ରଦେଶ ସରକାରଙ୍କ ଆଡିସନାଲ ଆଡ଼ଭୋକେଟ ଜେନେରାଲ ଥିଲେ । କୃଷକ ପରିବାରରୁ ଆସିଥିବା ଏନବି ରମନ୍ନା ବିଜ୍ଞାନ ଓ ଆଇନରେ ସ୍ନାତକ କରିଛନ୍ତି । ଏହାପରେ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ, କେନ୍ଦ୍ର ପ୍ରଶାସନିକ ଟ୍ରିବ୍ୟୁନାଲ ଓ ସୁପ୍ରିମକୋର୍ଟରେ ଆଇନ ପ୍ରାକଫିସ ଆରମ୍ଭ କରିଥିଲେ । ରାଜ୍ୟ ସରକାରଙ୍କ ଏଜେନ୍ସି ପାଇଁ ସେ ପ୍ୟାନେଲ କାଉନ୍ସିଲ ଭାବେ କାମ କରୁଥିଲେ । ୨୦୦୦ ଜୁନ ୨୭ରେ ସେ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।୨୦୧୩ ମାର୍ଚ୍ଚ ୧୩ରୁ ମେ’ ୨୦ ଯାଏଁ ଆନ୍ଧ୍ରପ୍ରଦେଶ ହାଇକୋର୍ଟରେ କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଥିଲେ । ୨୦୧୩ ସେପେଫମ୍ବର ୨ରେ ତାଙ୍କର ପଦୋନ୍ନତି ହୋଇଥିଲା । ଏହାପରେ ସେ ଦିଲ୍ଲୀ ହାଇକୋର୍ଟର ପ୍ରଧାନ ବିଚାରପତି ନିଯୁକ୍ତ ହେଲେ । ୨୦୧୪ ଫେବୃଆରୀ ୧୭ରେ ସେ ସୁପ୍ରିମକୋର୍ଟ ବିଚାରପତି ନିଯୁକ୍ତ ହେଲେ । ବର୍ତ୍ତମାନ ସେ ସୁପ୍ରିମକୋର୍ଟରେ ସିନିୟର ଜଜ ଅଛନ୍ତି । ସିନିୟର ଜଜଙ୍କ ମଧ୍ୟରେ ବୋବଡେଙ୍କ ପରେ ଟଙ୍କା ନାଁ ଆସୁଛି । ସୁପ୍ରିମକୋର୍ଟରେ ବିଚାରପତିଙ୍କ ଅନୁମୋଦିତ ସଂଖ୍ୟା ୩୪ (ମୁଖ୍ୟ ବିଚାରପତିଙ୍କ ସମେତ । କୋର୍ଟ ବର୍ତ୍ତମାନ ୩୦ ଜଜଙ୍କ କାର୍ଯ୍ୟରତ । କାରଣ ଜଷ୍ଟିସ ଗୋଗୋଇ, ଜଷ୍ଟିସ ଗୁପ୍ତା, ଜଷ୍ଟିସ ଭାନୁମତୀ ଓ ଜଷ୍ଟିସ ମିଶ୍ର ସେବାନିବୃତ ହେବାପରେ ଆଉ କେହି ନିଯୁକ୍ତ ହୋଇନାହାନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗ୍ୟାସ ସିଲିଣ୍ଡର ଭର୍ତ୍ତି ଟ୍ରକରେ ବଜ୍ରପାତ

ଗ୍ୟାସ ସିଲିଣ୍ଡର ଭର୍ତ୍ତି ଟ୍ରକରେ ବଜ୍ରପାତ

Read More...

ଦିଦିଙ୍କ ଗଡ଼ରେ ମୋଦିଙ୍କ ହାଇଟେକ୍‌ ପ୍ରଚାର

ଦିଦିଙ୍କ ଗଡ଼ରେ ମୋଦିଙ୍କ ହାଇଟେକ୍‌ ପ୍ରଚାର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page